ରାଜସ୍ବ ମନ୍ତ୍ରୀ ତଥା ପୁରୀ ବିଜେଡି ବିଧାୟକ ମହେଶ୍ୱର ଙ୍କୁ ଯୁବ କଂଗ୍ରେସ ତରଫରୁ ମାନପତ୍ର

କଣ ଆଜ୍ଞା ଶୀର୍ଷକ ତା ଶୁଣୁ ଶୁଣୁ ଚମକିପଡ଼ିଲେ କି ? କଂଗ୍ରେସ ତ ବିଜେଡି ର ବିରୋଧୀ ,ଦୁହିଁଙ୍କ ଭିତରେ ଅହି ନକୁଳ ସମ୍ପର୍କ , କଂଗ୍ରେସ ପୁଣି ବିଜେଡି ନେତାଙ୍କୁ ମାନପତ୍ର ଦେଲା ? ହଁ ଅବଶ୍ୟ ଥୋକେ ଆଲୋଚନା କରନ୍ତି ଯେ କଂଗ୍ରେସ ବିଜେଡି ଭିତରେ ଭିତିରିଆ ସମ୍ପର୍କ ଅଛି , ଓଡିଶା କଂଗ୍ରେସ ର ପିସିସି ମୁଖିଆ କିଏ ହେବେ ତାହା କୁଆଡେ ନବୀନ ବାବୁ ସ୍ଥିର କରନ୍ତି , ସେହି ଦୃଷ୍ଟିରୁ ଯଦି ମାନପତ୍ର ଦେଇଥିବେ I କଣ ଆଜ୍ଞା ତଥାପି ବିଶ୍ୱାସ ହେଉନି ଟି ? ହଉ ଛାଡ଼ନ୍ତୁ ଏବେ ଯିବା ଅସଲ କଥା କୁ :କିଛିଦିନ ତଳେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସ ର ପିସିସି ମୁଖିଆ ହେବା ପରେ କଂଗ୍ରେସ ବାହିନୀ ପୁରା ସକ୍ରିୟ ହେଇଉଠିଛି I ବିଶେଷ କରି ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସ ଯୁବ ବାହିନୀ ଅଭିନବ ଢଙ୍ଗରେ ବିରୋଧୀ  ଙ୍କୁ ସମାଲୋଚନା କରିବା ର ଦେଖାଯାଉଛି I

ଆପଣ ତ ଜାଣିଥିବେ ପୁରୀ ସଦର ବିଧାୟକ ଭାବେ ମହେଶ୍ୱର ମହାନ୍ତି ଙ୍କ ବିଜେଡି ରେ ବହୁ ଖ୍ୟାତି ରହିଛି I ମହାଶୟ ବି ରାଜସ୍ବ ମନ୍ତ୍ରୀ ଅଛନ୍ତି I କିନ୍ତୁ ବିଶ୍ୱ ପ୍ରସିଦ୍ଧ ପୁରୀ ର ଅବସ୍ଥା ଅତି ଦୟନୀୟ I ଆଇନ କାନୁନ ବ୍ୟବସ୍ତା ଭୁଶୁଡିପଡିଛି Iକିଛିଦିନ ତଳେ ଦିନ ଦି ପହରେ କୋର୍ଟ ସାମ୍ନାରେ ଜଣେ ଓକିଲ ଙ୍କୁ ହତ୍ୟା କରାଯାଇଥିଲା I ବସଷ୍ଟାଣ୍ଡ ର ଅବସ୍ଥା ଅତି ଦୟନୀୟ ଥିବାବେଳେ ବହୁ ବିରୋଧ ପରେ ଗୁଣ୍ଡିଚା ମନ୍ଦିର ବସଷ୍ଟାଣ୍ଡ କାମ ଆଗେଇଛି I ଡ୍ରେନେଜ ବ୍ୟବସ୍ତା ପୁରା ବ୍ୟପର୍ଯସ୍ତ I ସାମାନ୍ୟ ବର୍ଷା ହେଲେ ପୁରୀ ସହର ରେ ଆଣ୍ଠିଏ ନର୍ଦ୍ଧମା ପାଣି ର ସୁଅ ଛୁଟୁଛି I

ଶ୍ରୀମନ୍ଦିର ରେ ମଧ୍ୟ ରତ୍ନ ଭଣ୍ଡାର ଚାବି ସୁରକ୍ଷିତ ନୁହେଁ , ନବକଳେବର ରେ ବ୍ରହ୍ମ ବିଭ୍ରାଟ ସୃଷ୍ଟି ହେଇଥିଲା I ପୁରୀ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ,ମନ୍ତ୍ରୀ ଙ୍କ ନିଜ ଅଂଚଳ ରେ ଏତେ ସବୁ ବିଫଳତା କୁ ଅତି କଟାକ୍ଷ ଭାବରେ ସମାଲୋଚନା କରି ମନ୍ତ୍ରୀ ଙ୍କ ନାମରେ ଏକ ମାନପତ୍ର ସୋସିଆଲ ମିଡିଆରେ ଅପ୍ଲୋଡ କରିଛନ୍ତି I

Leave a Reply

Your email address will not be published. Required fields are marked *