୬ ମାସ ଛୁଟି କାଟିଲେ ମିଳିବ ୪୦ ଲକ୍ଷ

କିଛି ଲୋକ ଥାଆନ୍ତି ବୁଲିବାକୁ ବହୁତ୍ ପସନ୍ଦ କରିଥାନ୍ତି।ହେଲେ ଟଙ୍କା କମେଇବା ପାଇଁ ସେମାନେ ନିଜର ଇଚ୍ଛା ମାରି ଚାକିରି କରିଥାନ୍ତି।ଯଦି ଏମିତି ଏକ ଚାକିରି ମିଲନ୍ତା ବୁଲା ସହ ବି ମୋଟା ଆକାରର ଟଙ୍କା ବି ମିଳନ୍ତା ବୁଲା ସହ ବି ମୋଟା ଆକାରରେ ଟଙ୍କା ବି ମିଳନ୍ତା ତେବେ କେମିତି ହୁଅନ୍ତା?

ଏମିତି କିଛି ଚାକିରି ଦେଉଛନ୍ତି ମେକ୍ସିକୋ ର ଏକ ଟ୍ରାଭେଲ୍ କମ୍ପାନୀ।
ମେକ୍ସିକୋରେ ଥିବା କାନ୍ କୁନ୍ ନାମକ ସ୍ଥାନରେ ୬ ମାସ ରହିଲେ ମେକ୍ସିକୋ ର ଏକ ଟ୍ରାଭେଲ କମ୍ପାନୀ ୪୦ ଲକ୍ଷ ଟଙ୍କା ଦେବାର ଘୋଷଣା କରନ୍ତି।

ଏହି ଅ ଫର୍ ଟି ମାର୍ଚ୍ଚ ରୁ ଆରମ୍ଭ ହୋଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଛି।

ଏହି ୬ ମାସ ର ଚାକିରି ଭିତରେ ଆପଣଙ୍କୁ କରିବାକୁ ହେବ ମେକ୍ସିକୋ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ଏବଂ ପ୍ରସାର କରିବା।ଏଠାରେ ରହିବା ଏବଂ ବୁଲିବାର ସବୁ ଖର୍ଚ୍ଚ ସେହି ମେକ୍ସିକୋ ର ଟ୍ରା ଭେଲ୍ କମ୍ପାନୀ ହିଁ ଉଠାଇବ।ଏପରି କରିବାର ମୁଖ୍ୟ କାରଣ ହେଉଛି କି ମେକ୍ସିକୋକୁ ଦୁନିଆର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କରିବା।

ଖାସ୍ କଥା ହେଲା ଏହି ଚାକିରି କରିବା ପାଇଁ କୌଣସି ପୂର୍ବ ଦକ୍ଷତା କିମ୍ବା କୌଣସି ହାଇ କ୍ୱାଲିଫି କେଶନ୍ ର ଆବଶ୍ୟକ ଆବଶ୍ୟକ ନାହିଁ।ଏହି ଚାକିରି କରିବାକୁ ହେଲେ ସର୍ବ ପ୍ରଥମେ ଏକ ମିନିଟ୍ ସମୟରେ ଏକ ଭିଡିଓ ମେକ୍ସିକୋ ର ଟ୍ରା ଭେଲ୍ କମ୍ପାନୀ ୱେବ୍ ସାଇଟ ରେ upload କରିବାକୁ ପଡ଼ିବ।

ଏହି ଭିଡିଓ ରେ ନିଜର ବିଶେଷ ଗୁଣ ଏବଂ କାହିଁକି ଏହି ଚାକିରି କରିବାକୁ ଚାହୁଁଛନ୍ତି କହିବାକୁ ହେବ।ଏହାପରେ ୫ ଟି ଖାସ୍ ଭିଡ଼ିଓ କୁ ଟ୍ରା ଭେଲ୍ କମ୍ପାନୀର ସଦସ୍ୟଙ୍କ ଦ୍ବାରା ବଛାଯିବ ଏବଂ ଶେଷରେ ଇଣ୍ଟର ଭ୍ୟୁ ପାଇଁ ମେକ୍ସିକୋ ଯିବାକୁ ହେବ।ଏହି ଚାକିରି ପାଇଁ ପ୍ରତିବର୍ଷ ବହୁଲୋକ ଆବେଦନ କରିଥାନ୍ତି।

Leave a Reply

Your email address will not be published. Required fields are marked *