କୁନ୍ଦୁଲୀ କୁ ନ୍ୟାୟ ମିଳିବାକୁ ଆଉ ତିନିମାସ ସମୟ ଲାଗିବ I ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲା

ବହୁଚର୍ଚ୍ଚିତ ନବମ ଶ୍ରେଣୀର କୁନ୍ଦୁଲି ପୀଡିତା ସସ୍ମିତା ୪ଜଣ ଯବାନ ଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ନ୍ୟାୟ ନ ପାଇ ମାନସିକ ଭାରସମ୍ୟ ହରାଇ ଗଣଦୁଷ୍କର୍ମ ର ୧୦୦ ଦିନ ପରେ ଜାନୁଆରୀ 22 -2018 ରେ ରସି ଲଗାଇ ଆତ୍ମହତ୍ୟା କରିଥିଲା I ଯାହାକି ସାରାରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା I ବିରୋଧ ଏତେ ପରିମାଣରେ ବଢିଯାଇଥିଲା ଯେ ପୀଡିତା ର ଆତ୍ମହତ୍ୟା ପୂର୍ବରୁ ସରକାର ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବା ପାଇଁ ୨୦୧୭ ଡିସେମ୍ବର ୨୭ ତାରିଖରେ ଏକ କମିଶନ ଗଠନ କରିଥିଲେ ଏବଂ ତିନିମାସ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ I

କିନ୍ତୁ ତଦନ୍ତ ଶେଷ ହେଇନପାରିବାରୁ ମାର୍ଚ୍ଚ 2018 ରେ ରିପୋର୍ଟ ଦାଖଲ ହେଇପାରିନଥିଲା ଏବଂ ପୁଣିଥରେ ତିନିମାସ ଯାଏଁ କମିଶନ ଙ୍କ କାର୍ଯ୍ୟକାଳ ବୃଦ୍ଧି ହେଇଥିଲା I

କିନ୍ତୁ ଜୁନ ରେ ନିର୍ଧାରିତ ତାରିଖ ପୂର୍ବରୁ କମିଶନ ମଧ୍ୟ ପୂର୍ବ ଥର ଭଳି ଫେଲ ମାରିଛନ୍ତି ଏବଂ ପୁଣି ଥରେ ତିନି ମାସ ଯାଏଁ ତଦନ୍ତ କମିଶନ ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି I ୟା ଭିତରେ କୁନ୍ଦୁଲି ପାଇଁ ହୋ ହାଲ୍ଲା କରୁଥିବା ମିଡ଼ିଆ , ରାଜନୈତିକ ଗୋଷ୍ଠୀ ସବୁ ଚୁପ ହେଇ ସୋଇପଡିଛନ୍ତି I ସତେ ଯେପରି ତାଙ୍କ ହୋ ହାଲ୍ଲା ରେ କୁନ୍ଦୁଲି ନ୍ୟାୟ ପଇସାରିଛି I

Leave a Reply

Your email address will not be published. Required fields are marked *