ନ୍ୟୁଜ୍ ୱର୍ଲଡ ଓଡ଼ିଶା ରେ କୁନା ତ୍ରିପାଠୀ !! ଓଟିଭି ନିଉଜ ଫିଉଜ ଛାଡ଼ିବେ କି ?

ଓଟିଭି ର ନିଆରା ଶୋ ନିଉଜ ଫିଉଜ ରେ ନିଜର ନିଆରା ଉପସ୍ଥାପନା ପାଇଁ ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ ଙ୍କୁ 10 ମେ 2018 ରେ ଚଳଚିତ୍ର ବିଭାଗ ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା I ଏହାକୁ ନେଇ ସେତେବେଳେ ବହୁତ ଚର୍ଚା ମଧ୍ୟ ଚାଲିଥିଲା ଯେ ବିଜେଡି ଏବଂ ବୈଜୟନ୍ତ ଙ୍କ ଝଗଡ଼ାରେ ଓଟିଭି କୁ ପାନେ ଦେବା ପାଇଁ ସରକାର ଙ୍କ ଏହା ଏକ ଗୋଟି ଚାଳନା I ଅବଶ୍ୟ ଏନେଇ ଚୁପ ରହିଥିଲେ କୁନା ତ୍ରିପାଠୀ ଏବଂ ଅଧ୍ୟକ୍ଷ ଭାବେ ଯୋଗ ଦେବା ନିଜର ଶାଣିତ କଟାକ୍ଷ ଜାରି ରଖିଥିଲେ ନିଉଜ ଫିଉଜ ଜରିଆରେ I ତେବେ ବାର୍କ ରେଟିଙ୍ଗ ଅନୁଯାଇ ସବୁଠାରୁ ଆଗରେ ରହିଛି ଓଟିଭି ଏବଂ ଏହାର ଶୋ ନିଉଜ ଫିଉଜ I

(Image credit:Otv) ୟା ଭିତରେ ସମୀକ୍ଷକ ମାନେ କୁହନ୍ତି ଯେ ବିଜେଡି କଳେବଳେ କୌଶଳେ ଓଟିଭି କୁ ଦବେଇଦେବାକୁ ଚାଁହୁଛି ଏବଂ ଓଟିଭି ର ଅତିପ୍ରିୟ ଉପସ୍ଥାପକ କୁନା ତ୍ରିପାଠୀ ଙ୍କୁ ମଧ୍ୟ ଏଥିରୁ ବାହାର କରି ନିଜ ଆଡକୁ ଆକର୍ଷିତ କରିବାକୁ ଚାଁହୁଛି I ସେଥିପାଇଁ ଏବେ ବିଜେଡି ସାଂସଦ ଙ୍କ ଅଧୀନ ରେ ଥିବା ନିଉଜ ୱାର୍ଲଡ ଓଡିଶା କୁ ହାତ ବାରିଷି କରିଛନ୍ତି ବିଜେଡି ସୁପ୍ରିମ I ନିଉଜ ୱାର୍ଲଡ ଓଡିଶା ମଧ୍ୟ ଏଥିରେ କିଛି ପରିମାଣରେ ସଫଳ ହେଇଚି I ନ୍ୟୁଜ୍ ୱର୍ଲଡ ଓଡ଼ିଶା’ ରେ ଏବେ କୁନାତ୍ରିପାଠୀ ରଥଯାତ୍ରା କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଉପସ୍ଥାପନା କରିବେ ,

(Image Credit NewsWorld Odisha ) ତେବେ ନିଉଜ ଫିଉଜ ରେ ମଧ୍ୟ ଉପସ୍ଥାପନା କରିବେ I ଆଗକୁ ହୁଏତ ରାଜନୀତି ର ମୋହରେ ନିଉଜ ଫିଉଜ ଛାଡ଼ିପାରନ୍ତି I ତେବେ ଏନେଇ କୌଣସି ସୂଚନା ଦେଇନାହାନ୍ତି କୁନା ତ୍ରିପାଠୀ I ତେବେ ନିଉଜ ଫିଉଜ ର ଲୋକପ୍ରିୟତା ରେ କୁନା ତ୍ରିପାଠୀ ଙ୍କ ଅବଦାନ ଯଥେଷ୍ଟ ଯାହା ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ I

ତେବେ ବର୍ତମାନ ଗୋଟିଏ ଚର୍ଚା କୁନା ତ୍ରିପାଠୀ କୁଆଡେ ଯିବେ , ତାଙ୍କ ପାଇଁ ବର୍ତମାନ ଏଣୁ ମାଇଲେ ଗୋ ହତ୍ୟା ତେଣୁ ମାଇଲେ ବ୍ରହ୍ମ ହତ୍ୟା I ସେ ବର୍ତମାନ ବିଜେଡି କର୍ମୀ ଏବଂ ଚଳଚିତ୍ର ନୀଗମ ର ଅଧ୍ୟକ୍ଷ I ଏପଟେ ରାଜନୀତି ର ମୋହ ଅନ୍ୟପଟେ ବୈଜୟନ୍ତ ଙ୍କ ଓଟିଭି ର ନିଉଜ ଫିଉଜ ର ଲୋକପ୍ରିୟତା ର ମୋହ I ଦୋ ଛକିର କୁନା ତ୍ରିପାଠୀ I ବୈଜୟନ୍ତ ଏବଂ ବିଜେଡି ଝଗଡ଼ାରେ ସେ କୁଆଡେ ଯିବେ ତାହା କେବଳ ଦେଖିବାର ଅଛି I

Leave a Reply

Your email address will not be published. Required fields are marked *