ବର୍ଷା ପାଣି ବଦଳାଇଦେବ ଆପଣଙ୍କ ଭାଗ୍ୟ I କରନ୍ତୁ ଏପରି ଉପଯୋଗ , ଘରକୁ ଆସିବ ସୌଭାଗ୍ୟ I

ବର୍ଷା ବିନା ସୃଷ୍ଟି ତିଷ୍ଠି ରହିବା ଅସମ୍ଭବ I ସେ ବର୍ଷାର ଏମିତି ଶକ୍ତି ଥାଏ ଯାହାକି ମାଟିର ବାସ୍ନା କୁ ପୁଲକିତ କରାଇଥାଏ I ଡହ ଡହ ଖରାରେ ଶୁଷ୍କ ହେଇଥିବା ଭୂମିରେ ବର୍ଷା ର ପହିଲି ବୁନ୍ଦା ର ବାସ୍ନା ଯେ କେତେ ମନ ଲୋଭା ତାହା ସମସ୍ତେ ଅନୁଭବ କରିଥିବେ ନିହାତି ଭାବରେ I ସେହି ମାଟିର ବାସ୍ନା ଆଗରେ ଅନ୍ୟ ସବୁ ବାସ୍ନା ଯେପରି ନିଜର ଅସ୍ତିତ୍ବ ହରାଇଥାନ୍ତି I ସେଥିପାଇଁ ତ ବର୍ଷା ପାଣିକୁ ଅତି ପବିତ୍ର କୁହାଯାଇଥାଏ I ତେବେ ଏହି ବର୍ଷା ପାଣିର ଅନେକ ଉପକାରିତା ରହିଛି I କେବଳ ଉପକାରିତା ନୁହେଁ ଶାସ୍ତ୍ର ଅନୁଯାଇ ଏହାକୁ ଅମୃତ ର ଧାରା ଭାବରେ ମନାଯାଏ I ଏହା ପ୍ରୟୋଗ ଦ୍ୱାରା ଦେବାଦେବୀ ସନ୍ତୁଷ୍ଟ ହେଇଥାନ୍ତି I ଚାଲନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା I

1) ବର୍ଷା ଦିନର ପହିଲି ଟୋପା ଟୋପା ବୁନ୍ଦା ରେ ନିହାତି ଭାବରେ ଥରଟେ ଭିଜନ୍ତୁ , ଏହାଦ୍ୱାରା ଶରୀର ର ଚର୍ମ ଜନିତ ଅନେକ ସମସ୍ୟା ଦୂର ହେଇଥାଏ I

2) ଏକ ପିତ୍ତଳ ଢାଳ ରେ ବର୍ଷାପାଣି ସମ୍ପୂର୍ଣ କରି ସେଥିରେ ମା ଲକ୍ଷ୍ମୀ ଙ୍କୁ ଲକ୍ଷ୍ମୀଙ୍କୁ ସ୍ନାନ କରାଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି ଏବଂ ଘରର ସମସ୍ତ ଆର୍ଥିକ ସମସ୍ୟା ଦୂର ହେଇ ଘରେ ଧନ ବଢିଥାଏ I

3) ସାଧାରଣତଃ ଦେଖାଯାଏ ଅଧିକାଂଶ ପୁଅ ବା ଝିଅ ମାନଙ୍କର ମଙ୍ଗଳ ଦୋଷ ହେଉ କିମ୍ବା ଅନ୍ୟ ଦୋଷ ପାଇଁ ବିବାହ ରେ ଅହେତୁକ ବିଳମ୍ବ ହେଇଥାଏ I ତେବେ ଯେଉଁମାନଙ୍କର ବିବାହ ରେ ବିଳମ୍ବ ହେଉଛି ସେମାନେ ବର୍ଷା ପାଣିରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କୁ ସ୍ନାନ କରାଇଲେ , ଶ୍ରୀ ଗଣେଶ ସମସ୍ତ ବିଘ୍ନ ନାଶ କରାଇଥାନ୍ତି I

ଏବଂ ଖୁବ ଅବିବାହିତ ମାନଙ୍କର ବିବାହ ହେଇଥାଏ I
4) କ୍ଷୀର ରେ ବର୍ଷାପାଣି ମିଶ୍ରଣ କରି ନିଜର ଆରାଧ୍ୟ ଠାକୁର ଧୋଇ ଦିଅନ୍ତୁ , ଏହାଦ୍ୱାରା ସମସ୍ତ ଅସଫଳତା ଏବଂ ଦୁଃଖ କ୍ଳେଶ ଦୂର ହେଇଥାଏ I
5) ବର୍ଷାପାଣିକୁ ଏକ ପାତ୍ର ରେ ଘରର ଐଶାନ୍ୟ କୋଣରେ ରଖିଦିଅନ୍ତୁ , ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ହେଇଥାଏ ଏବଂ ସଫଳତା ମିଳିଥାଏ I

6) ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯଦି ବାରମ୍ବାର ଝଗଡା ଏବଂ କଳହ ଲାଗିରହୁଥାଏ ତେବେ , ନିଜ ବେଡ଼ରୁମ ରେ ଏକ ପାତ୍ରରେ ବର୍ଷା ପାଣି ରଖିଦିଅନ୍ତୁ ଏହାଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଦେଖାଯିବ I ଏବଂ ସମସ୍ତ କଳହ ଦୂର ହେଇଯିବ I

Leave a Reply

Your email address will not be published. Required fields are marked *