ଏଠାରେ ବଳୀ ଦିଆଯାଉଥିବା ଛେଳି ପୁଣି ବଞ୍ଚି ଉଠେ

ଆମ ଭାରତରେ ବହୁତ୍ ରହସ୍ୟମୟ ମନ୍ଦିର ରହିଛି।ଯାହା ଆମକୁ ଆଶଚର୍ଯ୍ୟଚକିତ କରିଥାଏ।ଠିକ୍ ସେହିପରି ବିହାରରେ ଏକ ମନ୍ଦିର ରହିଛି ଯାହାର ରହସ୍ୟ ପାଇଁ ସାରା ଦୁନିଆ ଚକିତ ଅଟେ।

ଆଜି ଆମେ ଏହି ମନ୍ଦିରର କିଛି ଆଶ୍ଚର୍ଯ୍ୟ ଜନକ ପରମ୍ପରା ବିଷୟରେ କହିବି।
ବିହାର ରାଜ୍ୟକୁ ସମୃଦ୍ଧି ଆଉ ସଂସ୍କୃତିର ରାଜ୍ୟ କୁହାଯାଏ।ବିହାରର ଇତିହାସକୁ ଯଦି ଦେଖାଯାଏ ରାମାୟଣ ଠାରୁ ଆରମ୍ଭ କରି ମହାଭାରତ ପର୍ଯ୍ୟନ୍ତ ଏହି ରାଜ୍ୟ କଥା କୁହାଯାଇଛି।

ବିହାର ରାଜ୍ୟର କେମୁର ଜିଲ୍ଲାରେ ମା ମୁଣ୍ଡେଶ୍ୱରି ଙ୍କ ଏକ ଅଦ୍ଭୁତ ମନ୍ଦିର ରହିଛି।

ଏହି ମନ୍ଦିରଟି କେମୂର୍ ଜିଲ୍ଲା ର ଭଗଵାନପୁର ଅଞ୍ଚଳରେ ଥିବା ପବରା ପାହାଡ଼ର ୬୦୮ଫୁଟ୍ ଉଚ୍ଚ ରେ ଅବସ୍ଥିତ।ଭାରତରେ ଯେତେ ବି ମନ୍ଦିର ଅଛି ଏହି ମନ୍ଦିରଟି ବହୁତ୍ ପୁରୁଣା ଏବଂ ବହୁତ୍ ସୁନ୍ଦର୍ ମନ୍ଦିର।

ଏହି ମନ୍ଦିରରେ ପଶୁ ବଳି ଦେବାର ପରମ୍ପରା ରହିଛି। ଆଶ୍ଚର୍ଯ୍ୟର କଥା ଏହି ଯେ ଏହି ମନ୍ଦିରରେ ଛେଳି ମାନଙ୍କୁ ବଳି ଦିଆଯାଏ।କିନ୍ତୁ ସେମାନଙ୍କ ଜୀବନ ନିଆଯାଏ ନାହିଁ।ଯେତେବେଳେ ଛେଳିକୁ ବଳି ଦେବାପାଇଁ ମାତାଙ୍କ ଆଗକୁ ଅଣାଯାଏ ସେଠି ଥିବା ପୂଜକ କିଛି ଚାଉଳ ନେଇ ଦେବୀଙ୍କ ମୁଣ୍ଡରେ ଲଗାଇ ମନ୍ତ୍ର କରେ ଏବଂ ତା ପରେ ସେହି ଚାଉଳକୁ ଛେଳି ଉପରକୁ ପକାଇ ଦିଅନ୍ତି ।ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ଛେଳି ଉପରେ ଚାଉଳ ପକାଇବାପରେ ସେ ଚେତା ଶୂନ୍ୟ ହୋଇଯାଏ।ଏବଂ ଗୋଟିଏ ମରିଯାଇଥିବା ଛେଳି ପରି ପଡିରହେ।

ପୂଜକ ଆଉ ଥରେ ଚାଉଳ ପକାଇଲେ ସେ ପୁଣି ଉଠି ପଡେ।ଏବଂ ପରେ ଛେଳିକୁ ମୁକ୍ତ କରିଦିଆଯାଏ।ସେହି ମନ୍ଦିରରେ ଥିବା ମାତାଙ୍କୁ ରକ୍ତର ବଳି ଦିଆଯାଏ ନାହିଁ।ଏହି ସବୁ ଆଶ୍ଚର୍ଯ୍ୟ ଦେଖି ଲୋକଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଯାଏ। ପୌରାଣିକ କଥା ଅନୁସାରେ ଯେତେବେଳେ ଦେବୀ ଚଣ୍ଡ ଓ ମୁଣ୍ଡଙ୍କୁ ବଦ୍ଧ କରିବାକୁ ବାହାରିଥିଲେ ସେତେବେଳେ ଚଣ୍ଡର ବିନାଶ ହେଲା କିନ୍ତୁ ମୁଣ୍ଡ ଯୁଦ୍ଧ କରି ସେହି ପାହାଡ଼ରେ ଲୁଚିଗଲା।ଏବଂ ଦେବୀ ସେହିଠାରେ ମୁଣ୍ଡକୁ ବଦ୍ଧ କରିଥିଲେ।ସେହି ମନ୍ଦିରରେ ଶିବଙ୍କର ଏକ ପଞ୍ଚମୁଖୀ ଶିବ ଲିଙ୍ଗ ଅଛି।

କୁହାଯାଏ କି ସେହି ଶିବଲିଙ୍ଗର ରଙ୍ଗ ସକାଳେ,ଦୁଇପହର ଆଉ ରାତିରେ ଅଲଗା ଅଲଗା ଦେଖାଯାଏ।

ଏହି ମନ୍ଦିରଟି କିଏ ଏବଂ କେବେ ତିଆରି କରିଛନ୍ତି ତାହାର କିଛି ପ୍ରମାଣ ମିଳିନାହିଁ।କିନ୍ତୁ ଏହି ମନ୍ଦିରରୁ ମିଳିଥିବା ଶିଳା ର ଲେଖନୀ ଅନୁସାରେ କୁହାଯାଏ କି ଉଦୟସିଂ ନାମକ ଜଣେ ଶାସକ ତାଙ୍କ ଶାସନ ସମୟରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ।

Leave a Reply

Your email address will not be published. Required fields are marked *