ଅରଟେଲ୍ ଅଫିସ୍ ରେ ପୁଲିସ୍ ର ଚଢ଼ାଉ:ସୋନି ର ଚ୍ୟାନେଲ କୁ ଚୋରି କରି ପ୍ରସାରଣ କରୁଥିଲ

ଅରଟେଲ୍ କେବୁଲ୍ ନେଟୱର୍କ ଓ ବ୍ରଡବ୍ୟାଣ୍ଡ ବିଷୟରେ ଟ ଆପଣମାନେ ନିଶ୍ଚୟ ସୁନିଥିବେ। ତେବେ ଏବେ ବଡ଼ ବିବାଦ ଘେର ରେ ଛନ୍ଦି ହୋଇପଡିଛି ଏହି ଅରଟେଲ୍।

ଗତ କାଲି ଚନ୍ଦ୍ରଶେଖରପୁରରେ ଥାନା ଅଧିକାରୀ ମାନେ ଅରଟେଲ୍ ଅଫିସ ରେ ଚଢ଼ାଉ କରି ୧୯ ଟି ଦିକୋଡ ବାକ୍ସ ମଧ୍ୟ ଜବତ କରିଛନ୍ତି।

ସୂଚନା ମୁତାବକ ସୋନି ତରଫ ରୁ ଗୁରୁବାର ଦିନ ଚନ୍ଦ୍ରଶେଖର ପୂର୍ ଥାନା ରେ ଅରଟେଲ୍ ବିରୁଦ୍ଧ ରେ ଅଭିଯୋଗ ହୋଇଥିଲା ଯେ ଅରଟେଲ୍ ବେଆଇନ ଭାବରେ ସୋନି ର ଚନେଲ୍ କୁ ପ୍ରସାରଣ କରୁଛି।

ତେବେ ଏହାକୁ ଭିତ୍ତି କରି ଚନ୍ଦ୍ରଶେଖରପୁରରେ ସାଇବର ସେଲ ତରଫରୁ ଅରଟେଲ୍ ରେ ଚଢ଼ାଉ ହୋଇଥିଲା। ଏହି ସମୟରେ ପୁଲିସ୍ ଅରଟେଲ୍ ଅଫିସ୍ ରୁ ସୋନି ସହ ହୋଇଥିବା ଚୁକ୍ତିନାମା ସହ ୧୯ ଟି ଡିକୋଡ ବାକ୍ସ ଜବତ କରିଛି।

Leave a Reply

Your email address will not be published. Required fields are marked *