ପ୍ରତ୍ୟେକ କଥା କୁ ଶୀଘ୍ର ମନେ ରଖିବେ କିପରି

କଣ ଆପଣଙ୍କୁ ଭୂଳିବାର ରୋଗ ଅଛି କି?ଆପଣ କିଛି ବିଷୟ ମନେ ରଖି ପାରୁନାହାନ୍ତି କି?

ସବୁଠାରୁ ପ୍ରଥମେ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଇ ଏହା କହିବାକୁ ଯାଉଛି କି ଆମର ମସ୍ତିଷ୍କ କେଉଁ ପ୍ରକାର କୌଣସି ବିଷୟ କୁ ଭଲ ଭାବରେ ମନେ ରଖିପରିଥାୟେ।ମୁଁ ଆପଣଙ୍କୁ ଗୋଟେ ଗୋଟେ କରି ଦୁଇଟି ଶବ୍ଦ ଦେବି ଯାହା ଉପରେ ଆପଣଙ୍କୁ କେବଳ କିଛି ଚିନ୍ତା କରିବାକୁ ପଡ଼ିବ

।ଆପଣ ଯାହା ଇଚ୍ଛା ତାହା ଚିନ୍ତା କରିପାରନ୍ତି। ଏବେ ରେଡ୍ଡୀ ହେଇ ଯାଆନ୍ତୁ କାହିଁକି ନା ମୁଁ ଯେତେବେଳେ ଆପଣଙ୍କୁ ପ୍ରଥମ ଶବ୍ଦଟିକୁ କହିବାକୁ ଆରମ୍ଭ କରିବି ଆପଣଙ୍କୁ ସେହି ବିଷୟରେ କିଛି ନା କିଛି ଭାବିବାକୁ ପଡିବ।

ଆପଣଙ୍କ ପ୍ରଥମ ଶବ୍ଦ ହେଉଛି ସ୍ବାମୀ ବିବେକାନନ୍ଦ………..

କିଛି ଭାବି ନେଲେ ଏହାପରେ ଆପଣଙ୍କ ପାଇଁ ଦ୍ଵିତୀୟ ଶବ୍ଦଟି ହେଉଛି ନନ୍ଦନକାନନ……….

ଭାବିନେଲେ କି ଆପଣ ମାନେ

ବର୍ତମାନ ଏପରି ହୋଇଥିବ କି ଯେତେବେଳେ ମୁଁ ଆପଣଙ୍କୁ ସ୍ବାମୀ ବିବେକାନନ୍ଦ କହିଥିଲି ସେତେବେଳେ ଆପଣ ମାନେ ଅଧିକ କିଛି ଭାବିନଥିବେ କିନ୍ତୁ ଯେତେବେଳେ ଆପଣ ମାନେ ଦ୍ଵିତୀୟ ଶବ୍ଦ ନନ୍ଦନକାନନ ଶୁଣିଲେ ସେତେବେଳେ ସମ୍ପୂର୍ଣ ନନ୍ଦନକାନନ ର ଦୃଶ୍ୟ ଏବଂ ସେଠାରେ ଥିବା ପଶୁ ପକ୍ଷୀ ଆଉ ଜୀବଜନ୍ତୁ ଆପଣଙ୍କ ମସ୍ତିସ୍କର ଖେଳି ଯାଇଥିବ।

ଏପରି ଏଥିପାଇଁ ହେଲା କାହିଁକି ନା ଆପଣଙ୍କ ମସ୍ତିଷ୍କ ଶୁଣିଥିବ ବିଷୟକୁ ବହୁତ୍ ଭଲ ଭାବେ ଦେଖିଥିବା ଜିନିଷ ଗୁଡ଼ିକ ମନେ ରଖିଥାଏ।

ଆପଣମାନେ ସ୍ୱାମୀଜୀ ଙ୍କ ବିଷୟରେ ପିଲାଦିନରୁ ଶୁଣିଥିବ ତଥାପି ଆପଣ ତାଙ୍କ ବିଷୟରେ ଅଧିକ ମନେ ରଖି ନ ଥିବେ।କିନ୍ତୁ ନନ୍ଦନକାନନ ଥରେ କିମ୍ବା ଦୁଇ ଥର ଦେଖିଥିବେ।ଏଥିରୁ ଆମେ ଜାଣିଲେ ଆମର ମସ୍ତିଷ୍କ ଚିତ୍ର କୁ ଅଧିକ ମନେ ରଖିଥାଏ।ଆପଣଙ୍କୁ ଯୋଉ ଜିନିଷ ମନେ ରଖିବାକୁ ପଡିବ ତାହାର ଗୋଟେ ଚିତ୍ର ମନ ଭିତରେ ରଖିବା ଆବଶ୍ୟକ।

ତାହା ଦ୍ଵାରା ହିଁ ଆପଣଙ୍କର ସେ ଜିନିଷ ବହୁଦିନ ଯାଏ ମନେ ରହିବ।ମାନି ନିଅନ୍ତୁ ଆପଣଙ୍କୁ ନିଉଟନ୍ ଙ୍କ ତୃତୀୟ ନିୟମ ମନେ ରଖିବାକୁ ପଡିବ ଯାହା every action is an equal & opposite reaction.

ଏଥିପାଇଁ ଆପଣଙ୍କୁ ମନରେ ଏଭଳି ଏକ ଚିତ୍ର ତିଆରି କରିବାକୁ ପଡ଼ିବ କି ଯେବେ ଆପଣ କୌଣସି ବଲ୍ ଟିକୁ କାନ୍ଥକୁ ବହୁତ୍ ଜୋରରେ ମାରିଥାଉ ତାହା ସେହି ଗତିରେ ହିଁ ଆମ ପାଖକୁ ଫେରି ଆସିଥାଏ।

ଆପଣ ଏହି କାନ୍ଥ ସହ ଥିବା ଉଦାହରଣ ଟିକୁ ଜୀବନ ସାରା ଭୁଲିବେ ନାହିଁ।ଏବଂ ଏହା ସବୁଦିନ ମନେ ରହିବ।

Leave a Reply

Your email address will not be published. Required fields are marked *