ସୋନା ଙ୍କ ଦମ୍ଭୋକ୍ତି: ମୁଁ ଓଡ଼ିଆ ଗୀତ ଗାଉଥିଲି ଏବଂ ଗାଇବି :ସୋନା ଏବଂ ଓଡ଼ିଆ ଗୀତ କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

ଗତ କିଛି ଦିନ ଧରି ସୋନା ମହାପାତ୍ର ଙ୍କ ଜଣାଣ ଆହେ ନୀଳ ଶୈଳ କୁ ନେଇ ତୁମ୍ବି ତୁଫାନ ସହିତ ସୋନା ଙ୍କ ବିରୋଧରେ ଏତଲା ଦାୟର କରାଯାଇଛି ,ଏପରିକି ସୋନା ଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି I ଏଥିପାଇଁ ସୋନା ମହାପାତ୍ର ମଧ୍ୟ ମୁଁହ ଖୋଲିଛନ୍ତି ଏବଂ ସେ ଅନୁତପ୍ତ ନୁହନ୍ତି ବରଂ ଆଗକୁ ଓଡ଼ିଆ ଗୀତ ଗାଇବେ ଏବଂ ତାଙ୍କ ଦ୍ୱାରା ଯେତିକି ସମ୍ଭବ ଜାତୀୟ ସ୍ତରରେ ପ୍ରଚାର କରିବେ I ପାଲଟା ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ପ୍ରଶ୍ନ ପଚାରିଛନ୍ତି ସୋନା କି ଯଦି ତାଙ୍କ ଗୀତରେ ତ୍ରୁଟିଗତ ଶବ୍ଧ ବାଛିପାରିଲେ , ତେବେ ସେ ଅଣ୍ଟା ରେ ପିନ୍ଧିଥିବା ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ର ପ୍ରତୀକ ଭାବେ , ଓଡ଼ିଶାରେ ତିଆରି କାରୁକାର୍ଯ୍ୟ ଭରା ବେଲ୍ଟ , ହାତରେ ଓଡ଼ିଶାର ହାତ ତିଆରି ଅଳଙ୍କାର ,ମଥାରେ ଚନ୍ଦନ ଲେପନ କଣ ଦେଖାଗଲାନି ?

କାହିଁକି ଏତେ ହୋ ହାଲ୍ଲା :

ଗତ ଦୁଇ ବର୍ଷ ତଳେ ଓଡ଼ିଶାର ସମ୍ବଲପୁରୀ ଭାଷାରେ ନିର୍ମିତ ରଙ୍ଗବତୀ ଗୀତକୁ ନିଜ ନିଆରା ଢଙ୍ଗରେ କୋକ ସ୍ଟୁଡ଼ିଓ ରେ ଗାଈ ସାରା ଭାରତ ବର୍ଷ ରେ ଚର୍ଚା ର କେନ୍ଦ୍ର ବିନ୍ଦୁ ସାଜିଥିଲେ ଏହି ଗାୟିକା , ସେତେବେଳେ ତାଙ୍କୁ ଘୋର ବିରୋଧ କରାଯାଇଥିଲା , ତା ପରେ ଏକ ସୁଫି ଗୀତ କୁ ମଧ୍ୟ ଶୈଳୀ ରେ ଗାଇଥିଲେ ସୋନା ,ଯେଉଁଥିପାଇଁ ସମସ୍ତ ସୁଫି ମାନେ ତାଙ୍କୁ ବିରୋଧ କରିଥିଲେ I ଏବେ ପୁଣି ଥରେ ଏକ ଜାତୀୟ ସ୍ତର ପ୍ରୋଗ୍ରାମ ରେ ଓଡ଼ିଶାର ଭକ୍ତି ଭାବ ଗୀତ ତଥା ସାଲବେଗ ଙ୍କ ରଚିତ ଆହେ ନୀଳ ଶୈଳ ଗୀତକୁ ଗାଇଥିଲେ ସୋନା Iଅବଶ୍ୟ ଗୀତରେ ବହୁତ ଗୁଡ଼ାଏ ଶବ୍ଧ ଭୁଲ ଆଚରଣ କରାଯାଇଛି ଯାହାଦ୍ୱାରା ଓଡ଼ିଆ ଭାଷାର ଅବମାନନା ହେଇଚି କିନ୍ତୁ ଏହା ସତ୍ୱେ ମଂଚାସୀନ ସମସ୍ତ ସ୍ରୋତା ଙ୍କ ଦ୍ୱାରା ଆଦୃତ ହେଇଥିଲା , କିନ୍ତୁ ଓଡ଼ିଶାରେ ଏହାକୁ ଘୋର ବିରୋଧ କରାଯାଇଛି I ବିରୋଧ କରୁଥିବା ଲୋକଙ୍କ ମତରେ ସୋନା ଓଡ଼ିଆ ସଂସ୍କୃତି କୁ ଉପହାସ କରିଛନ୍ତି ଏବଂ କଦର୍ଥ କରି ଅଶ୍ଳୀଳ କରିଛନ୍ତି I

କିଏ ଏହି ସୋନା ?

ଆଜିର ସମାଜରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠିତ ହେଉଥିବା ଓଡ଼ିଆ ଙ୍କ ଭିତରୁ ସେ ଜଣେ ବ୍ୟତିକ୍ରମ I ଘର ଓଡିଶା ନୁହେଁ , ଓଡିଶା ରେ ମଧ୍ୟ ଜନ୍ମ ନୁହେଁ ,ତାଙ୍କ ବାପା ଜଣେ ଓଡ଼ିଆ ଯିଏ କି ଦିଲ୍ଲୀ ରେ ପ୍ରତିଷ୍ଠିତ I ଓଡିଶା ବାହାରେ ଜନ୍ମ ସୋନା ଙ୍କର ,ବଲିୟୁଡ଼ ରେ ସଂଗୀତ ଗାୟନ ରେ ବେଶ ନାଁ ଅଛି ତାଙ୍କର I ବହୁ ଆଗ ଧାଡ଼ିର ସଂଗୀତ ନିର୍ଦେଶକ ସୋନା ଙ୍କ ସହିତ କାମ ଅଫର ଦେଇଥାନ୍ତି I ତଥାପି ସେ ନିଜକୁ ଓଡ଼ିଆ ବୋଲି ଗର୍ବରେ ସବୁ ମଂଚ ରେ କହିଥାନ୍ତି ଏବଂ ତାଙ୍କ ପୋଜିସନ କୁ ବ୍ୟବହାର କରି ଓଡ଼ିଆ ସଂସ୍କୃତି ର ପ୍ରଚାର କରିବାକୁ ଚେଷ୍ଟା କରିଥାନ୍ତି I

ସେ ଓଡ଼ିଆ ଜାଣିନାହାନ୍ତି ତା ସତ୍ୱେ ଓଡ଼ିଆ କହିବାକୁ ଚେଷ୍ଟା କରିଛନ୍ତି ଏବଂ ଓଡ଼ିଆ ଗୀତର ପ୍ରଚାର କରିବାକୁ ଉଦ୍ୟମ କରିଛନ୍ତି I ଏନେଇ କଂଗ୍ରେସ ମୁଖିଆ ନିରଞ୍ଜନ କହିଛନ୍ତି ଯେ ସେ ଝିଅଟି ଓଡ଼ିଆ ଜାଣିନି ତଥାପି ଓଡ଼ିଆ କହିବାକୁ ଚେଷ୍ଟା କରିଛି ହୁଏତ ଛୋଟ ଛୋଟ ଭୁଲ କରିଛି କିନ୍ତୁ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ 18 ବର୍ଷ ସାଶନ କଲାପରେ ମଧ୍ୟ ସବୁଦିନ ଓଡ଼ିଆ ଭାଷାକୁ କଦର୍ଥ କରି କହୁଛନ୍ତି , କାଇଁ ତା ବିରୁଦ୍ଧରେ ତ କେହି ଜଣେ ବିରୋଧ କରୁନା ? ଯଦି ସାହସ ଅଛି ସୋନା ଙ୍କୁ ଛାଡି ନବୀନ ଙ୍କ ବିରୁଧରେ ଏତଲା ଦିଅ I

