ସାମ୍ନାକୁ ଆସିଲା ସାଙ୍ଘାତିକ ସତ : ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଙ୍କୁ ଦୁର୍ବ୍ୟବହାର କରିଥିଲେ ସେବାୟତ I

ଭକ୍ତ ଙ୍କ ସହିତ ଖରାପ ବ୍ୟବହାର ହେଉ କିମ୍ବା ଭକ୍ତ ଙ୍କୁ ଶ୍ରୀମନ୍ଦିର ରେ ମାଡ ହେଉ ସବୁବେଳେ ଶ୍ରୀମନ୍ଦିର ର ସେବାୟତ ମାନେ ଚର୍ଚିତ ହେଇ ଅଛନ୍ତି I କିଛିଦିନ ତଳେ ଭକ୍ତ ଙ୍କ ପାକେଟ ରୁ ପର୍ସ ଚୋରି କରି ମଧ୍ୟ ସେବାୟତ ଧରାପଡ଼ିଥିଲେ I କେବଳ ଏତିକି ନୁହେଁ ନବକଳେବର ରେ ବ୍ରହ୍ମବିଭ୍ରାଟ ରେ ସାରା ବିଶ୍ୱରେ ଓଡିଶା କୁ ବଦନାମ କରିଥିଲେ ସେବାୟତ I ଏପରିକି କିଛିଦିନ ତଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ମଧ୍ୟ ମନ୍ଦିର ଭିତରେ ଗାଳି ଗୁଲଜ କରିଥିଲେ I ତେବେ ଏସବୁ କୁ ବଳି ଯାଇଛି ସେବାୟତ ଙ୍କ କଳା କାରନାମା I ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଙ୍କ ପତ୍ନୀ ସବିତା କୋବିନ୍ଦ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କୁ ମନ୍ଦିର ଭିତରେ ଦୁର୍ବ୍ୟବହାର କରିଥିଲେ ସେବାୟତ I ଖୋଦ ଏନେଇ ରାଷ୍ଟ୍ରପତି ତାଙ୍କ ଅସନ୍ତୁଷ୍ଟ ର ଚିଠି ଲେଖିଛନ୍ତି I

ପ୍ରାପ୍ତ ସୂଚନା ଅନୁଯାଇ ଗତ ମାର୍ଚ୍ଚ ୧୮ ରେ ଶ୍ରୀମନ୍ଦିର ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ସହଧର୍ମି ସବିତା କୋବିନ୍ଦ ଓଡିଶା ଆସିଥିଲେ I ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ଗାରିମା ମୟ ପଦବୀ ତେଣୁ ନିୟମ ଅନୁଯାୟୀ, ରାଷ୍ଟ୍ରପତି ଙ୍କ ଦର୍ଶନ ଦିନ ଅନ୍ୟ ଭକ୍ତ ଙ୍କ ଶ୍ରୀମନ୍ଦିର ପ୍ରବେଶ ନିଷିଦ୍ଧ ଥିଲା I କିନ୍ତୁ ରାଷ୍ଟ୍ରପତି ଦମ୍ପତି ଦର୍ଶନ ସାରି ଫେରୁଥିବା ବେଳେ ମନ୍ଦିର ପରିସର ରେ ଦୁଇଜଣ ସେବାୟତ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଙ୍କୁ ଦୁର୍ବ୍ୟବହାର କରିଥିଲେ।

ଏନେଇ ଖୋଦ ରାଷ୍ଟ୍ରପତି ଙ୍କ ଭବନରୁ କୁହାଯାଇଛି ଯେ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଦର୍ଶନ ସାରି ଫେରୁଥିବା ବେଳେ କିଛି ସେବାୟତ ଜାଣିଶୁଣି ତାଙ୍କ ଦେହରେ ଘଷି ହେଇଥିଲେ I ଏ ନେଇ ଅସନ୍ତୁଷ୍ଟ ର ଚିଠି ଶ୍ରୀମନ୍ଦିର ର ପରିଚାଳନା କମିଟି କୁ 19 ତାରିଖ ରେ ଲେଖାଯାଇଥିଲେ ମଧ୍ୟ ଘଟଣା ଟିକୁ ଏ ପର୍ଯ୍ୟନ୍ତ ଚପାଇ ଦିଆଯାଇଛି I             

ତେବେ ଏହା ରାଜ୍ୟର ଗୌରବ ପ୍ରତି ଏକ କଳଙ୍କିତ ଅଧ୍ୟାୟ ଅଟେ I ଯେଉଁଠି କି ଆମେ ଆମର ଦେଶର ସର୍ବୋଚ୍ଚ ନାଗରିକ ଙ୍କୁ ଆତିଥ୍ୟ ଦେଇ ନପାରି ଦୁର୍ବ୍ୟବହାର କରୁଛେ I ଶ୍ରୀମନ୍ଦିର ପରିଚାଳନା ଏ ପର୍ଯ୍ୟନ୍ତ ଘଟଣାକୁ ଲୁଚାଇ ରଖିବା ବହୁ ରହସ୍ୟ କୁ ଇଙ୍ଗିତ କରୁଛି I

Leave a Reply

Your email address will not be published. Required fields are marked *