ବହୁତ ହେଇଗଲା ଶ୍ରୀମନ୍ଦିର ରେ ସେବାୟତ ଙ୍କ ମନମାନୀ I କେତେବେଳେ ଜଗନ୍ନାଥ ଙ୍କୁ ଉପବାସ ରେ ରଖାଇଦେଉଛନ୍ତି ତ ଆଉ କେତେବେଳେ ଭକ୍ତ ଙ୍କୁ ମାଡ ମାରୁଛନ୍ତି I ସବୁ ଦେଖି ଶୁଣି ଚୁପ ରହୁଛନ୍ତି ରାଜ୍ୟ ସରକାର I କୌଣସି ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ I ସବୁଠାରୁ ଚର୍ଚିତ ହେଉଛି ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ଚାବି କାହା ପାଖରେ ଅଛି ତାହାର ସଠିକ ଉତ୍ତର ମିଳିପାରୁନି I
ଏସବୁ ଅବ୍ୟବସ୍ଥା ଭିତରେ ଥିବା ଶ୍ରୀ ମନ୍ଦିର ଙ୍କୁ ରାଜ୍ୟ ସରକାର ଏବଂ ସେବାୟତ ଙ୍କ କବଳରୁ ମୁକ୍ତ କରାଇବେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ I ଏନେଇ ଗତକାଲି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ପୁଂଖାନୁ ପୁଙ୍ଖ ଆଲୋଚନା ପରେ ଏପରି ନିଷ୍ପତି ନେଇଛନ୍ତି ସୁବ୍ରମଣ୍ୟମ I ଏନେଇ ଏକ ଟ୍ୱିଟ ମଧ୍ୟ ଜାରି କରିଛନ୍ତି I
ସୂଚନା ଥାଉ କି ପୂର୍ବରୁ ମଧ୍ୟ ତିରୁମାଳା ବାଲାଜୀ ମନ୍ଦିର ରେ ହେଉଥିବା ଅବ୍ୟବସ୍ଥା କୁ ସୁଧାର ଆଣିବାକୁ
ସୁବ୍ରମଣ୍ୟମ ସ୍ୱାମୀ କଠୋର ପଦକ୍ଷେପ ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିୟନ୍ତ୍ରଣରୁ ମନ୍ଦିର କୁ ମୁକ୍ତ କରିଥିଲେ I
ସେହିପରି ଜଗନ୍ନାଥ ମନ୍ଦିର କୁ ଖୁବ ଜଲ୍ଦି ସରକାର ଙ୍କ ନିୟନ୍ତ୍ରଣ ରୁ ମୁକ୍ତ କରାଯିବ ବୋଲି ସେ ଘୋଷଣା କରିଛନ୍ତି I