ବିଶ୍ୱର ତୃତୀୟ ଧନଶାଳୀ ବ୍ୟକ୍ତି ଭାବରେ ସ୍ଥାନ ପାଇଲେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ I

ଦିନେ କଲେଜ ପିଲାମାନଙ୍କର ସୁବିଧା ପାଇଁ ତିଆରି କରିଥିଲେ ଫେସବୁକ I କିନ୍ତୁ ସେ କଣ ଜାଣିଥିଲେ ଏଇ ଫେସବୁକ ତାଙ୍କୁ ଦିନେ ବିଶ୍ୱର ଧନୀ ବ୍ୟକ୍ତିରେ ପରିଣତ କରାଇବ !! ଯୁବପିଢ଼ି ଙ୍କ ପାଇଁ ପ୍ରସ୍ତୁତ ଆପ୍ସ ସବୁ ବର୍ଗର ଲୋକଙ୍କୁ ଅତି ପସନ୍ଦ ଲାଗିଥିଲା ଏପରିକି ସମଗ୍ର ବିଶ୍ୱରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା I ଯାହାଫଳରେ ଏହା ପ୍ରତି କମ୍ପାନୀ ମାନେ ଅତ୍ୟଧିକ ଆକର୍ଷିତ ହେବରେ ଲାଗିଲେ ଏବଂ ଅଧିକ ବିଜ୍ଞାପନ ଦେବାକୁ ଲାଗିଲେ I ଆଜି ବିଶ୍ୱରେ ତିନିଜଣ ଧନଶାଳୀ ଲୋକଙ୍କ ମଧ୍ୟରେ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ ସ୍ଥାନ ପାଇଛନ୍ତି I

ମାର୍କ ଜୁକରବର୍ଗ ଙ୍କ ସମୁଦାୟ ସମ୍ପତି ର ପରିମାଣ I ୮୧.୬ ବିଲିୟନ ଡଲାର ବା 56,11,22 କୋଟି ଟଙ୍କା I ପ୍ରଥମ ସ୍ଥାନ ଆମାଜନର ମୁଖ୍ୟ ଜେଫ ବେଜୋସ ଅକ୍ତିଆର କରିଥିବାବେଳେ ୨ ନମ୍ବର ସ୍ଥାନ ଦାଖଲ କରିଛନ୍ତି ମାଇକ୍ରୋସଫ୍ଟର ନିର୍ମାତା ବିଲ ଗେଟ୍ସ ।

Leave a Reply

Your email address will not be published. Required fields are marked *