କିଛିଦିନ ତଳେ ଓଡିଶା ଆସିଥିବା ବେଳେ ଏକ ସାକ୍ଷାତକାର ରେ ସୋନା କହିଥିଲେ କି ତାଙ୍କର ନବୀନ ପଟ୍ଟନାୟକ ଙ୍କ ଠୁ ଯଥେଷ୍ଟ ଅଧିକ ଓଡ଼ିଆ ଭାଷାରେ ଦଖଲ ଅଛି I ସୁଯୋଗ ପାଇଲେ ସେ ଓଡିଶା ରେ ଗୀତ ଗାଇବେ I ତେବେ ଏହା କଣ ତାଙ୍କ ଭୁଲ କି ? ସେ ଓଡ଼ିଶାରେ ଜନ୍ମ ନ ହେଇ ମଧ୍ୟ ଓଡିଶା ର କଳା ସଂସ୍କୃତି କୁ ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି ? ଯେଉଁଠିକି ରାଜ୍ୟର ମୁଖିଆ ଙ୍କୁ ଓଡ଼ିଆ ଆସୁନି ,ସଂଗୀତ ନିର୍ଦେଶକ ମାନେ ଓଡ଼ିଆ ଗୀତରେ ବଙ୍କେଇ ଟଙ୍କେଇ ଅଶ୍ଳୀଳ ଗୀତ ପୁରାଇଛନ୍ତି ,ସେଠି ସଂସ୍କୃତି ରକ୍ଷକ ମାନେ କୁଆଡେ ଯାଉଛନ୍ତି ?ଏନେଇ କିଛି ସମର୍ଥକ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି ଯେ ନଡ଼ିଆ ତେଲ ,ହଳଦିଗିନା ,ପରି ଘରେ ଘରେ ଲୋକପ୍ରିୟ ସାଉଁଟିଥିବା ଗୀତରେ କୋଉ ସଂସ୍କୃତି ରକ୍ଷା ହେଇଯାଇଛି ?

ଏପରି ଶସ୍ତା ଲୋକପ୍ରିୟ ଗୀତ ଦ୍ୱାରା କଣ ଓଡ଼ିଶାର ସଂସ୍କୃତି ବଦନାମ ହେଉନି କି ?ଓଡ଼ିଆ ଗୀତ ଆଜିକାଲି କେତେ ଜଣ ଶୁଣୁଛନ୍ତି ? ଓଡ଼ିଆ ଗୀତ ନା ଶୁଣିଲେ ନାକ ଟେକୁଥିବା ବେଳେ, ଏକ ଜାତୀୟ ସ୍ତରରେ ସୋନା ଯେଉଁ ତାଳ ଲୟ ଏବଂ ଭକ୍ତି ରେ ଓଡ଼ିଆ ଗୀତ କୁ ଗାଇଲେ ତାହା ଗର୍ବର କଥା I ତେବେ କିଏ ଠିକ ? ସୋନା ନା ସଂସ୍କୃତି କୁ ଜାବୁଡି ଧରିଥିବା , ଏବଂ ଜିରାରୁ ଶିରା କାଢୁଥିବା ସଂସ୍କୃତି ରକ୍ଷକ ମାନେ ? ନବୀନ ପଟ୍ଟନାୟକ ଙ୍କ ବିରୁଧରେ ଏତଲା ଦେବେ କି ଓଡ଼ିଆ ଭାଷାକୁ କଦର୍ଥ କରି କହୁଥିବା ହେତୁ ? ପ୍ରଶ୍ନ ଆମର ଉତ୍ତର ଆପଣଙ୍କର

One Comment on “ସୋନା ଙ୍କ ଦମ୍ଭୋକ୍ତି: ମୁଁ ଓଡ଼ିଆ ଗୀତ ଗାଉଥିଲି ଏବଂ ଗାଇବି :ସୋନା ଏବଂ ଓଡ଼ିଆ ଗୀତ କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା”

  1. Sona Mohapatra is a pride of Odisha. Her mistake is not intentional. She has tried to make odia song world wide. I am appreciating her effort. Keep it up.God Bless You. Jay Jagannath….

Leave a Reply

Your email address will not be published. Required fields are marked *