ଗୋଟେ ଟଙ୍କାର Coin ର ଏପରି ବ୍ୟବହାର ଦ୍ୱାରା ଆପଣଙ୍କୁ ଆଣିଦେବ ସୁଖ ସମୃଦ୍ଧି ସୁଭାଗ୍ୟ

ସଂସାର ରେ ଜୀବନ ନିର୍ବାହ କରିବାକୁ ହେଲେ ଧନର ଆବଶ୍ୟକତା ଗୁରିତ୍ଵପୂର୍ଣ୍ଣ I ଆଜିକାଲି ଦୁନିଆରେ ଯେଉଁମାନଙ୍କ ପାଖରେ ଟଙ୍କା ବା ଅର୍ଥ ନାହିଁ ସେମାନଙ୍କୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ I କଥାରେ ଅଛି ଆବେ ପର୍ଶୁ ଜାବେ ପର୍ଶୁ ,ବାବୁ ପର୍ଶୁ ରାମ , ପୈସା କ୍ୟା ନକରେ କାମ୍ ? ତେଣୁ ଟଙ୍କା ର ମୂଲ୍ୟ ବହୁତ ଅଟେ ମଣିଷ ପାଇଁ I ଖାଲି ଟଙ୍କା ନୁହେଁ ଉତ୍ତମ ସ୍ୱାସ୍ଥ୍ୟ ହିଁ ମୁଖ୍ୟ ଅଟେ ସଂସାର ରେ ଭଲରେ ସମୟ ଅତିବାହିତ କରିବା ପାଇଁ I ନଚେତ ଆପଣଙ୍କ ପାଖରେ ଯେତେବି ଟଙ୍କା ଥାଉ ତାର କିଛି ମୂଲ୍ୟ ନଥାଏ I ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସବୁବେଳେ ବେମାର ହେଇ ପଡିଥାଏ I

ମଣିଷ ସବୁବେଳେ କଷ୍ଟ କରିଥାଏ ଟଙ୍କା ପାଇବାକୁ , କିନ୍ତୁ ସମସ୍ତଙ୍କୁ ଭାଗ୍ୟ ସାଥ ଦେଇନଥାଏ I ବହୁ ଲୋକ କଠିନ ପରିଶ୍ରମ କରି ମଧ୍ୟ ଆର୍ଥିକ ସମସ୍ୟା ଭୋଗିଥାନ୍ତି I ଯେତେ ଚେଷ୍ଟା କଲେ ମଧ୍ୟ ଆର୍ଥିକ ସ୍ୱଚ୍ଛଳ ହେଇନଥାଏ , ସର୍ବଦା ଘରେ ଋଣ ଭାର ଲାଗିରହିଥାଏ I ଏବଂ ଅନ୍ୟ କେତେକ ଙ୍କ ପାଖରେ ଟଙ୍କା ଥିଲେ ମଧ୍ୟ ସବୁବେଳେ ଶରୀର ଖରାପ ହେଇଥାଏ I

ତେବେ କଣ ଆପଣ ଜାଣିଛନ୍ତି ଏହାର ସମାଧାନ ମାତ୍ର 1 ଟଙ୍କା ରେ ହେଇପାରିବ I କଣ ଆଜ୍ଞା ବିଶ୍ୱାସ ହେଉନି ନା ? ହଁ ଆଜ୍ଞା ସତ , ମଣିଷ ଯେତେବି ବିଜ୍ଞାନ ରେ ବିଶ୍ୱାସ କରୁ କିନ୍ତୁ ବାସ୍ତୁ ଶାସ୍ତ୍ର କୁ ଅବମାନନା କରିପାରିବ ନାହିଁ I ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି ଆର୍ଥିକ ସ୍ୱଚ୍ଛଳତା ରହୁନି , ଘରେ ସବୁବେଳେ ଋଣ ଲାଗିରହୁଛି , ପରିବାର ର କାହାର ବେମାରୀ ଲାଗିରହୁଛି ତେବେ ଏକ ଟଙ୍କିଆ ଏକ ମୁଦ୍ରାକୁ

ଆପଣଙ୍କ ଶରୀର ରେ ସାତ ଥର ବୁଲାଇ ଆଣି ଯେଉଁ ବ୍ୟକ୍ତିର ଶରୀର ଖରାପ ରହୁଛି ତା ତକିଆ ତଳେ ଅଜାଣତରେ ରାତିରେ ରଖିଦିଅନ୍ତୁ I

କିନ୍ତୁ ସାବଧାନ ଯେପରି ଏହାକୁ ଅନ୍ୟ ମାନେ କେହି ବି ନ ଜାଣନ୍ତି I ରାତି ପାହି ସକାଳ ହେଲେ ସେହି ମୁଦ୍ରା ଟିକୁ ନେଇ ଘର ପାଖ ରେ ଯଦି ସ୍ମଶାନ ଥାଏ ସେଠି ଫୋପାଡ଼ି ଦିଅନ୍ତୁ

କିମ୍ବା ଅନ୍ୟ କୌଣସି ନିଶବ୍ଦ ସ୍ଥାନରେ ସେହି ମୁଦ୍ରାକୁ ପୋତି ଦିଅନ୍ତୁ I ଏହା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଘରୁ ବିନାଶ ହେଇଯାଇଥାଏ ଏବଂ ସବୁବେଳେ ଲାଗିରହୁଥିବା ବେମାରୀ ଯୋଗୁ ଆପଣଙ୍କ ଶରୀର ଅସୁସ୍ଥ ଏବଂ ଋଣ ଭାର କମିଯାଇଥାଏ I

Leave a Reply

Your email address will not be published. Required fields are marked *