ଅସରାଏ ବର୍ଷା ରେ ପାଣିରେ ଉବୁଟୁବୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର

ମୌସୁମୀ ର ବହୁ ଲୁଚକାଳି ପରେ ଶେଷରେ ଓଡିଶା କୁ ଆସିଛି I ଗତ କିଛିଦିନ ଧରି ଭଲ କି ଟିକେ ବର୍ଷା ହେଉଛି ଚାରିଆଡେ I ତେବେ ଲଗାତାର ଏହି କିଛିଦିନର ବର୍ଷାରେ ଗତକାଲି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ମନ୍ଦିର ପରିସର ପାଣିରେ ଉବୁଟୁବୁ I କୋଣାର୍କ ମନ୍ଦିର ଭିତରେ ଆଣ୍ଠିଏ ଲେଖାଏଁ ପାଣିର ଲହରୀ ଖେଳୁଛି I ଜଳ ନିଷ୍କାସନ ର ସୁବ୍ୟବସ୍ଥା ହେଇନପାରିବାରୁ କୋଣାର୍କ ମନ୍ଦିର ରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି I ଜଳନିସ୍କାସନ ପାଇଁ ବହୁ କୋଟିର ପ୍ରକଳ୍ପ ହେଇନଥିଲେ ଏହା କୋଉ କାମକୁ ଲାଗୁନି ,ସମ୍ପୂର୍ଣ୍ଣ ଅଳିହା ରେ ଡ୍ରେନ ପୋତିଯାଇଛି I

ଦେଶ ବିଦେଶ ରୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି I ଏବଂ ଅସନ୍ତୋଷ ରେ ମୁଂହ ଫେରାଇନେଉଛନ୍ତି I ତେବେ କଥା ଉଠୁଛି ବିଶ୍ୱ ଐତିହ୍ୟ ରେ ସ୍ଥାନ ପାଇଥିବା କୋଣାର୍କ ମନ୍ଦିର ରୁ କିପରି ଜଳ ନିଷ୍କାସନ କରାଯିବ ତାହା କଣ ଆଗରୁ ଦାୟିତ୍ୱ ରେ ଥିବା ବଡ଼ବାବୁ ମାନେ ଚିନ୍ତା କରିପାରିନଥିଲେ ?

Leave a Reply

Your email address will not be published. Required fields are marked *