ଏହି ୪ଟି ଜିନିଷ ଅନ୍ୟଠୁ ଆଣିବା ଦ୍ୱାରା ତାର ସବୁ ସମସ୍ୟା ଆପଣଙ୍କ ପାଖକୁ ଆସିଯିବ

ବେଳେବେଳେ ଆମ ର ଆବଶ୍ୟକତା ଥିବା କିଛି ଜିନିଷ ଆମ ପାଖରେ ନଥିଲେ ସାଧାରଣତଃ ସାଙ୍ଗସାଥି ମାନଙ୍କ ଠାରୁ ଆମେ ମାଗି ଆଣିଥାଉ। ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ତାହାକୁ ପରେ ଦେବାକୁ ଭୁଲିଯାଇଥାଉ।

କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ଅନ୍ୟଠୁ ଆଣିବା ଦ୍ୱାରା ସେମାନଙ୍କର ଦୁର୍ଭାଗ୍ୟ କୁ ଆମେ ଆମ ପାଖକୁ ଆଣିଥାଉ I କାହିଁକିନା କୁହାଯାଏ ପ୍ରତ୍ୟକ ବ୍ୟକ୍ତି ପାଖରେ କିଛି ନା କିଛି ଭଲ ବା ଖରାପ ଗୁଣ ରହିଥାଏ I ଯାହାର ପ୍ରଭାବ ତା ନିକଟସ୍ଥ ପରିଜନ ମାନଙ୍କ ଉପରେ ପଡିଥାଏ I ସେମାନେ ବ୍ୟବହାର କରୁଥିବା ଜିନିଷ କୁ ଆମେ ସେମାନଙ୍କଠୁ ଆଣିବା ଦ୍ୱାରା ସେମାନଙ୍କର ଖରାପ ଗୁଣ ଆମ ପାଖକୁ ବି ଆସିଥାଏ I

1) ପେନ୍:

ସାଧାରଣତଃ ଆମେ କୌଣସି କାମରେ କିଛି ଲେଖିବା ପାଇଁ ଦରକାର ପଡିଲେ ଯଦି ଆମ ପାଖରେ ପେନ୍ ନଥାଏ ତେବେ ଅନ୍ୟ କୁ ମାଗିକି ଆଣିଥାଉ , ଏବଂ କାମ ସରିବା ପରେ ଏହାକୁ ଫେରେଇବାକୁ ଭୁଲିଯାଇଥାଉ I

କିନ୍ତୁ ଭୁଲ୍ ରେ ବି ଅନ୍ୟର ପେନ୍ ନିଜ ପାଖରେ ରଖନ୍ତୁ ନାହିଁ ଏହା ଦ୍ୱାରା ଆର୍ଥିକ ସମସ୍ୟା ଲାଗିରହିଥାଏ I
2) ଘଡି :

ଅନ୍ୟର ଘଡି ବା ଘଣ୍ଟା କୁ କେଭେଁବି ପିନ୍ଧନ୍ତୁ ନାହିଁ ,ଏହାଦ୍ୱାରା ଅନ୍ୟର ଅସଫଳତା ର ପ୍ରଭାବ ଆମ ଉପରେ ପଡିଥାଏ I

3) ଵେଡ୍ ବା ବିଛଣା :

ଅନ୍ୟ ର ଶୋଇବା ଵେଡ୍ ବା ବିଛଣା ରେ କଦାପି ଶୁଅନ୍ତୁ ନାହିଁ , ଏହାଦ୍ୱାରା ସେମାନଙ୍କ ଠାରେ ଥିବା ଜୀବାଣୁ ହୁଏତ ଆମ ଶରୀର ରେ ପ୍ରବେଶ କରିପାରନ୍ତି I

ଏହା ଛଡା ଅନ୍ୟର ଵେଡ୍ ବା ବିଛଣା ରେ ଶୋଇବା ଦ୍ୱାରା ଉଭୟ ଙ୍କ ର ସବୁବେଳେ କଳହ ଲାଗିରୁହେ ବୋଲି ଶାସ୍ତ୍ର କହିଥାଏ I

4) ଡ୍ରେସ ବା ରୁମାଲ :

ଅନ୍ୟ ର ଡ୍ରାଏସ୍ରେ ବା ରୁମାଲ ବ୍ୟବହାର କରନ୍ତୁ ନାହିଁ ଏହା ଦ୍ୱାରା ମାନସିକ ଅଶାନ୍ତି ମାଡିଆସିଥାଏ I

5) ଟଙ୍କା :

ଅନ୍ୟଠୁ ଯଦି କୌଣସି ଆର୍ଥିକ ସାହାଯ୍ୟ ଧାର ବା କରଜ ଆଣିଛନ୍ତି ତେବେ ଯଥା ସମ୍ଭବ ତାଙ୍କୁ ସୁଝିଦିଅନ୍ତୁ I

ନଚେତ ଏହାଦ୍ୱାରା ସବୁବେଳେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଲାଗିରହିବା ସହିତ କଳହ ସୃଷ୍ଟି ହେବ I

Leave a Reply

Your email address will not be published. Required fields are marked *