ଗୀତା ରେ ଲେଖାଥିବା ୧୦ ଟି ଭୟଙ୍କର କଥା ଯାହା କି କଳିଯୁଗ ରେ ହେଉଛି ସତ

ଆମର ହିନ୍ଦୁ ଧର୍ମ ବହୁତ୍ ପୁରୁଣା ଧର୍ମ ଅଟେ।ଆମକୁ ଗର୍ବ ହେଉଛି ଶ୍ରୀକୃଷ୍ଣ ଙ୍କ ଭଳି ଅବତାର ପୃଥିବୀ ପୃଷ୍ଟକୁ ଆସି କଳିଯୁଗ ର ଭବିଷ୍ୟବାଣୀ ବହୁତ୍ ଆଗରୁ କରିଦେଇଥିଲେ।କିନ୍ତୁ ଆଜିର ମନୁଷ୍ୟ ସବୁକିଛି ଜାଣି ମଧ୍ୟ ଭୁଲ କରିଥାଏ। ଗୀତା ରେ କୁହାଯାଇଥିବା ୧୦ଟି ଭୟଙ୍କର କଥା ଯାହା କଳିଯୁଗରେ ସତ୍ୟ ହୋଇଛି।

ଏବେ ଆସନ୍ତୁ ସେ ବିଷୟରେ ଜାଣିବା।

୧- କଳିଯୁଗ ରେ ଧର୍ମ,ସ୍ୱଚ୍ଛ ବାଦି,ଶାରୀରିକ ଶକ୍ତି, ଦୟାଭାବ,ଆଉ ଜୀବନର ଅବଧି ଧୀରେ ଧୀରେ କମି କମି ଚାଲିଯିବ।

୨- କଳିଯୁଗରେ ସେହି ବ୍ୟକ୍ତିକୁ ଗୁଣୀ ମନିବେ ଯେଉଁ ବ୍ୟକ୍ତି ପାଖରେ ଅଧିକ ଧନ ସଂପତ୍ତି ଥିବ।

୩- କଳି ଯୁଗରେ ସ୍ତ୍ରୀ ପୁରୁଷ ବିନା ବାହାଘର ରେ କେବଳ ରୁଚି ଅନୁସାରେ ରହିବେ।ବ୍ୟବସାୟ ରେ କେବଳ ସଫଳତା ପାଇଁ ଛଳ କରିବେ ଆଉ ବ୍ରାହ୍ମଣ ଖାଲି ନାମ ପାଇଁ ହେବେ।

୪- ଲାଞ୍ଚ ଦେବା ବ୍ୟକ୍ତି ନ୍ୟାୟ ପାଇପାରିବ ଆଉ ଯିଏ ଧନ ଖର୍ଚ୍ଚ କରିପାରିବ ନାହିଁ ତାକୁ ନ୍ୟାୟ ପାଇଁ ଜାଗା ଜାଗାରେ କଷ୍ଟ ପାଇବାକୁ ପଡିବ।ସ୍ୱାର୍ଥପର ଆଉ ଚାଲାକ୍ ଲୋକଙ୍କୁ କଳିଯୁଗରେ ଚାଲାକ୍ ମାନିବେ।

୫- କଳିଯୁଗରେ ଲୋକେ ଅନେକ ପ୍ରକାର ଚିନ୍ତାରେ ଘାରି ରହିବେ।ଲୋକେ ସବୁବେଳେ ଚିନ୍ତାରେ ବୁଡି ରହିବେ ଆଉ ମନୁଷ୍ୟର ବୟସ କମି କମି ୬୦ ରୁ ୭୦ ରହିବ।

୬- ଲୋକେ ଦୂରରେ ଥିବା ନଦୀ,ବନ୍ଧ ଆଉ ପାହାଡ଼ କୁ ବୁଲିବାକୁ ଯିବେ।କିନ୍ତୁ ନିଜର ବାପା ମା ଙ୍କୁ ପଚାରିବେ ନାହିଁ।ନିଜର ପେଟ ଭରିବା ପାଇଁ ଖରାପ୍ କାମ କରିବେ।

୭- କଳିଯୁଗରେ ବର୍ଷା କମିଯିବ।ଯାହା ଦ୍ଵାରା ଚାରିଆଡ଼େ ଶୁଖିଲା ରହିବ।ବର୍ଷର ଋତୁ ମାନ ବିଚିତ୍ର ରୁପନେବ।

କେତେବେଳେ ଭୟଙ୍କର ଖରା ହେବ ତ ଆଉ କେତେବେଳେ ହାଡ଼ ଭଙ୍ଗା ଶୀତ।

କେତେବେଳେ ଭୟଙ୍କର ପବନ ଆସିବ ତ ଆଉ କେତେବେଳେ ଭୟଙ୍କର ବାତ୍ୟା ଆସିବ।

୮- କଳିଯୁଗରେ ଯେଉଁ ବ୍ୟକ୍ତି ପାଖରେ ଧନ ନଥିବ ତାକୁ ଲୋକେ ଅପବିତ୍ର ଅଧ୍ରମି ମାନିବେ।ବିବାହ କରିବା ନା ରେ ଖାଲି ବୁଝାମଣା ହେବ।
୯- ଲୋକେ ଅନ୍ୟ ଆଗରେ ଭଲ ଦେଖେଇ ହେବା ପାଇଁ ଧର୍ମ,କର୍ମ କରିବେ।ପୃଥିବୀରେ ଦୁଷ୍ଟ ଲୋକ ବହୁତ୍ ହେବେ।ଲୋକେ ରାଜନୀତି, ପାୱାର ପାଇବା ପାଇଁ କୌଣସି ଲୋକକୁ ମାରିବାକୁ ପଛ ଘୁଞ୍ଚା ଦେବେନି।

୧୦- ପୃଥିବୀରେ ଲୋକେ ଅଧିକ ସୁଖ ଶାନ୍ତି ପାଇବା ପାଇଁ ଘର ଛାଡ଼ି ପାହାଡ଼ରେ ରହିବା ପାଇଁ ବାଧ୍ୟ ହେବ।

Leave a Reply

Your email address will not be published. Required fields are marked *