ବଜାର ରେ ବୁଲୁଛି ୧୦ କୋଟି ର ଜାଲି ନୋଟ୍: ରୁହନ୍ତୁ ସତର୍କ

ଭୁବନେଶ୍ୱର ର ତମାଣ୍ଡୋ ଅଞ୍ଚଳ ରୁ କମିଶନରେଟ୍ ପୋଲିସ ଠାବ କରିଥିବା ଜାଲି ନୋଟ୍ କରୁଥିବା ଏକ ଗ୍ରୁପ୍ କୁ ଧରିବାରେ ସକ୍ଷମ ହୋଇଛି।

ତେବେ ଏହାର ମୁଖ୍ୟ ରାମେଶ୍ବର ମହାରଣା କୁ ଜେରା ରୁ ଜାଣିବାକୁ ମିଳିଛି କି ପାଖା ପାଖି ୧୦ କୋଟି ର ଜାଲି ନୋଟ୍ ଏବେ ଘୁରି ବୁଲିଛି ମାର୍କେଟ ରେ। ଯାହାକି ଓଡ଼ିଶା ଓ ଆନ୍ଧ୍ର ର ବଜାର ରେ ଛାଡ଼ିଥିବା ବିଷୟରେ କହିଛି ରାମେଶ୍ବର।

ତେବେ ପୁଲିସ୍ ଏହି କେଶ୍ ରେ କେବଳ ଏକ ପ୍ରିଂଟର ହିଁ ଜବତ କରି ପାରିଛି।କିନ୍ତୁ ପ୍ରଶ୍ନ ଉଠିଛି ଯେ କିଭଳି ଭାବରେ କେବଳ ଏକ ପ୍ରିଂଟର ରେ ସବୁ କାମ ହୋଇପାରିଥିଲା।

ଏହା ପାଇଁ ଲାପଟପ୍ ଏବଂ ସଫ୍ଟୱେର ମଧ୍ୟ ଦରକାର ବୋଲି କମ୍ପ୍ୟୁଟର ବିଶାରଦ ମାନ କହିଛନ୍ତି। ଏବଂ ଯେମିତି ବି ପ୍ରିଣ୍ଟ କଲେ ଟଙ୍କା ର ରଙ୍ଗ ଟିକେ ଫିକ ରହିବ କଥା।

କିନ୍ତୁ କିପରି ଭାବରେ ସମ୍ପୂର୍ଣ୍ଣ ନୋଟ୍ ପରି କରୁଥିଲେ ଏମାନେ ପ୍ରିଣ୍ଟ।

ତେବେ ପୁଲିସ୍ ହାତରୁ କିଛି ନା କିଛି ନିଶ୍ଚୟ ଖସୁଛି।

ତେବେ ଆପଣ ମାନେ ବ୍ୟବହାର କରୁଥିବା ନୋଟ୍ ଗୁଡିକ ଭଲ ଭାବରେ ପରଖି ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *