ଲାଫିଙ୍ଗ ବୁଦ୍ଧ ଙ୍କୁ ଘରେ ଏହି ଜାଗାରେ ରଖିବା ଦ୍ୱାରା ସର୍ବ ମଙ୍ଗଳ ହେଇଥାଏ

ପ୍ରାୟତ ଅଧିକାଂଶ ଦୋକାନ କିମ୍ବା ଘରେ ଆପଣ ହସୁଥିବା ଜଣେ ପେଟୁଆ ଲୋକ ର ପ୍ରତିମୁର୍ତି ଦେଖିଥିବେ I ଯାହାଙ୍କୁ କି ଲାଫିଙ୍ଗ ବୁଦ୍ଧ କୁହାଯାଏ I ତେବେ ଅନେକ ଙ୍କ ମନରେ ପ୍ରଶ୍ନ ଆସେ ଇଏ କିଏ ? କାହିଁକି ୟାଙ୍କୁ ଦୋକାନ ବା ଘରେ ରଖାଯାଇଛି ? ୟାଙ୍କୁ ରଖିବା ଦ୍ୱାରା କି ଉପକାର ମିଳିଥାଏ ?ଚାଇନା ରେ ବୁଦ୍ଧିଷ୍ଟ ମାନଙ୍କ ଗୁରୁ ବୁଦାଇ ଙ୍କୁ ଜ୍ଞାନ ର ମହାକୁମ୍ଭ ଭାବେ ମନାଯାଏ I ବୁଦାଇ ଜ୍ଞାନ ବାଣ୍ଟିବା ବେଳେ ସବୁବେଳେ ହସୁଥିଲେ ସେଥିପାଇଁ ତାଙ୍କୁ ଶ୍ରଦ୍ଧାରେ ଲାଫିଙ୍ଗ ବୁଦ୍ଧ କୁହାଯାଏ I ସାଧାରଣତଃ ଆମେ ଯେପରି ଭଗବାନ ଙ୍କୁ ଘରେ ରଖି ପୂଜା କରୁ ସେହିପରି ଗୁରୁ ବୁଦାଇ ଙ୍କ ହାସ୍ୟ ଅବତାର କୁ ଚାଇନା ଏବଂ ଜାପାନ ରେ ପୂଜା କରାଯାଏ I

ଚାଇନା ରେ ଲାଫିଙ୍ଗ ବୁଦ୍ଧ ଙ୍କୁ ଧନର ଦେବତା ଭାବେ ମନାଯାଏ I ସେମାନେ ଏହି ଲଫିଙ୍ଗ ବୁଦ୍ଧ ଙ୍କୁ ପେଙ୍ଗସୁଇ ବୋଲି କହିଥାନ୍ତି I ଏହାଙ୍କୁ ଘରେ ରଖିବା ଦ୍ୱାରା ସମସ୍ତ ସଫଳତା ସହିତ ଶୁଭ ହେଉଥିବାରୁ କ୍ରମଶଃ ଏହାଙ୍କର ଚାହିଦା ଅନ୍ୟ ଦେଶ ମାନଙ୍କୁ ମଧ୍ୟ ପ୍ରସାରିତ ହେବାକୁ ଲାଗିଲା I ବାସ୍ତୁଶାସ୍ତ୍ର ଅନୁଯାଇ ଏହି ଲାଫିଙ୍ଗ ବୁଦ୍ଧ ଙ୍କୁ ରଖିବା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ I

ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଥାଏ ସଫଳତା ର ସହିତ Iସଫଳତା ଏବଂ ଆର୍ଥିକ ଉର୍ନତି ର ପ୍ରତୀକ ହେଉଛନ୍ତି ଲାଫିଙ୍ଗ ବୁଦ୍ଧ I ତେବେ ସାଧାରଣତଃ ଆମେ ଲାଫିଙ୍ଗ ବୁଦ୍ଧ ଘରେ ରଖିଥାଉ କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାଇ ଏହାକୁ କେଉଁ ଜାଗାରେ ରଖିବା କଥା ତାହା ଜାଣିନଥାଉ ଯାହାଦ୍ୱାରା କି ଏହାର ଭଲ ପ୍ରଭାବ କୁ ଆମେ ଅନୁଭବ କରିପାରିନଥାଉ I

ଲାଫିଙ୍ଗ ବୁଦ୍ଧ ଙ୍କୁ ଘର ର ମୁଖ୍ୟ ଦ୍ୱାର ନିକଟରେ ଟେବୁଲ ବା ଶୋ କେସ ଉପରେ ରଖନ୍ତୁ ଯାହାଫଳରେ କି ଘରକୁ ଆସୁଥିବା ସମସ୍ତ ଖରାପ ଶକ୍ତି କୁ ଏହା ନଷ୍ଟ କରିଥାଏ I ଘରର ରୋଷେଇ ଘର , ଗାଧୁଆ ଘର , ଶୋଇବା ଘର ରେ ଏହାକୁ କଦାପି ରଖନ୍ତୁ ନାହିଁ I ଏହାକୁ ତଳେ ରଖନ୍ତୁ ନାହିଁ ଏହା ଦ୍ୱାରା ଧନର ହାନି ହେଇଥାଏ I

Leave a Reply

Your email address will not be published. Required fields are marked *