ନୱାଜ୍ ସରିଫ୍ ଙ୍କୁ ୧୦ ବର୍ଷ ପାଇଁ ହେଲା ଜେଲ୍ ଦଣ୍ଡ

ପାକିସ୍ତାନ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ନୱାଜ୍ ସରିଫ୍ ଙ୍କୁ କୋର୍ଟ ଶୁଣାଇଛନ୍ତି ୧୦ ବର୍ଷ ର ଜେଲ୍ ଦଣ୍ଡ।

ତାଙ୍କ ବିରୁଦ୍ଧ ରେ ଚାଲିଥିବା ବହୁତ୍ ଚର୍ଚ୍ଚିତ ଅଭେନ ଫିଲ୍ମ୍ ଦୁର୍ନୀତି ଉପରେ ଶୁଣାଣି କରି ଇସ୍ ଲାମ୍ ବାଦ୍ କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି।

ଏହା ସହ ସରିଏଫ ଙ୍କ ଝିଅ ଙ୍କୁ ମଧ୍ୟ ୭ ବର୍ଷ ର ଜେଲ୍ ଦଣ୍ଡ ହୋଇଛି ଏବଂ ଦୁଇ ପୁଅ କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। ସ ରିଫ୍ ଙ୍କ ଉପରେ ୧୦ ନିୟୁତ ପାଉଣ୍ଡ ର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଏହା ସହ ତାଙ୍କ ଜ୍ବାଇଁ ଙ୍କୁ ମଧ୍ୟ ୧ ବର୍ଷ ର କାରାଦଣ୍ଡ ହୋଇଛି।

କୋର୍ଟ ଙ୍କ ଏହି ଶୁଣାଣି କୁ ବିଳମ୍ବ କରିବାକୁ ସରିଫ କୋର୍ଟ ଙ୍କୁ ନିବେଦନ କରୁଥିଲେ କାହିଁକି ନା ତାଙ୍କ ପତ୍ନୀ ଲଣ୍ଡନ ରେ ଚିକିତ୍ସିତ ହେଉଥିଲେ।

କିନ୍ତୁ ତାଙ୍କ କଥା କୁ ବିଚାର କୁ ନ ନେଇ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ଗତ କାଲି ଅପରାହ୍ନ ୧୨.୩୦ ରେ କୋର୍ଟ ଶୁଣାଇଛନ୍ତି ଏହି ରାୟ।

Leave a Reply

Your email address will not be published. Required fields are marked *