ଭୁଲ୍ ରେ ବି ମଙ୍ଗଳବାରରେ ଏହି 6 ଟି ଭୁଲ୍ କରନ୍ତୁ ନାହିଁ ନଚେତ ହନୁମାନ ଙ୍କ ରୋଷର ଶିକାର ହେଇପାରନ୍ତି

ସାଧାରଣତଃ ହିନ୍ଦୁ ମାନେ ଅଧିକ ଭଗବାନ ଙ୍କୁ ବିଶ୍ୱାସ କରିଥାନ୍ତି I କୁହାଯାଏ ବିଶ୍ୱାସ ରେ ଭଗବାନ ମିଳିଥାନ୍ତି I ସେଥିପାଇଁ ପ୍ରତ୍ୟକ ଦେବଦେବୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବାରରେ ପୂଜା କରାଯାଇଥାଏ I ସେଥିମଧ୍ୟରୁ ମଙ୍ଗଳବାର କୁ ପ୍ରଭୁ ହନୁମାନ ଙ୍କୁ ସମର୍ପିତ କରାଯାଇଛି I ଶାସ୍ତ୍ର ଅନୁଯାଇ ମଙ୍ଗଳବାରରେ ହନୁମାନ ଙ୍କୁ ଆରାଧନା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହେଇଥାନ୍ତି ଏବଂ ସର୍ବ ମଙ୍ଗଳ ହେଇଥାଏ I ଗ୍ରହ ଦୋଷ କଟିଯାଇଥାଏ I ସାଧରଣତ ଅଧିକାଂଶ ଙ୍କର ଗ୍ରହରେ ମଙ୍ଗଳ ଦୋଷ ଥାଏ ଯାହାକି କ୍ଷତିକାରକ ଏବଂ ଏହା ବିବାହ ରେ ବିଳମ୍ବ କରିଥାଏ I ଯେଉଁମାନଙ୍କର ମଙ୍ଗଳଦୋଷ ଅଛି ସେମାନେ ମଙ୍ଗଳବାରରେ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ମଙ୍ଗୁଳା ଦୋଷ କଟିଥାଏ Iତେବେ ଆମେ ଦୈନଦିନ ଜୀବନରେ ସାଧାରଣତଃ କିଛି ଛୋଟ ଛୋଟ ଭୁଲ୍ କରିଥାଉ ଯାହାଦ୍ୱାରା ହନୁମାନ କ୍ରୋଧିତ ହେଇଥାନ୍ତି ଏବଂ ଆମ ଅଜାଣତରେ ବହୁ ଅଶୁଭ ହେଇଥାଏ I

1)ମଙ୍ଗଳବାରରେ ଆମିଷ ଦ୍ରବ୍ୟ ସେବନ କରନ୍ତୁ ନାହିଁ ଏହାଦ୍ୱାରା ଆର୍ଥିକ କ୍ଷତି ବଢିଥାଏ I2)ମଙ୍ଗଳବାର ରେ ଶଙ୍ଖା , ଚୁଡ଼ି , ସିନ୍ଦୁର ,ଏବଂ ଅନ୍ୟ ଶୃଙ୍ଗାର ଜିନିଷ କିଣନ୍ତୁ ନାହିଁ ଏହା କିଣିବା ଦ୍ୱାରା ବୈବାହିକ ଜୀବନରେକଳହ ଲାଗିରହିଥାଏ I3)ଯଦି ଆପଣ ଜମିବାଡ଼ି କିଣିବାକୁ ଯୋଜନା କରିଛନ୍ତି ତେବେ ଭୁଲ୍ ରେ ବି ମଙ୍ଗଳବାର ରେ କିଣନ୍ତୁ ନାହିଁ I ମଙ୍ଗଳବାରରେ ଜମି କିଣିବା ଦ୍ୱାରା ବ୍ୟକ୍ତି ଏବଂ ଜାଗା ଉପରେ ଅଶୁଭ ଦୃଷ୍ଟି ପଡିଥାଏ I

4)ସାଧାରଣତଃ କିଛି ବ୍ୟକ୍ତି ଅଜାଣତରେ ନଖ କାଟିଥାନ୍ତି ମଙ୍ଗଳବାର ରେ I କିନ୍ତୁ ଏପରି କରନ୍ତୁ ନାହିଁ ମଙ୍ଗଳ ବାରରେ ନଖ କାଟିବା ଦ୍ୱାରା ପରିବାର ରେ ସବୁବେଳେ ଅମଙ୍ଗଳ ହେଇଥାଏ I 5)ମଙ୍ଗଳବାର ଭୁଲ୍ ରେ ବି ଦାଢି କାଟନ୍ତୁ ନାହିଁ I ଏହା ଦ୍ୱରା ବ୍ୟକ୍ତି ଉପରେ ମଙ୍ଗଳ ଦୋଷ ଲାଗିଥାଏ ଏବଂ ଅଶୁଭ ହେଇଥାଏ I6)ମଙ୍ଗଳ ବାରରେ କଳା ପୋଷାକ ପିନ୍ଧିବା ଦ୍ୱାରା ହନୁମାନ କ୍ରୋଧିତ ହେଇଥାନ୍ତି ବୋଲି ମନାଯାଏ I

ଲାଲ କିମ୍ବା ନାରଙ୍ଗୀ ରଙ୍ଗ ର ପୋଷାକ ପରିଧାନ କରିବା ଦ୍ୱାରା ହନୁମାନ ପ୍ରସନ୍ନ ହେଇଥାନ୍ତି ଏବଂ ଶୁଭ ଫଳ ମିଳିଥାଏ I ମଙ୍ଗଳ ଦୋଷ ମଧ୍ୟ ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *