ନୈତିକତା ଦୃଷ୍ଟିରୁ ସାଂସଦ ପଦରୁ ବି ଇସ୍ତଫା ଦେଇଦେଲେ ବୈଜୟନ୍ତ

ଆଜି ନୈତିକତା ଦୃଷ୍ଟିରୁ କେନ୍ଦ୍ରାପଡା ସାଂସଦ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ଏକ ପତ୍ର ମାଧ୍ୟମରେ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇଦେଇଛନ୍ତି I ସୂଚନା ଥାଉ କି ଗତ ମାସ 28 ତାରିଖରେ ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଥିଲେ ଏବଂ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଜଣାଇଥିଲେ I ଜାନୁଆରୀ 24 ରେ ବିଜେଡି ରୁ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିଲା I ଏବଂ ବାପା ଙ୍କ ବିୟୋଗ ରେ କୌଣସି ବିଜେଡି ନେତା ଯୋଗ ଦେଇନଥିବାରୁ ବାଧ୍ୟ ହେଇ ବିଜେଡି ଛାଡିଥିଲେ ବୈଜୟନ୍ତ I

Leave a Reply

Your email address will not be published. Required fields are marked *