ହନୁମାନ ଙ୍କୁ ଖୋଜି ପାଇଗଲେ ବୈଜ୍ଞାନିକ ମାନେ?

ରାମାୟଣର କଥା ତ ଆମେ ସମସ୍ତେ ଜାଣିଚୁ କି କେମିତି ଭଗଵାନ ବିଷ୍ଣୁ ଶ୍ରୀରାମଙ୍କ ରୂପରେ ଜନ୍ମ ନେଲେ।ଆଉ ସେ ରାବଣ ର ବଧ ପରେ ଅଯୋଧ୍ୟା ଚାଲିଆସିଲେ ଏବଂ ରାଜା ହେଲେ।କିନ୍ତୁ କଣ ଏହାର ପର କାହାଣୀ ବିଷୟରେ ଆପଣ ଜାଣିଛନ୍ତି? କଣ ଆପଣଙ୍କୁ ଏହା ଜଣା ଅଛି କି ହନୁମାନ ତାପରେ କଣ କଲେ?ହନୁମାନ କେବେ ବି ନିଜର ପୁରା ଶକ୍ତି ପ୍ରୟୋଗ କରିନାହାନ୍ତି।

ଯଦି ସେ ନିଜର ପୁରା ଶକ୍ତି ବିନାଶ କରିଥାନ୍ତି ତ ଲଙ୍କା ର ବିନାଶ ସେ ନିଜେ କରିଦେଇ ଥାନ୍ତେ।ଆଜି ଆମେ ଜାଣିବା ରାମାୟଣ ପରେ ଭଗଵାନ ହନୁମାନଙ୍କର କଣ ହେଲା।
ଯେତେବେଳେ ସୁଗ୍ରୀବ ଶୁଣିଲେ କି ଭଗଵାନ ରାମ ଦେହତ୍ୟାଗ କରିବାକୁ ଯାଉଛନ୍ତି ସେ ବାଳି ର ପୁତ୍ର ଅଙ୍ଗଦ କୁ ବାନର ରାଜ୍ୟ କିସ୍କିନ୍ଦା ର ରଜପାଦ୍ ଦେଇଦେଲେ।ଆଉ ସେ ବାନର ଆଉ ବିଭୀଷଣ ଙ୍କ ସହ ଅଯୋଧ୍ୟା ପହଁଚିଗଲେ।ସମସ୍ତେ ଭଗଵାନ ରାମଙ୍କୁ କହିଲେ ହେ ପ୍ରଭୁ ଆପଣ ସ୍ବର୍ଗ ଲୋକ ଯିବେ ତ ଏହା ଆମପାଇଁ ମୃତୁ ସମ୍ମାନ ଅଟେ।

ସେଥିପାଇଁ ଆପଣ ଅମକୁବି ସାଥୀ ରେ ନେଇଯାନ୍ତୁ।ଭଗଵାନ ରାମ ସେମାନଙ୍କ କଥା ମାନିନେଲେ।କିନ୍ତୁ ଜା ମ୍ବବନ୍ ,ହନୁମାନ ଆଉ ବିଭୀଷଣ କୁ ପୃଥିବୀ ଛାଡ଼ିବାକୁ ମନା କଲେ।ଭଗଵାନ ରାମ ହନୁମାନଙ୍କୁ କହିଲେ କି ତୁମେ ଅମର ରହିବ।ଯେଉଁ ପର୍ଯ୍ୟନ୍ତ ଏ ସଂସାରରେ ମୋ ଇତିହାସ ମନେ ରଖାଯିବ ସେ ପର୍ଯ୍ୟନ୍ତ ତୁମେ ମୋର ସବୁଠୁ ବଡ ଭକ୍ତ ରୂପରେ ପୂଜା ପାଇବ।ଆଉ ତା ପରେ ରାମ ବାକି ସବୁ ଲୋକଙ୍କ ସହିତ ନଦୀରେ ବିଲିନ୍ ହୋଇଗଲେ।ରାମାୟଣ ପରେ ମହାଭାରତ ସମୟରେ ମଧ୍ୟ ହନୁମାନଙ୍କ ଚର୍ଚ୍ଚା ଦୁଇ ଥର କରାଯାଇଥିଲା।

ପ୍ରଥମ ଥର ଯେବେ ଭୀମ ଜଙ୍ଗଲ ଦେଇ ଯାଉଥିଲେ ସେତେବେଳେ ଜଣେ ବୃଦ୍ଧା ବାନର ତଳେ ପଡ଼ିବାର ଦେଖାଗଲା।ଭୀମ ଯେବେ ତାକୁ ରାସ୍ତାରୁ ହଟିବାକୁ କହିଲା ବାନର କହିଲା ମୋ ପାଖରେ ଏବେ ଆଉ ଏତେ ବଳ ନାହିଁ।ତୁମେ ନିଜେ ମୋତେ ହଟେଇ ଦିଅ।ଏହାପରେ ଭୀମ ସେଇ ବୃଦ୍ଧା ବାନରକୁ ହଟେଇବାକୁ ଚେଷ୍ଟା କଲେ।ଆଉ ନିଜର ସବୁ ଶକ୍ତି ଲଗେଇଲେ।କିନ୍ତୁ ସେ ସେହି ବାନର ର ଲାଙ୍ଗୁଡ ବି ଉଠେଇ ପାରିଲେନି।ଭିମଙ୍କୁ ଅନୁଭବ ହେଲା କି ଏହି ବାନର ହନୁମାନ ଅଟନ୍ତି।ଭିମଙ୍କ ଅନୁରୋଧ କ୍ରମେ ହନୁମାନ ନିଜର ଅସଲ ରୂପ ଦେଖେଇଲେ

ଭୀମଙ୍କୁ ନିଜ ଶକ୍ତିର ଘମଣ୍ଡ ଦେଖେଇବାକୁ କହିଲେ।ଦ୍ଵିତୀୟ ଥର ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥ ଉପରେ ଧୋଜ ସହ ଦେଖାଗଲେ।ଏହି ଯୁଦ୍ଧରେ ସେ ଅର୍ଜୁନଙ୍କୁ ପୁରା ରକ୍ଷା କଲେ।ଯୁଦ୍ଧ ପରେ ଯେବେ ସେ ରଥ ଛାଡ଼ି ଚାଲିଗଲେ ସେ ରଥ ପୁରା ଧୋଂସ ପାଇଗଲା।ଏହି କଥା ଭଗଵାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କହିଲେ କି ରଥରେ ହନୁମାନ ଥିଲେ।କେତେ ଜାଗାରେ ଲୋକମାନେ ହନୁମାନଙ୍କୁ ଦେଖିବା କଥା କହୁଛନ୍ତି।କୁହାଯାଏ କି ହନୁମାନ ଆଜି ବି ବଞ୍ଚିଚନ୍ତି।

ଏହା ସତ ଅଟେ କି ମିଛ ଏହା ତ ଆମେ କହିପାରି ବୁନି।କିନ୍ତୁ ଏତିକି ନିଶ୍ଚୟ କହିପାରିବା କି ଯେ ପର୍ଯ୍ୟନ୍ତ ଏ ମଣିଷ ସମାଜ ଅଛି ସେ ପର୍ଯ୍ୟନ୍ତ ହନୁମାନ ଅଛନ୍ତି ଆଉ ସେ ପର୍ଯ୍ୟନ୍ତ ରାମଙ୍କ ଇତିହାସ ମନେ ରଖାଯିବ।

Leave a Reply

Your email address will not be published. Required fields are marked *