ଅସରାଏ ବର୍ଷାରେ ବୁଡିଗଲା ବଡଦାଣ୍ଡ I ବଡ଼ଦାଣ୍ଡରେ 3 ଫୁଟ ବର୍ଷା ଏବଂ ନର୍ଦ୍ଧମା ପାଣିର ଲହରୀ

ବହୁ ଲୁଚକାଳି ପରେ ଶେଷରେ ଓଡ଼ିଶାରେ କିଛି ଦିନ ଧରି ଲଗାତାର ବର୍ଷା ହେବାରେ ଲାଗିଛି I କିନ୍ତୁ ସାମାନ୍ୟ ଦୁଇ ତିନି ଦିନ ଧରି ଲଗାତାର ବର୍ଷାରେ ଗତକାଲି କୋଣାର୍କ ମନ୍ଦିର ପାଣିରେ ଉବୁଟୁବୁ ହେଉଥିବାର ଖବର ଆସିଥିବା ବେଳେ ଗତକାଲି ଖୋଦ ପୁରୀ ଶ୍ରୀମନ୍ଦିର ର ବଡ଼ଦାଣ୍ଡରେ 2/3 ଫୁଟ ଊଚ୍ଚତା ଜଳ ଏବଂ ନର୍ଦ୍ଧମା ପାଣି ର ଲହରୀ ଖେଳୁଥିବାର ଦେଖାଯାଇଛି I ଆଜି ଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଥିବା ବେଳେ ଶ୍ରୀକ୍ଷେତ୍ରରେ ଭକ୍ତ ଙ୍କ ପ୍ରବଳ ଭିଡ ଜମିଛି I କିନ୍ତୁ ବର୍ଷା ସାଜୁଛି ବାଧକ ,ପାଣିରେ କିପରି ପ୍ରଭୁ ଙ୍କୁ ଦର୍ଶନ କରିବେ ତାହା ଚିନ୍ତାର ବିଷୟ I

ଗତକାଲି ଲଗାତାର ବର୍ଷା ଯୋଗୁଁ ମାର୍କେଟ ଛକଠାରୁ ବଳଗଣ୍ଡି ଛକ ମଧ୍ୟରେ ଅଣ୍ଟାଏ ପାଣି ର ଲହରୀ ଖେଳୁଥିଲା I ଯାତ୍ରୀ ଯିବା ଆସିବା ରେ ବହୁତ କଷ୍ଟ ହେଉଥିବା ବେଳେ ପୌରପାଳିକା ଚୁପ ହେଇ ବସିରହିଛି I ଡ୍ରେନେଜ ବ୍ୟବସ୍ତା ସଠିକ ଭାବରେ ହେଇନଥିବାରୁ ନର୍ଦ୍ଧମା ପାଣି ଏବଂ ବର୍ଷା ପାଣି ମିଶି ବଡ଼ଦାଣ୍ଡରେ ତାଣ୍ଡବ କରିଥିଲେ I

ଡ୍ରେନେଜ ବ୍ୟବସ୍ତା ସମ୍ପୂର୍ଣ୍ଣ ଭାବେ ଅଳିହା ରେ ପୋତି ହେଇଯାଇଥିବାରୁ ସାମାନ୍ୟ ବର୍ଷାରେ ଏପରି ଅବସ୍ଥା ହେଇଥିଲା I ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ କିପରି ପ୍ରଭୁ ରଥଯାତ୍ରା କରିବେ ତାହା ଚିନ୍ତାଜନକ I ତେବେ ସବୁଠାରୁ ବଡ କଥା ଖୋଦ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ରୁ ପ୍ରତିନିଧିତ୍ବ କରୁଛନ୍ତି I

ରାଜସ୍ବ ମନ୍ତ୍ରୀ ଙ୍କ ନିଜ ଅଂଚଳ ରେ ଏପରି ଅବ୍ୟବସ୍ଥା କୁ ଜନସାଧାରଣ ଘୋର ନିନ୍ଦା କରିବା ସହିତ ସମାଲୋଚନା କରୁଛନ୍ତି ଯେ ଦୟାକରି ମନ୍ତ୍ରୀ ଯଦି ଡ୍ରେନେଜ ବ୍ୟବସ୍ତା ର କାର୍ଯ୍ୟକାରୀ କରିପାରୁନାହାନ୍ତି ତେବେ ଦୟାକରି ମୁଖ୍ୟମନ୍ତ୍ରୀ ଙ୍କୁ କହିକି ବିଜୁ ଡଙ୍ଗା ର ବ୍ୟବସ୍ତା କରାଇଲେ ପୁରୀବାସୀ ଏବଂ ଭକ୍ତ ମାନେ ସୁଫଳ ପାଆନ୍ତେ I

Leave a Reply

Your email address will not be published. Required fields are marked *