ସାପ ର ଜିଭ ଦୁଇ ଖଣ୍ଡ ହେବାର କାରଣ କଣ

ସାପ ତ ଆପଣ ମାନେ ଦେଖିଥିବେ।କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ସାପ ବାହାର କରିଥିବା ଜିଭ ଦୁଇ ଫାଳ କିପରି ହୋଇଥିଲା ବା କାହିଁକି ହୋଇଛି।

ପୁରାଣ କାଳରେ ଦକ୍ଷ ପ୍ରଜାପତି ଙ୍କ ଦୁଇ କନ୍ୟା ଥିଲେ।କଦ୍ରୁ ଓ ବନିତା।ସେ ଦୁହେଁ ମୁନି କଷ୍ୟପଙ୍କ ଦୁଇ ପତ୍ନୀ ମଧ୍ୟ ଥିଲେ।

ଭଉଣୀ କଦ୍ରୁ କୌଶଳ କ୍ରମେ ନିଜର ଭଉଣୀ ବନିତା ଙ୍କୁ ତାଙ୍କର ଦାସ କରିରଖିଥିଲେ।ବନିତା ପ୍ରତ୍ୟେକ ଦିନ ସକାଳେ ବନିତା ଙ୍କ ଘରକୁ ଯାଇ ଦାସୀ ଭଳି କାମ କରି ରାତିରେ ଫେରୁଥିଲେ।ଦିନେ ବନିତା ଙ୍କ ପୁତ୍ର ଗରୁଡ ମା ଙ୍କୁ କୁଆଡେ ଯାଇଛୁ ବୋଲି ପଚାରିଥିଲେ।ଏହାର ଉତ୍ତରରେ ମା ନିଜର ଦୁଃଖ କହିଥିଲେ।

ଗରୁଡ ନିଜ ମା ଙ୍କୁ ଦାସ ରୁ ମୁକ୍ତ କରିବା ପାଇଁ ଚିନ୍ତା କଲେ।ସେ ସର୍ପ ମାନଙ୍କ ପାଖକୁ ଗଲେ ଏବଂ କହିଲେ ନିଜ ମା ଙ୍କୁ ସେ ଦାସତ୍ଵ ରୁ ମୁକ୍ତ କରିବାକୁ ଚାହୁଁଛନ୍ତି।

କିନ୍ତୁ ସର୍ପ ମାନେ କହିଲେ ଯଦି ତୁମେ ଅମୃତ ଆଣିବ ତାହା ଦ୍ବାରା ତୁମ ମା ମୁକ୍ତ ପାଇବେ।ଗରୁଡ ବହୁତ୍ ସାହସୀ ଆଉ ବୀର ଥିଲେ ସେ ଅମୃତ ଆଣିଲେ।ତାଙ୍କ ମାଆ ମୁକ୍ତ ହେଲେ।କିନ୍ତୁ ସର୍ପମାନେ ଅମୃତ ପାଇବା ଆଶାରେ ଇନ୍ଦ୍ର ଙ୍କ ପାଖକୁ ଗଲେ।

ଇନ୍ଦ୍ର ସେତେବେଳେ ସ୍ନାନ କରିବାକୁ ବାହାରିଥିଲେ ସେଠି ଗୋଟେ ସପ ପଡ଼ିଥିଲା।ସେ ଅମୃତ ପଡ଼ିଛି ବୋଲି ଭାବି ଚାଟିବାକୁ ଲାଗିଲେ ଆଉ ସେହି ଦିନ ଠାରୁ ସର୍ପ ମାନଙ୍କ ଜିଭ ଦୁଇ ଫାଳ ହୋଇଗଲା।

Leave a Reply

Your email address will not be published. Required fields are marked *