ଟଙ୍କା ଉଠାଇଲା ପାଇଁ ପରିବାର ଲୋକ ଙ୍କୁ ଦେଉଛନ୍ତି କି ଏଟିଏମ୍ କାର୍ଡ: ତାହେଲେ ଜାଣି ରଖନ୍ତୁ ଏହା ସବୁ

ଆପଣ ଆଜି ଜାଣି ପାରିବେ ଯଦି ATM କାହାକୁ ଦେଉଛନ୍ତି କି ତାହେଲେ ହୋଇ ଯାଆନ୍ତୁ ସାବଧାନ।ଅସୁବିଧାରେ ପଡ଼ି ପାରନ୍ତି ଆପଣ ଆଉ ଅଭିଯୋଗ କରିଲେ ମଧ୍ୟ bank କରିବ ନାହିଁ ଗ୍ରହଣ।
ଯଦି ଆପଣ ନିଜର ବନ୍ଧୁ,ପିଲାଛୁଆ ଙ୍କୁ ATM ଦେଉଛନ୍ତି ତାହେଲେ ସାବଧାନ ହେଇଯାଆନ୍ତୁ କାରଣ ଏଭଳି କରିବା ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି।

ଯଦି ଆପଣ ଆପଣଙ୍କ ପରିବାରର କୌଣସି ବି ସଦସ୍ୟଙ୍କୁ ନିଜ କାର୍ଡ ଦେଇ ଏ.ଟି.ଏମ୍ ରୁ ଟଙ୍କା ଉଠାଉଛନ୍ତି ତେବେ ଏହି ସମୟରେ କୌଣସି ଅଘଟଣ ଘଟିଲେ ଯେପରିକି ଖାତାରୁ ଟଙ୍କା ଆପେ ଆପେ କଟି ଗଲେ କିମ୍ବା ଆପଣଙ୍କୁ ମେସିନ ରୁ କ୍ୟାସ୍ ନ ମିଳିଲେ ଆପଣ ଏଭଳି ପରିସ୍ଥିତି ରେ bank ନିକଟରେ ଅଭିଯୋଗ କଲେ bank ଆପଣଙ୍କୁ କୌଣସି ବି ସହଯୋଗ କରିବ ନାହିଁ।

କାରଣ ଏହିଭଳି ଏକ ମାମଲା ବେଙ୍ଗାଳୁରୁ ରେ ଘଟିଛି।ଜଣେ ଯୁବକ ତାଙ୍କ ଡେବିତ୍ କାର୍ଡ ରୁ ଟଙ୍କା ଉଠାଇବା ପାଇଁ ଏ.ଟି.ଏମ୍ କୁ ଯାଇଥିଲେ।ଯେତେବେଳେ ଯୁବକ ଜଣକ କାର୍ଡ ଟିକୁ ସ୍ଵିପେ କରିଛନ୍ତି ସେତେବେଳେ ଆକାଉଣ୍ଟ୍ ରୁ ଟଙ୍କା କଟିଯାଇଥିଲା ସତ କିନ୍ତୁ ସେହି ଟଙ୍କା ମେସିନ ରେ ଅଟକି ଯାଇଥିଲା।

ଯୁବକ ଜଣକ ବହୁତ୍ ସମୟ ଅଟକି ରହିବା ପରେ ଯେତେବେଳେ ଟଙ୍କା ପାଇ ନ ଥିଲେ ସେ ଘରକୁ ଫେରି ଆସିଥିଲେ ଆଉ ଘଟଣା ସମ୍ପର୍କରେ ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ।

ଏହାପରେ ଉଭୟ ସ୍ବାମୀ ସ୍ତ୍ରୀ ? କୁ ଯାଇ ଅଭିଯୋଗ କରିବାରୁ ? ତାଙ୍କ ଅଭିଯୋଗ କୁ ଗ୍ରହଣ କରି ନ ଥିଲା।ଏହା ପରେ ସେମାନେ customer former ଦ୍ବାରସ୍ଥ ହୋଇଥିଲେ।ପାଖାପାଖି ୪ ବର୍ଷ ପରେ କୋର୍ଟ ଦମ୍ପତି ଙ୍କ ରାୟ ଶୁଣାଇ ଥିଲା।

କୋର୍ଟ କହିଥିଲା କି ଜଣେ ଖାତା ଧାରକ ଏ.ଟି.ଏମ୍ କାର୍ଡ ବ୍ୟବହାର ପାଇଁ ଅଧିକୃତ ଅଟନ୍ତି। ତା ସହ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ମନେ ରଖନ୍ତୁ।ଯାହାଫଳରେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

୧.କାର୍ଡ ରେ ନିଜର ପିନ୍ ଆଦ୍ୟୋଉଁ ଲେଖନ୍ତୁ ନାହିଁ।
୨.ଅଜଣା ଲୋକଙ୍କ ଠାରୁ A.T.M transaction ସହାୟତା ନିଅନ୍ତୁ ନାହିଁ।
୩.କୌଣସି ଅଜଣା ବ୍ୟକ୍ତି ଙ୍କୁ ନିଜର ପିନ୍ କୁହନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *