ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ଙ୍କ ଇସ୍ତଫା ପରେ ଲାଗୁ ହେବ ରାଜ୍ୟପାଳ ଶାସନ

ବିଜେପି ମେଣ୍ଟ ରୁ ଓହରି ଆସିବ ପରେ ଜାମ୍ମୁ କାଶ୍ମୀର ର ମୁଖ୍ୟମନ୍ତ୍ରୀ ମେହେବୁବା ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଦ ରୁ। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ନରେନ୍ଦ୍ର ନାଥ ଭୋରା ଙ୍କୁ ପ୍ରଦାନ କରିଛନ୍ତି।

ତେବେ ବର୍ତ୍ତମାନ କୌଣସି ଦଳ ଦଳ ନେତୃତ୍ଵ ରେ ସରକାର ଗଠନ ସମ୍ଭବ ନଥିବାରୁ ରାଜ୍ୟପାଳ ଶାସନ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପାରିସ କରାଯାଇଛି।

ଏହି ଆତଙ୍କବାଦ ପ୍ରବଣ ରାଜ୍ୟ ରେ ଏବେ ରାଜନୈତିକ ଅବସ୍ଥା ସଂକଟାପନ୍ନ ଥିବା ରୁ ରାଜ୍ୟପାଳ ଶାସନ ହିଁ ଏକମାତ୍ର ବିକଳ୍ପ ହୋଇ ରହିଛି।

Leave a Reply

Your email address will not be published. Required fields are marked *