ଭଗବାନ ଶିବ ଙ୍କ ପୂଜା ରେ ଏହି ୫ଟି ଜିନିଷ ଚଢ଼ାଇଲେ ମହାଦେବ ଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ

ଭଗଵାନ ଶିବ ନିଜ ଭକ୍ତଙ୍କ ସବୁ ଇଚ୍ଛା ଶୀଘ୍ର ପୂରଣ କରିଦିଅନ୍ତି।ସେଥିପାଇଁ ତାଙ୍କୁ ଭୋଳା ବାବା ନାମରେ ବି ଡକାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ସବୁବେଳେ ଶାନ୍ତ ସ୍ୱୋଭବରେ ରହୁଥିବା ଭୋଳା ବାବା ଙ୍କୁ ଯେବେ ରାଗ ଆସିଥାଏ ତ ପୁରା ବ୍ରହ୍ମାଣ୍ଡ ଥରିବାକୁ ଲାଗେ।ଭଗବାନ ଶିବ ଯେତେ ଭୋଳା ଅଟନ୍ତି ତାଙ୍କ ରାଗ ମଧ୍ୟ ସେତେ ପ୍ରଚଣ୍ଡ ଅଟେ।ସେଥିପାଇଁ ଆପଣ ଭୁଲରେ ବି ଏମିତି କିଛି କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କୁ ଭଗଵାନ ଙ୍କ ରାଗ ର ଶିକାର ହେବାକୁ ପଡିବ।ଯଦି ଆପଣ ଭୋଳା ବାବାଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତ ଭୁଲ ରେ ବି ଏହି ସବୁ ଜିନିଷ ଅର୍ପଣ କରନ୍ତୁ ନାହିଁ।୧.ଶଙ୍ଖ ରେ ଜଳ -ଭଗବାନ ଶିବ ସଂଖଚୂର୍ ନାମକ ଅସୁର ର ବଧ କରିଥିଲେ।ଆଉ ଶଙ୍ଖ କୁ ସେହି ଅସୁର ର ପ୍ରତୀକ ମନା ଯାଏ।

ସେଥିପାଇଁ ଆପଣ ଶିବ ଲିଙ୍ଗ ଉପରେ ଶଙ୍ଖ ରେ ଜଳ ନ ଚଢ଼େଇବା ଦରକାର।ଭଗଵାନ ଶିବଙ୍କ ଆଗରେ ବି ଶଙ୍ଖ ବଜାଇବା ଭଲ ନୁହେଁ।ଶଙ୍ଖ ଭଗଵାନ ବିଷ୍ଣୁ ଆଉ ମାତା ଲକ୍ଷ୍ମୀ ଙ୍କ ପୂଜାରେ ବ୍ୟବହାର କରାଯାଏ।୨. ତୁଳସୀ ପତ୍ର –ତୁଳସୀ ପତ୍ର ଭଗବାନ ବିଷ୍ଣୁ ଙ୍କୁ ଚଢା ଯାଏ।କିନ୍ତୁ ଭଗବାନ ଶିବ ଙ୍କ ପୂଜାରେ ତୁଳସୀ ପତ୍ର ଚଢେଇବା ଭଲ ନୁହେଁ।

ଭଗବାନ ଶିବ ତୁଳସୀ ଙ୍କ ସ୍ବାମୀ ଜଳନ୍ଧରଙ୍କୁ ବଧ କରିଥିଲେ।ସେଥିପାଇଁ ଭୋଳା ନାଥଙ୍କ ପୂଜା ରେ କେବେ ବି ତୁଳସୀ ର ବ୍ୟବହାର କରାଯାଏ ନାହିଁ।୩.ରାଶି –ଏହା ଭଗବାନ ବିଷ୍ଣୁ ଙ୍କ ଶରୀରରୁ ଉତ୍ପନ ହୋଇଛି ବୋଲି ମନା ଯାଏ।ସେଥିପାଇଁ ଏହାକୁ ବି ଭଗବାନ ଶିବ ଙ୍କୁ ଅର୍ପଣ କରାଯାଏ ନାହିଁ।

୪. ଖଣ୍ଡିତ୍ ଚାଉଳ –ଭଗବାନ ଶିବ ଙ୍କୁ ଚାଉଳ ଚଢ଼େଇବା ଭଲ ମନା ଯାଏ।ସୋମବାର ଭଗବାନ ଶିବଙ୍କୁ ଚାଉଳ ଚଢ଼େଇ ବା ଦ୍ବାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।କିନ୍ତୁ ଏହି କଥାର ବିଶେଷ ଧ୍ୟାନ ରଖିବେ କେବେବି ଭାଙ୍ଗିଥିବା ଚାଉଳ ଭଗବାନ ଙ୍କୁ ଚଢେଇବେ ନାହିଁ।୫.ହଳଦୀ – ହଳଦୀର ପୂଜାରେ ବହୁତ୍ ମହତ୍ଵ ଅଛି।ସମସ୍ତ ଭଲ କାମ ରେ ହଳଦୀର ବ୍ୟବହାର କରାଯାଏ।କିନ୍ତୁ ଭଗବାନ ଶିବଙ୍କ ପୂଜାରେ ହଳଦୀର ବ୍ୟବହାର କରାଯାଏ ନାହିଁ। ଭୁଲ ରେ ବି ଏହି ୫ ଟି ଜିନିଷ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *