ପୁଣି ନୂଆ ଚଳଚିତ୍ର ରେ ଏକାଠି ଆସିଲେ ଏହି ତିନିଜଣ I ରଥଯାତ୍ରା ରେ ହସେଇ ହସେଇ ବେଦମ କରିବେ

ଗତ ଦୁଇମାସ ଧରି ହସ୍ପିଟାଲ ରେ ଚିକିସ୍ତିତ ହେବା ପରେ ସୁସ୍ଥ ହେଇ ଓଡ଼ିଆ ସିନେଜଗତର ହାସ୍ୟାଭିନେତା ପପୁ ପମ୍‌ପମ୍‌ ଓଡିଶା ଫେରିଛନ୍ତି I ପୁଣିଥରେ ତାଙ୍କ ଅଭିନୀତ ଟୋକାଟା ଫସିଗଲା ରଥଯାତ୍ରା ଉପଲକ୍ଷେ ଗତକାଲି ଓଡ଼ିଶାର ଅଧିକାଂଶ ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରୁଛି I ଚଳଚିତ୍ର ଟି ସାର୍ଥକ ମ୍ୟୁଜିକ ପ୍ରଯୋଜିତ 23ତମ ଚଳଚିତ୍ର I ଏଥିରେ ପପୁଙ୍କ ସହିତ ସବ୍ୟସାଚୀ ଙ୍କ ଯୋଡି ବେଶ କମାଲ କରିଛନ୍ତି I ଚଳଚିତ୍ର ଟି ମୁକ୍ତିଲାଭ କରିବା ପୂର୍ବରୁ ଏହାର ଗୀତମାୟାରେ ବାୟା ସମସ୍ତଙ୍କୁ ମତୁଆଲା କରିସାରିଲାଣି I ଗୀତଟିକୁ ପପୁ ଏବଂ ସବ୍ୟସାଚୀ ଗାଇଛନ୍ତି Iତେବେ ପୁଣିଥରେ ଟେଲିଭିଜନ ର ପ୍ରଭାବଶାଳୀ ନାୟିକା ଲିପ୍ସା ପପୁ ଙ୍କ ବିପକ୍ଷ ରେ ଥିବାବେଳେ ସବ୍ୟସାଚୀ ଏବଂ ପପୁ ଏକାଠି ଆସୁଛନ୍ତି I

ପୂର୍ବରୁ ପପୁ ,ଲିପ୍ସା ,ସବ୍ୟସାଚୀ,ଙ୍କ କେମେଷ୍ଟ୍ରି ପିଲାଟା ବିଗିଡ଼ିଗଲା ରେ ଦର୍ଶକ ମାନଙ୍କ ମନକୁ ଛୁଇଁଥିଲା I ପୁଣିଥରେ ତିନିଜଣ ଯାକ ଏକାଠି ଆସୁଛନ୍ତି ଏଇ ରଥଯାତ୍ରା ରେ I

Leave a Reply

Your email address will not be published. Required fields are marked *