ଗୁପ୍‌ଚୁପ୍‌ ଖାଇବା ଦ୍ୱାରା ମିଳିଥାଏ 5 ଟି ଚମତ୍କାରୀ ଫାଇଦା !!!

ଗୁପ୍‌ଚୁପ୍‌ ନା ଶୁଣିଲା ମାତ୍ରେ ସମସ୍ତଙ୍କର ପାଟିରୁ ଲାଳ ଗାଡ଼ିଥାଏ I ରାସ୍ତାକଡ଼ରେ ଠେଲା ବେପାରୀ ପାଖରେ ଗୁପ୍‌ଚୁପ୍‌ ଦେଖିଲା ମାତ୍ରେ ଅଧିକାଂଶ ଲୋକ ବାଧ୍ୟ ହେଇ ରହିଯାଇଥାନ୍ତି , ଝିଅ ପିଲାଙ୍କର କଥା ନକହିବା ଭଲ I ତେବେ କଣ ଆପଣ ଜାଣିଛନ୍ତି ଗୁପ୍‌ଚୁପ୍‌ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ I ଗୁପ୍‌ଚୁପ୍‌ ର ଖଟା ପାଣି ଆମ ଶରୀର ପାଇଁ ବହୁତ ଉପକାରୀ ହେଇଥାଏ I ସାଧାରଣତଃ ଗୁପ୍‌ଚୁପ୍‌ ର ଖଟା ପାଣିରେ କଇଁଆ , ପୁଦିନା ପତ୍ର, କଞ୍ଚାଲଙ୍କା, କଂଚା ଆମ୍ବ , ଧନିଆ ପତ୍ର, ଜିରା,ଲେମ୍ବୁ ଏବଂ କଳାଲୁଣ ମିଶାଯାଇଥାଏ I ଯାହାର କି ଔଷଧୀୟ ଗୁଣ ଶରୀର ପାଇଁ ବହୁତ ଫାଇଦା ଆଣିଥାଏ I

1) ପେଟରେ ଏସିଡିଟି ସମସ୍ୟା ଦେଖାଗଲେ ଗୁପ୍‌ଚୁପ୍‌ ପାଣି ପିଇବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ I 2) ଖାଦ୍ୟ ଖାଇବା ପରେ ଗୁପ୍‌ଚୁପ୍‌ ପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହେଇଥାଏ I 3) ଗୁପ୍‌ଚୁପ୍‌ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ରୋଗ ମଧ୍ୟ ଭଲ ହେଇଥାଏ I
4) ଯଦି ଆପଣ ନିଜ ଅତ୍ୟଧିକ ଓଜନ ବୃଦ୍ଧି ପାଇଁ ଚିନ୍ତିତ ଅଛନ୍ତି , ତେବେ ଏହା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ I

ଖାଇ ସାରିବା ପରେ 15/20 ମିନିଟ ପରେ ଗୁପ୍‌ଚୁପ୍‌ ପାଣି ପିଅନ୍ତୁ I 5) ଯଦି ଆପଣ ପତଳା ପଣ ପାଇଁ ଚିନ୍ତିତ , ତେବେ ସନ୍ଧ୍ୟାସମୟରେ ଗୁପ୍‌ଚୁପ୍‌ ନିହାତି ଖାଆନ୍ତୁ I

One Comment on “ଗୁପ୍‌ଚୁପ୍‌ ଖାଇବା ଦ୍ୱାରା ମିଳିଥାଏ 5 ଟି ଚମତ୍କାରୀ ଫାଇଦା !!!”

  1. Along with these benefits we also get free offers like jaundice, cholera, typhoids etc….because the water used by the sellers and their sanitation is …once if you see then will never think to have gupchup again.

Leave a Reply

Your email address will not be published. Required fields are marked *