ଗାଡି ରେ ଗଲାବେଳେ ବାନ୍ତି କରୁଛନ୍ତି କି? ଜାଣି ରଖନ୍ତୁ ଏହାର ସମାଧାନ

କଣ ଆପଣଙ୍କୁ ଗାଡ଼ିରେ ଯିବାବେଳେ ବାନ୍ତି ଲାଗୁଛି କି ?ଦୁର ଜାଗାକୁ ଯିବାବେଳେ ଆପଣ ବହୁତ୍ ସମୟରେ ପ୍ରଭାବିତ ହେଉଛନ୍ତି କି? ତେବେ ଚିନ୍ତା କରନ୍ତୁ ନାହିଁ।ଏହି ସମସ୍ୟାର ସମାଧାନ ହେଇପାରିବ।

ବହୁତ୍ ଲୋକ ଅଛନ୍ତି ଯାହାଙ୍କୁ କାର ରେ କିମ୍ବା ବସ୍ ରେ ଅଧିକ ସମୟ ବସିଲେ ବାନ୍ତି ଲାଗିଥାଏ।ଏହାର କାରଣ ହେଲା ଏହି ସମୟରେ ଆମର ଫୁସ୍ ଫୁସ୍ ଅଧିକ କ୍ରିୟାଶୀଳ ହୋଇଥାଏ।

ଯାହା ଫଳରେ କି ଲୋକଙ୍କ ବାନ୍ତି ସମସ୍ୟା ଅଧିକ ବଢ଼ିଥାଏ।ଏହି ସମସ୍ୟା କୁ ରୋକିବା ପାଇଁ କିଛି ଘରୋଇ ଉପଚାର ଯାହାକି ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ।

୧.ପାଖରେ ରଖନ୍ତୁ ଲେମ୍ବୁ ଆପଣ କମଳା ଲେମ୍ବୁ କିମ୍ବା କାଗଜି ଲେମ୍ବୁ ରଖିପାରିବେ।ଆଉ ଯେଉଁ ଦୁର ଜାଗାକୁ ଯାଆନ୍ତୁ କିନ୍ତୁ କିଛି ଅଧିକ ଖାଇକି ଯିବେ ନାହିଁ।ଯେପରିକି ଭାତ,ତେଲ ଯୁକ୍ତ ଖାଦ୍ୟ ଖାନ୍ତୁ ନାହିଁ।

ହାଲୁକା ଖାଦ୍ୟ ଖାଆନ୍ତୁ ଆଉ ପାଣି ପିଅନ୍ତୁ।ଯଦି ଆପଣ କମ୍ ପାଣି ପିଇବେ ଆପଣଙ୍କ ପେଟ ଗରମ୍ ହେବ ଆଉ ଆପଣଙ୍କୁ ଅଧିକ ବାନ୍ତି ଲାଗିବ।

୨.ପାଖରେ ପୋଦିନା ପତ୍ର ରଖନ୍ତୁ କିମ୍ବା ସେହି ପୋଦିନା ପତ୍ରକୁ ଆପଣ ଚଟଣୀ କରି ମଧ୍ୟ ଖାଇପାରିବେ।ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯଦି କଞ୍ଚା ପୋଦିନା ପତ୍ର ଅଛି ତାକୁ ଚୋବେଇ ଖାଇଦିଅନ୍ତୁ।ଏହାଦ୍ଵାରା ବାନ୍ତି ସମସ୍ୟା କିଛି ମାତ୍ରାରେ କମି ଯାଇ ପାରେ।

୩.ଅଦା ରେ ତିଆରି ଯେ କୌଣସି ଜିନିଷ ମନେ ଆପଣ ଚାହା ଯଦି କରୁଥିବେ ସେଥିରେ ଅଦା ପକାଇ ପାରିବେ।ଆଉ ମଧ୍ୟ ଆପଣ ପାଖରେ ଜଲ୍ ଜିରା ରଖିପାରିବେ।

ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ କିଛି ଜଲ୍ ଜିରା ବାହାର କରନ୍ତୁ ଆଉ ତାକୁ ଖାଇ ଦିଅନ୍ତୁ। ଦେଖନ୍ତୁ ଆପଣଙ୍କ ବାନ୍ତି ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *