ଟାର୍ଗେଟ ରେ ପ୍ରଧାନମନ୍ତ୍ରୀ ମୋଦି: ରାଜୀବ ଙ୍କ ପରି ଉଡାଇଦେବାକୁ ଯୋଜନା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ଚାଲିଥିଲା ଷଡଯନ୍ତ୍ର I ଏପରି ଏକ ଚାଂଚଲ୍ୟକର ଷଡଯନ୍ତ୍ର ର ପର୍ଦ୍ଧାଫାଶ କରିଛି ପୁନେ ପୋଲିସ୍ I ମିଳିଥିବା ସୂଚନା ଅନୁଯାଇ
ପୁନେ ପୋଲିସ୍ କିଛି ବରିଷ୍ଠ ମାଓବାଦୀ ଙ୍କୁ ଗିରଫ କରିଥିଲା I ଗିରଫ ସମୟରେ ଛାନଭିନ ରୁ ସେମାନଙ୍କ ପାଖରୁ ଏକ ଚିଠି ପାଇଥିଲା ପୁନେ ପୋଲିସ୍ Iଚିଠି ଟି ଜଣେ ମାଓବାଦୀ କମାଣ୍ଡର ଅନ୍ୟ ଜଣେ କମାଣ୍ଡର ଙ୍କ ପାଖକୁ ପଠାଇଥିଲେ I ଯେଉଁଥିରେ କି ଦର୍ଶାଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଉଁପରି ଭାବରେ ମାନବ ବୋମା ଆତ୍ମଘାତୀ ଦ୍ୱାରା ହତ୍ୟା କରାଯାଇଥିଲା ସେହି ଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ରେ ଯୋଗଦେବା ବେଳେ ଉଡାଇଦିଆଯିବା ପାଇଁ ଯୋଜନା କରାଯାଇଥିଲା I

ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ମୋଦି ଯେପରି ଭାବରେ 15 ରୁ ଉର୍ଧ ରାଜ୍ୟରେ ସାଶନ କରିବାରେ ସଫଳ ହେଲେଣି ଆଗକୁ ଏହା ବହୁତ ସମସ୍ୟା ସୃଷ୍ଟି କରିବ I ତେଣୁ ସୁଯୋଗ ଦେଖି ରୋଡ୍‌ ଶୋ ବେଳେ ତାଙ୍କୁ ଆତ୍ମଘାତୀ ମାନବ ବୋମା ଦ୍ୱାରା ଉଡାଇଦିଆଯିବ I ମାଓବାଦୀ ବରିଷ୍ଠ କମ୍ରେଡ କିସାନ ଏବଂ ତାଙ୍କ ସାଥି ଏହି ଯୋଜନା କରୁଥିବା ବେଳେ ଏହି ଘଟଣାର ପର୍ଦ୍ଧାଫାଶ ହେଇଚି I

Leave a Reply

Your email address will not be published. Required fields are marked *