ଜଣେ କଳାକାର ର ଛାତି ଥରା କାହାଣୀ :ସୁଯୋଗ ପାଇଲେ ଲୋକମାନେ କଣ କରିପାରନ୍ତି ଥରେ ପଢନ୍ତୁ

ଆମ ଚତୁର୍ପାଶ୍ୱ ରେ ଏମିତି ଲୋକ ମାନେ ଅଛନ୍ତି ଯେଉଁମାନେ କି ଭଦ୍ର ଲୋକର ମୁଖା ପିନ୍ଧିଥାନ୍ତି କିନ୍ତୁ ସୂଯୋଗ ପାଇବା ମାତ୍ରେ ଅସହାୟ ର ଫାଇଦା ଉଠାଇ ଅଧିକ ହଇରାଣ କରିଥାନ୍ତି I ଯାହାକୁ ନିଜ କଳା ଦ୍ୱାରା ସମସ୍ତଙ୍କୁ ଦେଖାଇ ପାରିଥିଲେ ମାରିନା ଆବ୍ରାମୋଭିଜ୍ I ଏହା କୌଣସି କାହାଣୀ କିମ୍ବା ଗଳ୍ପ ନୁହେଁ ,ଏକ ସତ୍ୟ ଘଟଣା I ମାରିନା ଆବ୍ରାମୋଭିଜ୍ ଯିଏକି ଇଟାଲୀ ରେ ଜନ୍ମ ନେଇଥିଲେ ,ତାଙ୍କ ମା ଙ୍କ ମୃତ୍ୟୁ ପରେ ସାବତ ମା ବହୁ ନିର୍ଯାତନା ଦେଉଥିଲେ ଯାହାକୁ ସେ ହସିହସି ସହିଯାଉଥିଲେ I କିନ୍ତୁ ଅତ୍ୟଧିକ କଷ୍ଟ ତାଙ୍କ ଭିତରେ ଏକ କଳା କୁ ଜାଗ୍ରତ କରିଥିଲା ଯେଉଁଥିରେ କି ସେ ଲୋକମାନଙ୍କ ଚରିତ୍ର କୁ ସର୍ବସର୍ମୁଖ କୁ ଆଣିପାରୁଥିଲେ I ଯେଉଁଥିପାଇଁ ସେ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହେଇପାରିଥିଲେ I 1974 ମସିହାରେ ମାରିନା ଆବ୍ରାମୋଭିଜ୍ “ରୀଦମ 0” ନାମକ ଏକ ଷ୍ଟେଜ ଶୋ କରିଥିଲେ ଯେଉଁଥିରେ କି ହଜାର ହଜାର ଦର୍ଶକ ସାମିଲ ଥିଲେ I

ଶୋ ରେ ମାରିନା ଆବ୍ରାମୋଭିଜ୍ ଘୋଷଣା କରିଥିଲେ କି ମୁଁ ସମସ୍ତଙ୍କୁ 6 ଘଣ୍ଟା ସମୟ ଦେଉଛି ତୁମେମାନେ ମୋ ସହିତ ଯାହାବି କରିପାରିବ ଯେଉଁଟା ତମ ମନ କହୁଛି I ଏବଂ ତାଙ୍କ ସାମ୍ନାରେ ଛୁଞ୍ଚି ଠାରୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ 72 ପ୍ରକାର ସାମଗ୍ରୀ ରଖିଥିଲେ I ଏହା ରାତି 8ଟାରୁ ଆରମ୍ଭ ହେଇ 2ଟା ପର୍ଯ୍ୟନ୍ତ ଚାଲୁରହିଲା I ପ୍ରଥମେ କିଛି ବ୍ୟକ୍ତି ମାରିନା ଆବ୍ରାମୋଭିଜ୍ ଙ୍କୁ ଦେଖିବାକୁ ଲାଗିଲେ ,କିଛି ବ୍ୟକ୍ତି ଫଟ ଉଠାଇବାକୁ ଲାଗିଲେ ,କିଛି ଲୋକ ହଠାତ ଆସି ପାଖରେ ଥିବା ବ୍ଲେଡ ରେ ତାଙ୍କ ହାତ କାଟିଦେଲେ

,ଆଉ କିଛି ଲୋକ ରଙ୍ଗ ତୁଳିରେ ତାଙ୍କ ଶରୀର ରେ ଚିତ୍ର ଆଙ୍କିଲେ ,କିଛି ଲୋକ ତାଙ୍କ ଉପରେ ପାଣି ଢ଼ାଳିଦେଲେ,କିଛି ଲୋକ ତାଙ୍କୁ ଚୁମ୍ବନ ଦେଲେ

, ଶେଷରେ କିଛି ଲୋକ ମାରିନା ଆବ୍ରାମୋଭିଜ୍ ଙ୍କ ଡ୍ରେସ ଚିରିଦେଇ ତାଙ୍କ ନିଷିଦ୍ଧ ଜାଗାରେ ହାତ ମାରିଲେ ,

ଏଥର ମାରିନା ଆବ୍ରାମୋଭିଜ୍ ବହୁତ ଜୋର ରେ ହସିଲେ ଏବଂ କହିଲେ ଭଲକି ଦେଖ ଏଇଟା ହିଁ ଥିଲା ମୋର ଆଜିର କଳା ପ୍ରଦର୍ଶନ I ଏଇମାନେ ହେଉଛନ୍ତି ଆମ ଆଖପାଖର ଭଦ୍ର ମୁଖା ପିନ୍ଧା ଭଦ୍ରବ୍ୟକ୍ତି ,

ଯେଉଁମାନେ କି ଟିକିଏ ସୁଯୋଗ ପାଇଲେ ଅସହାୟ କୁ ସାହାଯ୍ୟ କରିବା ବଦଳରେ ଅଧିକ କଷ୍ଟ ଦେଇଥାନ୍ତି ,ଏଇମାନେ ହିଁ ହେଉଛନ୍ତି ସିଏ ଯିଏକି ରାତିର ନିର୍ଜନତା ରେ ଏକାକୀ ଅସହାୟ ନାରୀକୁ ଦୁଷ୍କର୍ମ କରିଥାନ୍ତି ,

ଦୁର୍ଘଟଣାରେ ଶିକାର ହେଇଥିବା ଲୋକଙ୍କ ସାହାଯ୍ୟ ବଦଳରେ ଭିଡିଓ କରି ଭାଇରଲ କରିଥାନ୍ତି I ଟିକିଏ ସୁଯୋଗ ପାଇଲେ ସେମାନଙ୍କ ଭଦ୍ରମୁଖା ରୁ ଅସଲ ଚରିତ୍ର ଟା ବାହାରିଆସେ I ଏହାପରେ ମାରିନା ଆବ୍ରାମୋଭିଜ୍ ,ତାଙ୍କୁ କଷ୍ଟ ଦେଇଥିବା ସମସ୍ତଙ୍କ ପାଖକୁ ଯାଇ ସେମାନଙ୍କ ଆଖିରେ ଆଖି ମିଶାଇଥିଲେ,କିନ୍ତୁ ଲଜ୍ୟାରେ ସେମାନେ କେହିବି ମାରିନା ଆବ୍ରାମୋଭିଜ୍ ଙ୍କ ଆଖି ସହିତ ଆଖି ମିଶେଇପାରିନଥିଲେ I ଏବଂ ସେଠାରୁ ଚାଲିଯାଇଥିଲେ I ଏହା ମାରିନା ଆବ୍ରାମୋଭିଜ୍ ଙ୍କ ଏମିତି ଏକ କଳା ଥିଲା ଯେଉଁଥିରେ କି ସେ ଆମ ଆଖପାଖରେ ଥିବା ଭଦ୍ର ଲୋକଙ୍କ ମୁଖା ଖୋଲି ପାରିଥିଲେ I

Leave a Reply

Your email address will not be published. Required fields are marked *