ଏହି ରାଶିର ପୁଅମାନଙ୍କୁ ବିବାହ କଲେ ,ସ୍ତ୍ରୀ ମାନେ ମହାରାଣି ପରି ରହିଥାନ୍ତି I

ବିବାହ ଦୁଇଟି ଅଚିନ୍ହା ହୃଦୟକୁ ଯୋଡ଼ିଥାଏ I ସବୁ ଝିଅ ମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କର ମନର ମଣିଷ ପାଇଁ I ଯିଏ ପାଲିଙ୍କିରେ ଆସି ତାଙ୍କ ହାତ ଧରି ନେଇଯିବ ଏବଂ ରାଣୀ କରି ରଖିବ I ବେଳେବେଳେ କିଛି ଝିଅଙ୍କର ସ୍ବପ୍ନ ସତ ହୁଏ ତ ଆଉ କିଛି ଝିଅଙ୍କର ସତ ହୁଏନାହିଁ I ତେବେ କିଛି ରାଶିର ପୁଅ ମାନେ ଥାନ୍ତି ଯେଉଁମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି I ଏବଂ ସ୍ତ୍ରୀ କୁ ରାଣୀ କରି ରଖିଥାନ୍ତି I
ମେଷ ରାଶି : ଏହି ରାଶିର ପୁଅ ମାନେ ସ୍ତ୍ରୀ ପ୍ରତି ବହୁତ ଯତ୍ନବାନ ହେଇଥାନ୍ତି I

କୌଣସି କାରଣରୁ ଯଦି ସ୍ତ୍ରୀ ପ୍ରତି ସାମାନ୍ୟତମ ଆଞ୍ଚ ଆସିଯାଏ ତେବେ ଏହି ରାଶିର ପୁଅ ମାନେ ବିଚଳିତ ହେଇଯାନ୍ତି I ଶେଷ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ନିଜ ସ୍ତ୍ରୀ କୁ ଖୁଶିରେ ରଖିବାକୁ I ଏହି ରାଶିର ପୁଅ ମାନେ ଟିକେ କ୍ଷଣକୋପୀ ହେଇଥିବାରୁ ଅଧିକାଂଶ ସମୟରେ ଛୋଟ ଛୋଟ ଝଗଡା ହେଇଥାଏ କିନ୍ତୁ ପରେ ପୁଅ ମାନେ ନିଜ ଭୁଲ୍ ମାନିଯାଇଥାନ୍ତି I
ମକରରାଶି :-

ଏହି ରାଶିର ପୁଅ ମାନେ ସବୁବେଳେ ନିଜ ସ୍ତ୍ରୀ ର ସମସ୍ତ ଇଛା ପୁରଣ କରିବାକୁ ଚେଷ୍ଟା କରିଥାନ୍ତି I ନିଜ ସ୍ତ୍ରୀ କୁ Carrier ବା Business ରେ ବହୁ ଆଗକୁ ବଢିବାକୁ ଏମାନେ ଉଦ୍ୟମ କରିଥାନ୍ତି I ସ୍ତ୍ରୀ ର ସଫଳତାରେ ଏହି ପୁରୁଷ ମାନେ ବହୁତ ଖୁଶି ହେଇଥାନ୍ତି I

ସ୍ତ୍ରୀ ପ୍ରତି ଅଧିକ ସଚୋଟ ହେଇଥାନ୍ତି I ସ୍ତ୍ରୀ ପାଇଁ ଦରକାର ପଡିଲେ ଏହି ରାଶିର ପୁଅ ମାନେ ନିଜ ଜୀବନ ବି ଦେବାକୁ ପଛାଇନଥାନ୍ତି I ଏମାନେ ଅନ୍ୟ ସ୍ତ୍ରୀ କୁ ଖରାପ ଦୃଷ୍ଟିରେ ଚାହିଁନଥାନ୍ତି I
ଧନୁ ରାଶି :

ଏହି ରାଶିର ପୁଅ ମାନେ ଟିକେ ସ୍ୱତନ୍ତ୍ର ହେଇଥାନ୍ତି I ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି I ସ୍ତ୍ରୀ ର ମନକଥା ବୁଝିବାରେ ଏମାନେ ଓସ୍ତାଦ ଅଟନ୍ତି I
କୁମ୍ଭ ରାଶି :

ଏହି ରାଶିର ପୁଅ ମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇବା ସହିତ ନିଜ ସ୍ତ୍ରୀ ଏମାନଙ୍କ ପାଇଁ ସବୁ କିଛି ହେଇଥାଏ I ପରିବାର ଠାରୁ ନିଜ ସ୍ତ୍ରୀ କୁ ଏମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି I

Leave a Reply

Your email address will not be published. Required fields are marked *