ଅଣଓଡ଼ିଆ ଅଫିସର ଙ୍କୁ ବାଣ ମାରିଲେ ଦାମ ରାଉତ :ପାଣ୍ଡିଆନ ଜଣେ କିରାଣୀ

ରାଜନୀତି ମହଲ ରେ ସବୁଠି ଚର୍ଚ୍ଚା ସେ ହେଉଛନ୍ତି ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର I ତାଙ୍କ ଇସାରାରେ ରେ ବିଜେଡି ଏବଂ ସରକାର ଚାଲେ I ଦଳର ହେଭି ୱେଟ ନେତା ତାଙ୍କ ପାଖରେ ସାର ସାର କହି ମୂଷା ହେଇଯାନ୍ତି I ବୈଜୟନ୍ତ ଙ୍କ ଭଳି ନେତା ମଧ୍ୟ ଏହି ପାଣ୍ଡିଆନ ଙ୍କୁ ଟାର୍ଗେଟ କରି ଦଳରୁ ବିଦା ହେଇଛନ୍ତି I ତାଙ୍କୁ କିନ୍ତୁ ସିଧାସଳଖ ବରିଷ୍ଠ ବିଜେଡି ଦାମ ରାଉତ କହିଛନ୍ତି ସେ ଜଣେ କିରାଣୀ I ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚା ରେ ଥିବା ଦାମ ପୁଣି ଖୋଲିଛନ୍ତି ମୁଂହ I ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନ ରେ ଉତ୍ତର ଦେଇ କହିଛନ୍ତି ପାଣ୍ଡୀଆନ କିଏ ମତେ ଜଣା ନାହିଁ ?

ସଚିବାଳୟରେ ପାଖାପାଖି ୪ ହଜାର କର୍ମଚାରୀ କାମ କରୁଛନ୍ତି ତାଙ୍କ ଭିତରେ ସେ ବି ଜଣେ କିରାଣୀ ହେଇଥିବେ I ତାଙ୍କୁ କେବେ ମୁଁ କାର୍ଯ୍ୟାଳୟରେ ଦେଖିନି କି ତାଙ୍କ ସହିତ କଥାହେଇନି I ଜଣେ ରାଜନେତା ଭାବରେ ମୁଁ ଅନେକ ଥର ମନ୍ତ୍ରୀ ଭାବେ ଶପଥ ନେଇଛି I ଜଣେ କିରାଣୀ ଙ୍କ ପାଖରେ ମୋର କଣ କାମ ? ମୁଁ ତାଙ୍କୁ କାହିଁକି ଚିନ୍ହିବି ?

ଏବଂ ଗଣମାଧ୍ୟମ କୁ ପରାମର୍ଶ ଦେଇଥିଲେ ଆପଣ ତାଙ୍କୁ ଏତେ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ I ସଚିବାଳୟ ର 4000 କର୍ମଚାରୀ ମଧ୍ୟରୁ ସେ ବି ଜଣେ I ରାଜନୀତି ମହଲ ରେ ଦାମ ଙ୍କ ଏହି ବକ୍ତବ୍ୟ ପୁରା ରାଜନୈତିକ ମହଲ କୁ ଉଷ୍ମ କରିସାରିଲାଣି I

Leave a Reply

Your email address will not be published. Required fields are marked *