ନିଖୋଜ ନୁହେଁ ସେକ୍ସ ଆଡ୍ଡାରୁ ଗିରଫ ହେଇଥିଲେ ବିଜେଡି ନେତା ନଵୀନନନ୍ଦ

ଗତକାଲି ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ଥିବା ଗଣମାଧ୍ୟମ ରେ ଚର୍ଚା ଚାଲିଥିଲା ତେବେ ନିଖୋଜ ନୁହେଁ ସେକ୍ସ ଆଡ୍ଡାରୁ ଗିରଫ ହେଇଥିଲେ ବିଜେଡି ନେତା ନଵୀନନନ୍ଦ I ଏବଂ ଜାମିନ ରେ ଆସିଛନ୍ତି ଏନେଇ କୋଲକାତା ର ଏକ ନିର୍ଦ୍ଧିଷ୍ଟ ପତ୍ରିକା ରେ ବାହାରିଛି I ମିଳିଥିବା ସୂଚନା ଅନୁଯାଇ 3 ଦିନ ତଳେ ନିଜ ବ୍ୟକ୍ତିଗତ କାମ ପାଇଁ ନବୀନ ନନ୍ଦ କୋଲକାତା ଯାଇଥିଲେ କିନ୍ତୁ 30 ତାରିଖ ସନ୍ଧ୍ୟାରେ ଘର ଲୋକଙ୍କ ସହିତ ଯୋଗାଯୋଗ ହେଇପାରିନଥିଲା , ଏନେଇ ପୁଅ ସମ୍ବିତ ନନ୍ଦ ବାପାଙ୍କ ନିଖୋଜ ନେଇ ଗଣମାଧ୍ୟମ ରେ ସୂଚନା ଦେଇଥିଲେ

ଏବଂ କିଛି ଘଣ୍ଟା ପରେ କିଛି ଗଣମାଧ୍ୟମ କୁ ମଧ୍ୟ ନବୀନ ନନ୍ଦ ଫୋନ ଯୋଗେ ପ୍ରତିକ୍ରିୟା ଦେଇଥିଲେ ଯେ, ‘ ତାଙ୍କ ଠାରୁ ଜଣେ ଦୁର୍ବୃତ୍ତ ପର୍ସ ଲୁଟିନେଇ ସ୍ପା ଭିରତକୁ ପଶି ଯିବାବେଳେ ସେ ମଧ୍ୟ ତାକୁ ଧରିବାକୁ ସ୍ପା ଭିତରକୁ ପଶି ଯାଇଥିଲେ ଏବଂ ସେଠାରେ ପୋଲିସ ର ରେଡ ଚାଲିଥିବା ହେତୁ ନବୀନ ନନ୍ଦ ଙ୍କୁ ମଧ୍ୟ ଗିରଫ କରାଯାଇଥିଲା I କିନ୍ତୁ ଆଜି ହିନ୍ଦୀ ପତ୍ରିକା ରେ ବାହାରିଛି କିଛି ଅଲଗା କଥା ,

ପାର୍କ ଷ୍ଟ୍ରେଟ୍‌ର ଏକ ବ୍ୟୁଟି ପାର୍ଲରରେ ରାତିରେ ପୋଲିସ ର ଚଢ଼ାଉ ସମୟରେ ଓଡ଼ିଶାର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସହିତ ବ୍ୟୁଟି ପାର୍ଲର ମ୍ୟାନେଜର, ୫ ଦଲାଲ ଓ ୯ ଜଣ ଯୁବତୀ ଙ୍କ ସମେତ ୧୮ ଜଣଙ୍କୁ ପୋଲିସ ଶନିବାର ରାତିରେ ଗିରଫ କରିଥିଲା।

ରବିବାର ଜାମିନ ରେ ନବୀନ ନନ୍ଦ ଆସିଛନ୍ତି I ତେବେ ଏହାକୁ ନବୀନ ନନ୍ଦ ଖଣ୍ଡନ କରିବା ସହିତ ଏହା ତାଙ୍କ ବିରୁଧ ରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଏବଂ ଆଇନ ଅନୁଯାଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *