ଓଡ଼ିଶାର କେଉଁ ନ୍ୟୁଜ୍ ଚ୍ୟାନେଲ ର ମାଲିକ କିଏ : ସମ୍ପୂର୍ଣ୍ଣ ବିବରଣୀ

1)) ଓଟିଭି : 1997 ରେ ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସହ ପ୍ରତିଷ୍ଠାତା ଜଗୀ ମଙ୍ଗତ ପଣ୍ଡା ଏହାର ଆରମ୍ବ କରିଥିଲେ I ଏହା ଓଡ଼ିଶାର ସର୍ବ ପୁରାତନ ନ୍ୟୁଜ ଚାନେଲ ହେଇଥିବାରୁ ଓଡ଼ିଶାର ଘରେ ଘରେ ପରିଚିତ କିନ୍ତୁ ଭଣ୍ଡ ସାରଥୀ ଘଟଣାରେ ଓଟିଭି ର ନୀରବତା କୁ ନେଇ ଦର୍ଶକ ମାନଙ୍କର ବିଶ୍ୱାସ କିଛି ପରିମାଣରେ ହରାଇଥିଲା I ବୈଜୟନ୍ତ ଙ୍କ ବିଜେଡି ରୁ ଇସ୍ତଫା ପରେ ଏବେ ଓଟିଭି ସମ୍ପୂର୍ଣ୍ଣ ଭାବରେ ବିଜେଡି
ବିପକ୍ଷରେ ଖବର ପ୍ରସାରଣ କରୁଥିବାର ମନେ ହୁଏ I ଏବଂ ବିଜେପି ର ଛୋଟ ଛୋଟ କଥାକୁ ଏହି ଚାନେଲ ରେ ଗୁରୁତ୍ୱ ଦେବାର ଅଭିଯୋଗ ଆସେ I

2)) ନ୍ୟୁଜ୍‍ ସେଭେନ୍‍ :- ସୋଆ ବିଶ୍ୱବିଦ୍ୟାଳୟ & Sum Hospital ଅଧ୍ୟକ୍ଷ ମନୋଜ ରଞ୍ଜନ ନାୟକ ଏହି ଚାନେଲ ର ଆରମ୍ଭ କରିଥିଲେ I ସାରଥୀ ର ଭଣ୍ଡାମୀ ର ଗୁମର ଖୋଲିବା ପରେ ଏହା ଓଡ଼ିଶାର ବିଶ୍ୱାସ ଏବଂ ଲୋକପ୍ରିୟତା ସାଉଁଟି ପାରିଛି Iଏହି ଚାନେଲ ଟି କୌଣସି ଦଳ କୁ ସମର୍ଥନ କରୁନଥିଲେ ମଧ୍ୟ ସାମାନ୍ୟ ବିଜେଡି ଦଳ ଆଡେ ପ୍ରଭାବିତ ହେଇଥିବାର ଜଣାପଡେ I

3)) କନକ ନ୍ୟୁଜ :ଓଡିଶା ମିଡ଼ିଆ ର ବାଦଶାହ କୁହାଯାଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକ 2009 ରେ କନକ ନ୍ୟୁଜ ର ପ୍ରତିଷ୍ଠା କରିଥିଲେ I ଏହାର ଅଧ୍ୟକ୍ଷ ସୌମ୍ୟରଂଜନ ବିଜେଡି ରେ ଯୋଗ ଦେବା ପରେ ଏବେ କନକ ନ୍ୟୁଜ ବିଜେଡି କୁ ସମର୍ଥନ କରିବାରେ ବ୍ୟସ୍ତ i ଅବାଶ୍ୟ ସୌମ୍ୟ ବାବୁ ଙ୍କ ଭାଇ ଓଡ଼ିଶାର କଂଗ୍ରେସ ର ମୁଖିଆ ଥିବାରୁ କଂଗ୍ରେସ ର ଟିକି ନିକି ଖବର ମଧ୍ୟ ଏହି ଚାନେଲ ରେ ଦେଖିବାକୁ ମିଳେ I

4))ଏମ୍‍ବିସି ଟିଭି : 2011 ମସିହାରେ ଏମ୍‍ବିସି ଟିଭି ଆରମ୍ଭ ହେଇଥିଲା I ବିଗତ କିଛି ବର୍ଷ ଧରି ଏହା ର ପ୍ରତିଷ୍ଠାତା. ଦୁର୍ଗା ପ୍ରସାଦ ମିଶ୍ର ଚିଟ୍‍ଫଣ୍ଡ ସ୍କାମ୍‍ରେ ଜଡ଼ିତ ହେବରୁ ଏହାର ଭବିଷ୍ୟତ ସନ୍ଦିହୀନ ହେଇପଡିଥିବା ବେଳେ ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ଚାନେଲ ର ପରୋକ୍ଷ ଭାବରେ ସବୁକିଛି ବୁଝୁଛନ୍ତି ବୋଲି ଚର୍ଚା ହୁଏ I ତେଣୁ ଏହି ଚାନେଲ ବିଜେଡି କୁ ସମର୍ଥନ କରେ I

5)) କଳିଙ୍ଗ ଟିଭି : ସମାଜ ସେବି ଭାବରେ ପରିଚିତ ତଥା କିଟ‍୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ 2015 ରେ ଏହାର ଆରମ୍ଭ କରିଥିଲେ I ଅଚ୍ୟୁତ ସାମନ୍ତ ବିଜେଡି ରେ ସାଂସଦ ଭାବେ ଯୋଗ ଦେବା ପରେ ଏହି ଚାନେଲ ଏବେ ବିଜେଡି ର ଗୁଣ ଗାନ କରିବାରେ ବ୍ୟସ୍ତ I

6)) ନ୍ୟୁଜ୍‍ ୱର୍ଲଡ ଓଡ଼ିଶା : ଏହା ଏକ ଇସ୍ପାତ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା କିନ୍ତୁ ଅତ୍ୟଧିକ କ୍ଷତି ଯୋଗୁଁ ଏହାର ମାଲିକାନା ବିକ୍ରି ହେଇଥିଲା ଏବଂ ବର୍ତମାନର ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନ ରେ ଏହା ପରିଚାଳିତ ହେଉଅଛି I ଯେହେତୁ ଏହାର ପରିଚାଳକ ବିଜେଡି ର ତେଣୁ ଖୋଲାଖୋଲି ଭାବରେ ଏହା ବିଜେଡି କୁ ସମର୍ଥନ କରିଥାଏ I

7)) ଜୀ-କଳିଙ୍ଗ : ଏହା ଏକ ଜାତୀୟ ଚାନେଲ ଜୀ ନେଟ‍୍‌ୱର୍କର ର ଓଡିଶା ର ଆଞ୍ଚଳିକ ଚାନେଲ I 2014 ରେ ଏହା ଓଡ଼ିଶାରେ ଆରମ୍ଭ ହେଇଥିଲା ,କିନ୍ତୁ ଆର୍ଥିକ କ୍ଷତି ପାଇଁ ଏହାର ମୁଖ୍ୟ ଅଫିସ ଦିଲ୍ଲୀ କୁ ଉଠିଯାଇଛି I ଏବଂ ଦିଲ୍ଲୀ ରୁ ଏହା ପରିଚାଳିତ ହେଉଅଛି I ଏହା ପୂର୍ବରୁ ବିଜେପି କୁ ସମର୍ଥନ କରୁଥିଲେ ମଧ୍ୟ ଆଞ୍ଚଳିକ ବିଭାଗ ଖୋଲାଖୋଲି ବିଜେଡି ଏବଂ ସୁପ୍ରିମ ନବୀନ ଙ୍କ ପ୍ରଚାର କୁ ଦେଖାଇଥାଏ I
8)) ନ୍ୟୁଜ୍‌ – ୧୮ଓଡ଼ିଆ :-ପୂର୍ବରୁ ଏହା ର ନାମ ଈଟିଭି-ଓଡ଼ିଆ ଥିଲା I ହାଇଦ୍ରାବାଦର ରାମୋଜୀ ରାଓ ଦ୍ୱାରା ଏହା ପରିଚାଳିତ I ଏହାର ଆଞ୍ଚଳିକ ଚ୍ୟାନେଲ‍୍‌ଗୁଡ଼ିକୁ ନେଟ‍୍‌ୱର୍କ ୧୮ ଅଧିଗ୍ରହଣ କରିସାରିବା ପରେ 2018 ରେ ଏହାର ନାମକରଣ “ଈଟିଭି ନ୍ୟୁଜ୍‌ -ଓଡ଼ିଆ’ ରୁ ନ୍ୟୁଜ୍‌ – ୧୮ଓଡ଼ିଆ ପରିବର୍ତନ କରାଯାଇଛି I ଏହା ନିର୍ଦ୍ଧିଷ୍ଟ କେଉଁ ଦଳକୁ ସମର୍ଥନ କରୁନଥିଲେ ମଧ୍ୟ ବିଜେପି ପ୍ରତି ଟିକେ ଅଧିକ ଆକର୍ଷିତ I
9)) ନକ୍ଷତ୍ର ନ୍ୟୁଜ :

କୌସ୍ତୁଭ ଇଂଜିନିରିଂ କଲେଜ ର ଅଧ୍ୟକ୍ଷ ପ୍ରଭାତ କୁମାର ମଲିକ 2009 ରେ ଏହାର ଆରମ୍ଭ କରିଥିଲେ I ତେବେ ଅନ୍ୟ ଚାନେଲ ତୁଳନା ରେ ଏହି ଚାନେଲ ର ସେତେଟା ଲୋକପ୍ରିୟତା ନାହିଁ I
10)) କାମୟାବ ଟିଭି : 2005 ରେ ମନୋଜ ଦାସ ଏବଂ ଲିପି ଦାସ୍ ଙ୍କ ଦ୍ବାରା ଓଡ଼ିଶାରେ ଏହାର ପ୍ରତିଷ୍ଠା ହେଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ଲୋକ ଙ୍କ ପାଖରେ ପହଂଚି ପାରିନାହିଁ I

Leave a Reply

Your email address will not be published. Required fields are marked *