ବିଜୁଳି କର୍ମଚାରୀ ଙ୍କୁ ରଜ ଭେଟି:- ଶ୍ରମିକ ଏକତାମଞ୍ଚ ର ଦାବି କୁ ମାନିନେଲେ ସରକାର

ବିଦ୍ୟୁତ ଶ୍ରମିକ ମାନଙ୍କର ଦରମା ବୃଦ୍ଧି କୁ ନେଇ ଲାଗିରହିଥିବା ବହୁ ବାଦ ବିବାଦ ପରେ ସରକାର ଶ୍ରମିକ ଏକତା ମଞ୍ଚର ପ୍ରସ୍ତାବ ରେ ରାଜି ହେଇଛନ୍ତି ଏବଂ ଶ୍ରମିକ ସଙ୍ଘ ର ସୁପାରିଶ କ୍ରମେ ଦରମା ବୃଦ୍ଧି ହେଇଚି I ଏହା ମୋଟ ଦରମାର ୩୩% ବର୍ଦ୍ଧିତ ଅଟେ I ଏନେଇ ଖୋଦ ଶକ୍ତି ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଶ୍ରମିକ ଏକତା ମଞ୍ଚ ର ଅଧ୍ୟକ୍ଷ ରମେଶ ଶତପଥୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ପାଖାପାଖି ନିୟମିତ ଭାବରେ ଥିବା 25000 ଶ୍ରମିକ ଲାଭବାନ ହେବେ I ଏହା ପିଛିଲା ଭାବରେ ଗତ ୨୦୧୫ ମସିହାରୁ ଲାଗୁ କରାଯିବ I

ଏନେଇ ଓଡିଶା Exclusive କୁ ଶ୍ରମିକ ଏକତା ମଂଚ ତରଫରୁ ସଂଜୀବ ପ୍ରସାଦ ବେହେରା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ବିଭିର୍ଣ୍ଣ ବିଦ୍ୟୁତ କମ୍ପାନୀ ଯଥା ଗ୍ରିଡ୍କୋ , ଓପିଟିସିଏଲ ,ଓଏଚପିସି ,ଓପିଜିସି , ଏବଂ ବିତରଣ କମ୍ପାନୀ ନେସ୍କୋ , ୱେସ୍କୋ , ସାଉଥକୋ ଏବଂ ସେସୁ ରେ କାର୍ଯ୍ୟରତ ଅନ୍ୟୁନ 25000 ନିୟମିତ କର୍ମଚାରୀ ଙ୍କର ଦରମା 1970 ମସିହାରୁ ପ୍ରଚଳିତ ୱେଜ ବୋର୍ଡ଼ ଆଧାରରେ 1.4.2015 ରୁ ବୃଦ୍ଧିପାଇବା ସହିତ ଅନ୍ୟାନ୍ୟ ଭତାକୁ କୁ ସରକାର ମଞ୍ଜୁର କରିଛନ୍ତି I

ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଂଘ ( OSEB ମହାସଂଘ ) ,ଓଏସଇବି ଫେଡେରେସନ ,, ୱେଷ୍ଟର୍ନ ଓଡିଶା ବିଦ୍ୟୁତ ମହାସଂଘ କୁ ନେଇ ଗଠିତ ଶ୍ରମିକ ଏକତା ମଂଚ ତରଫରୁ ଦୁଇଦିନ ଧରି ଆଲୋଚନା ହେଉଥିଲା ସରକାର ଙ୍କ ସହିତ I

ଆଜି 11.6.2018 ରେ ସରକାର ଏନେଇ ରାଜି ହେଇଛନ୍ତି ଏବଂ ବିଧିବଦ୍ଧ ଭାବରେ ଏକ ଚୁକ୍ତି ପତ୍ର ସ୍ଵାକ୍ଷରିତ ହେଇଚି I

ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ରମେଶ ଶତପଥୀ , ପ୍ରଶାନ୍ତ ମହାପାତ୍ର , ସଂଜୀବ ବେହେରା ହେମନ୍ତ ଦାସ ,ପ୍ରଭାତ ଦାସ , ଜଗନ୍ନଥ ମହାରଣା ,ଶିରୀଷ ଦାସ , ରବି ମଲ୍ହ,ସନ୍ତୋଷ ପୁହାନ ,,ଓଏସଇବି ଫେଡେରେସନ ତରଫରୁ ଯତୀନ୍ଦ୍ର ରାୟ ସତ୍ୟବାଦୀ ବାଘ , ତାରାକାନ୍ତ ପଟ୍ଟନାୟକ ,ଭ୍ରମର ରାଉତ ,ଶ୍ରୀକୃଷ୍ଣ ପଟ୍ଟନାୟକ ,

,,ୱେଷ୍ଟର୍ନ ଓଡିଶା ବିଦ୍ୟୁତ ମହାସଂଘ ତରଫରୁ ରଜନୀକାନ୍ତ ଆଚାର୍ଯ୍ୟ ,ଲଳିତ ପଟ୍ଟନାୟକ ,ପ୍ରଣୟ ନାୟକ ବିଶ୍ୱମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି ଚୁକ୍ତି ପତ୍ରରେ ସ୍ବାକ୍ଷର କରିଛନ୍ତି I

ଶ୍ରମିକ ମାନଙ୍କୁ କଣ ମିଳିଲା ?
ଚୁକ୍ତି ପତ୍ର ଅନୁଯାଇ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ କର୍ମଚାରୀ ମାନଙ୍କର ଦରମା ଯେଉଁ ପଦ୍ଧତି ରେ ସ୍ଥିର କରାଯାଇଛି ସେହି ପଦ୍ଧତି ରେ ବିଦ୍ୟୁତ କର୍ମଚାରୀ ମାନଙ୍କର ଦରମା ସ୍ଥିର କରାଯିବ I ବିଦ୍ୟୁତ କର୍ମଚାରୀ ମାନେ ସର୍ବନିମ୍ନ 17200 ଏବୋ ସର୍ବୋଚ୍ଚ 44900 ପାଇବେ ବୋଲି ସ୍ଥିର ହେଇଚି I

ରାଜ୍ୟ eବଂ କେନ୍ଦ୍ର ସରକାର ଙ୍କ ପ୍ରଚଳିତ ପେ ମେଟ୍ରିକ ଆଧାର ରେ ପ୍ରତ୍ୟକ କର୍ମଚାରୀ ମେଡିକାଲ ଏବଂ ଘରଭଡା 21.4.2018 ରୁ ବର୍ଦ୍ଧିତ ଭାବେ ପାଇବେ I ଯାତାୟାତ ଭତ୍ତା ଭାବରେ 800 ମିଳିବ I

ଏହା ସହିତ ସରକାରୀ କର୍ମଚାରୀ ଯେଉଁ ଆଧାର ରେ ଡ଼ିଏ ପାଇବେ ସେହି ଆଧାର ରେ ବିଦ୍ୟୁତ କର୍ମଚାରୀ ମାନେ ଡ଼ିଏ ପାଇବାକୁ ଚୁକ୍ତି ହେଇଚି I ଏହା ବ୍ୟତୀତ ପ୍ରଚଳିତ ଅନ୍ୟାନ୍ୟ ଆଲାଉନ୍ସ ବଳବତ୍ତର ରହିବ I

ଅବସର ପ୍ରାପ୍ତ କର୍ମଚାରୀ ମାନେ ମଧ୍ୟ ଏହି ଆଧାର ରେ ସମସ୍ତ ସୁବିଧା ପାଇବେ ବୋଲି ଚୁକ୍ତି ପତ୍ରରେ ଉଲେଖ ରହିଛି I ଏବଂ ଦିର୍ଘଦିନରୁ କର୍ମଚାରୀ ମାନଙ୍କର ଲାଗିରହିଥିବା ବିଭିର୍ଣ୍ଣ ଆନାମୋଲି ଗୁଡିକୁ ତୁରନ୍ତ ଦୁଇମାସ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ କୁହାଯାଇଛି I ଶ୍ରମିକ ଏକତା ମଂଚ ତରଫରୁ ସମସ୍ତ କର୍ମଚାରୀ ମାନେ ଏହି ନିଷ୍ପତି କୁ ସ୍ୱାଗତ କରିଛନ୍ତି ଏବଂ ଧନ୍ୟବାଦ ଦେଇଛନ୍ତି I

Leave a Reply

Your email address will not be published. Required fields are marked *