ଦ୍ୱିତୀୟ ପ୍ରେମିକ କୁ ପାଇବାକୁ ପ୍ରଥମ ପ୍ରେମିକ ର ତଣ୍ଟି ଚିପି ହତ୍ୟା କଲା ପ୍ରେମିକା : ଭୁବନେଶ୍ୱର ରେ

କୁହାଯାଏ ପ୍ରେମ ଅନ୍ଧ I ଥରେ ପ୍ରେମରେ ପଡିଲେ ବାଟବଣା ହେଇଯାଏ ,ପାଦ କେବଳ ଅମଡ଼ା ବାଟରେ ଚାଲିଥାଏ I ବେଳେବେଳେ ପ୍ରେମକୁ ପାଇବାକୁ ମଣିଷ ଭୁଲିଯାଇଥାଏ ତାର ମଣିଷତ୍ୱ କୁ I ଏମିତିକି କାହା ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ ପ୍ରେମ ପାଇଁ I ଏମିତି ଏକ ଘଟଣା ଘଟିଛି ସ୍ମାର୍ଟ ସିଟି ଭୁବନେଶ୍ୱର ରେ I ଦ୍ୱିତୀୟ ପ୍ରେମିକ କୁ ପାଇବାକୁ ପ୍ରଥମ ପ୍ରେମିକ ର ତଣ୍ଟି ଚିପି ହତ୍ୟା କରିଛି ପ୍ରେମିକା I ପ୍ରାପ୍ତ ସୂଚନା ଅନୁଯାଇ ,ଘଟଣା ଟି ଭୁବନେଶ୍ୱର ଲଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳର। ଜଗତସିଂହପୁରର ସୁଶ୍ରୀ ସସ୍ମିତା ଭୁବନେଶ୍ୱର ରେ ରୁହନ୍ତି I ସ୍ମାର୍ଟ ସିଟି ର ସ୍ମାର୍ଟ ଝିଅ I ଏକ ଘରୋଇ କମ୍ପାନୀ ରେ କାମ କରନ୍ତି I ରଘୁନାଥପୁରର ବୈଜୟନ୍ତ ପ୍ରସାଦ ଯିଏ କି ବୃତ୍ତିରେ ଥିଲେ ମେରାଇନ୍‌ ଇଞ୍ଚିନିୟର I ବୈଜୟନ୍ତ ଙ୍କ ପ୍ରେମରେ ପଡିଯାଇଥିଲେ ସୁଶ୍ରୀ I ସୁଶ୍ରୀ ସସ୍ମିତା ଓ ବୈଜୟନ୍ତ ପ୍ରସାଦ ପରସ୍ପରକୁ ନିବିଡ ଭାବରେ ଭଲ ପାଉଥିଲେ।

ବିବାହ କରିବାକୁ ସ୍ବପ୍ନ ଦେଖିଥିଲେ I
କିନ୍ତୁ ସତରେ ପ୍ରେମ ଅନ୍ଧ, ସୁଶ୍ରୀ ବୈଜୟନ୍ତ ଙ୍କୁ ଛାଡି ଅନ୍ୟ ଜଣେ ଯୁବକ ଙ୍କ ମନଲୋଭା ଚେହେରା ରେ ବିଭୋର ହେଇ ପ୍ରେମରେ ପଡିଯାଇଥିଲେ I ଯୁବକ ଜଣଙ୍କ ନାମ ଚନ୍ଦନ ପତି ଏବଂ ଘର ପୁରୀ I

ଦୁହେଁ ଦୁହିଁଙ୍କୁ ଭଲପାଇବସିଥିଲେ I କିନ୍ତୁ ପ୍ରେମରେ ବାଧକ ସାଜୁଥିଲା ପ୍ରଥମ ପ୍ରେମ ବୈଜୟନ୍ତ I ଦୁହେଁ ବିଚାର କରିଥିଲେ ବୈଜୟନ୍ତ ବଞ୍ଚିରହିଲେ ତାଙ୍କ ପ୍ରେମ ରେ କଣ୍ଟା ସାଜିବ ତେଣୁ ତାକୁ ହଟେଇଦେବାକୁ ଯୋଜନା କରିଥିଲେ Iଯୋଜନା ମୁତାବକ ବୁଧବାର ରାତିରେ ସୁଶ୍ରୀ ଓ ଚନ୍ଦନ , ବୈଜୟନ୍ତ ଙ୍କ ଘରକୁ ଯାଇଥିଲେ ଏବଂ ଭଲ ବ୍ୟବହାର ଦେଖାଇଥିଲେ ପରିସ୍ଥିତି ର ଫାଇଦା ନେଇ ଉଭୟ ବୈଜୟନ୍ତ ଙ୍କ ତଣ୍ଟି ଚିପି ମାରିଦେଇଥିଲେ I

ପଡୋଶୀ ଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ବୈଜୟନ୍ତଙ୍କ ମୃତ ଦେହ ଉଦ୍ଧାର କରିବା ସହିତ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *