ବିଜେପି ବୈଠକ ରେ ବୈଜୟନ୍ତ : ବିଜେପି ପ୍ରାର୍ଥୀ ରେ କଟକ ଲୋକସଭା ରୁ ଲଢ଼ିପାରନ୍ତି

ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ର ଟାଣୁଆ ନେତା ସମୀର ଦେ ଙ୍କ ବାସଭବନ ରେ ବୈଜୟନ୍ତ ପଣ୍ଡା ଙ୍କୁ ଦେଖିବାକୁ ମିଳିଥିଲା Iପୁଷ୍ପ ଗୁଚ୍ଛ ଦେଇ ବୈଜୟନ୍ତ ଙ୍କୁ ମଧ୍ୟ ସମୀର ଦେ ପାଛୋଟି ନେଇଥିଲେ I ସମୀର ଦେ ଙ୍କ କଟକସ୍ଥିତ ବାସଭବନ ରେ ଏକ ବୈଠକ ରେ ବୈଜୟନ୍ତ ଉପସ୍ଥିତ ଥିଲେ I ଏବଂ ଦୀର୍ଘ ଦୁଇଘଣ୍ଟା ଧରି କବାଟକିଳା ଗୁପ୍ତ କଥା ଚାଲିଥିଲା ବୋଲି ବିଶ୍ୱସ୍ତ ସୂତ୍ର ରୁ ଜଣାପଡିଛି I ଅବଶ୍ୟ ଏନେଇ ବୈଜୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଘଟଣା ଟି ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି I ଏବୋ ବୈଠକ ର ଫଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ତେବେ ମିଳିଥିବା ସୂଚନା ଅନୁଯାଇ ବୈଜୟନ୍ତ ବିଜେପି ରେ ଯୋଗଦେବାର ପ୍ରକ୍ରିୟା ଚାଲୁରହିଛି I ଆସନ୍ତା ଜୁଲାଇ 1 ରେ ଅମିତ ଶାହା ଓଡିଶା ଆସୁଛନ୍ତି ଶୁଣାଯାଉଛି ସେହିଦିନ ବୈଜୟନ୍ତ ବିଜେପି ରେ ଯୋଗ ଦେଇପାରନ୍ତି I ଏବଂ କଟକ ଲୋକସଭା ଆସନରୁ ବୈଜୟନ୍ତ ଲଢ଼ିବେ ବୋଲି ସୂତ୍ରରୁ ଜଣାପଡିଛି I

ତେବେ ବୈଜୟନ୍ତ ଙ୍କ ଯୋଗଦାନ ବିଜେପି ପାଇଁ ଲାଭବାନ ହେବ କାହିଁକିନା ବୈଜୟନ୍ତ ଏକ ନାଟକୀୟ ଢଙ୍ଗରେ ବିଜେଡି ଛାଡିବା ପରେ ସାଧାରଣ ଜନତା ଙ୍କ ସିମ୍ପାଥି ତାଙ୍କ ସହିତ ରହିଥିବା ବେଳେ ତାଙ୍କ ଘରୋଇ ଚାନେଲ ଓଟିଭି ଟିଆର୍ପି ଏବଂ ଲୋକପ୍ରିୟତାରେ ଓଡ଼ିଶାର ଏକ ନମ୍ବର ଚାନେଲ I ଏହାର ଫାଇଦା ବିଜେପି କୁ ବହୁତ ଲାଭବାନ କରାଇବ I

ସୂଚନା ଥାଉ କି ବୈଜୟନ୍ତ ଅଣଓଡ଼ିଆ ପାଣ୍ଡିଆନ ଙ୍କୁ ଟାର୍ଗେଟ କରିଥିଲେ I ଏବଂ ଦୁର୍ନୀତି ବିରୁଧରେ ମୁଁହ ଖୋଲିଥିଲେ , ଯେଉଁଥିପାଇଁ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା କିନ୍ତୁ ତାଙ୍କ ବାପାଙ୍କ ଅନ୍ତିମ କ୍ରିୟା ରେ ବିଜେଡି ରୁ କେହି ଯୋଗ ନଦେବାରୁ ସେ କ୍ଷୋଭର ସହିତ ବିଜେଡି ଏବଂ ପରେ ସଂସଦ ପଦରୁ ଇସ୍ତଫା ଦେଇଦେଇଥିଲେ I ଉଭୟ କଂଗ୍ରେସ ଏବଂ ବିଜେପି ବୈଜୟନ୍ତ ଦଳରେ ମିଶିଲେ ସ୍ୱାଗତ କରିବେ ବୋଲି ମତାମତ ରଖିଥିଲେ I

Leave a Reply

Your email address will not be published. Required fields are marked *