ବେଆଇନ ବିଦ୍ୟୁତ ସଂଯୋଗ ମଦ ଦୋକାନରେ ଫେଡ଼କୋ ର ଚଢ଼ାଉ :ବ୍ୟବସାୟୀ ଗିରଫ

ଅସାଧୁ ଉପାୟରେ ବିଦ୍ୟୁତ ବ୍ୟବହାର କରୁଥିବା ମଦ ଦୋକାନୀ ଙ୍କୁ ଗତକାଲି ଫେଡ଼କୋ ଏବଂ ଏନର୍ଜି ପୋଲିସ ର ମିଳିତ ଚଢ଼ାଉ କରାଯାଇ ଗିରଫ କରାଯାଇଛି I ମିଳିଥିବା ସୂଚନା ଅନୁଯାଇ ପୁରୀ ବିଦ୍ୟୁତ ଡିଭିଜନ ସାକ୍ଷୀଗୋପାଳ ସବ୍ଡିଭିଜନ ଅନ୍ତର୍ଗତ ସାତଶଂଖ ସେକ୍ସନ ର ବଳଙ୍ଗା ବଜାର ରେ ବହୁଦିନ ଧରି ଅସାଧୁ ଉପାୟରେ ସୁରେନ୍ଦ୍ର ସାହୁ ନାମକ ଜଣେ ମଦ ବ୍ୟବସାୟୀ ମଦ ଦୋକାନ ଚଳାଇଥିଲେ I ଘଟଣା ଟି ବିଦ୍ୟୁତ ବଣ୍ଟନ ଏବଂ ପରିଚାଳନା ଦାୟିତ୍ୱ ରେ ଥିବା ଫେଡ଼କୋ ର ଶାଖା ପରିଚାଳକ ଅମୀୟ କୁମାର ବେହୁରା ଙ୍କ ନଜର କୁ ଆସିବା ମାତ୍ରେ ,ସ୍ଥାନୀୟ ଏନର୍ଜି ପୋଲିସ ଥାନାଧିକାରୀ ଙ୍କ ଦୃଷ୍ଟି କୁ ଆଣିଥିଲେ I

ଗତକାଲି ଶ୍ରୀ ବେହୁରା ,ପୁରୀ ଏନର୍ଜି ପୋଲିସ IIC , ଭିଜିଲାନ୍ସ ଟିମ୍, ଏବଂ ସାତଶଂଖ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ମଦ ବ୍ୟବସାୟୀ ର ଦୋକାନ ରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ମଦ ଦୋକାନୀ ରୁ ବେନିୟମ ହୁକ ଦ୍ୱାରା ପାଖାପାଖି 9 କିଲୋୱାଟ ରୁ ଉର୍ଧ ବିଦ୍ୟୁତ ଉପକରଣ ଜବତ କରାଯିବା ସହିତ ମଦ ଦୋକାନୀ ସୁରେନ୍ଦ୍ର ସାହୁ ଙ୍କୁ ଗିରଫ କରାଯାଇଥିଲା I

ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମଦ ଦୋକାନୀ ଙ୍କୁ ହାଜତ କୁ ପଠାଇ ଦିଆଯାଇଛି I

ଏ ନେଇ ଫେଡ଼କୋ ର ବରିଷ୍ଠ ଅଧିକାରୀ ଅମୀୟ କୁମାର ବେହୁରା ସୂଚନା ଦେଇ କହିଛନ୍ତି ଉପଭୋକ୍ତା ଙ୍କୁ ଉର୍ନତ ସେବା ଯୋଗାଇବା ସହିତ ବେଆଇନ ଚୋରି ରୋକିବାକୁ ଫେଡ଼କୋ ସର୍ବଦା ଉଦ୍ୟମରତ I

ବେଆଇନ ଚୋରି ରୋକାଗଲେ ହିଁ ଉପଭୋକ୍ତା ମାନେ ଉର୍ଣ୍ଣତ ସେବା ପାଇପାରିବେ I ବେଆଇନ ଚୋରି ରୋକିବା ପାଇଁ ସମସ୍ତ ଉପଭୋକ୍ତା ମାନେ ଆଗେଇ ଆସିବା ଆବଶ୍ୟକ I

ସୂଚନା ଥାଉ କି ବିଦ୍ୟୁତ କମ୍ପାନୀ ଗୁଡିକ ରେ ଅସାଧୁ ଉପାୟରେ ବଢି ଚାଲିଥିବା ଚୋରି ରୋକିବାରେ ଫେଡ଼କୋ ର ପ୍ରୟାସ ରେ ପାଖାପାଖି 5 ବର୍ଷ ଭିତରେ ନିର୍ଧାରିତ 15% ବଦଳରେ 20% ATC loss କମାଇ ବାରେ ସକ୍ଷମ ହେଇଚି I
ପୁରୀରୁ ରିପୋର୍ଟର ଲକି :-ଓଡିଶା Exclusive
Copyright @OdishaExclusive.in

Leave a Reply

Your email address will not be published. Required fields are marked *