ଶୁଣିବାକୁ ମିଳୁଥିଲା ରାଷ୍ଟ୍ରପତି ଙ୍କ ଠୁ ଆସିଛି ଶ୍ରୀ ମନ୍ଦିର ନେଇ ଚିଠି, ଭାରତ ର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଙ୍କ ଶ୍ରୀ ମନ୍ଦିର ରେ ହୋଇଥିଲା ଅପମାନ କିମ୍ବା ପଣ୍ଡା ମାନେ ଠିକ୍ ଭାବରେ ବ୍ୟବହାର କରିନଥିଲେ ବୋଲି ଶୁଣିବାକୁ ମିଳୁଥିଲା।
ଏହା ନେଇ ଜୋର୍ ଧରିଥିଲା ଅନେକ ଚର୍ଚ୍ଚା,ବଡ଼ ବଡ଼ ଗଣ ମାଧ୍ୟମ ଙ୍କ ସହିତ ଜଗନ୍ନାଥ ସେନା ର ସଦସ୍ୟ ମାନେ ମଧ୍ୟ ବିତର୍କ ରେ ରହୁଥିଲେ ବ୍ୟସ୍ତ।
କିନ୍ତୁ ଶେଷରେ ଶୁଣିବାକୁ ମିଳୁଛି ଆଉ ଗୋଟେ କଥା। କୁଆଡେ ରାଷ୍ଟ୍ରପତି ଙ୍କ ଅଫସ ରୁ ଆସିନାହିଁ କୌଣସି ଚିଠି।
ତେବେ ପଣ୍ଡା ମାନେ ମଧ୍ୟ ବର୍ତ୍ତମାନ କହୁଛନ୍ତି କି ସେମାନଙ୍କୁ ବଦନାମ୍ କରିବାକୁ ଚାଲିଛି ଷଡ଼ଯନ୍ତ୍ର।
ଏ ନେଇ ଶ୍ରୀ ମନ୍ଦିର ର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ମଧ୍ୟ ଗଣ ମାଧ୍ୟମ ରେ କହିଛନ୍ତି ଯେ ରାଷ୍ଟ୍ରପତି ଙ୍କ ଦର୍ଶନ କୁ ନେଇ କୌଣସି ବିଶୃଙ୍ଖଳା ହୋଇ ନାହିଁ ଓ ସେ ନେଇ କୌଣସି ଚିଠି ମଧ୍ୟ ଆସିନାହିଁ।