ଏହି ସମୟରେ ଯାହା ବି କହିବେ ତାହା ହୋଇଯିବ ସତ

ଅମୃତ ବିନୟ ବଚନ କହି ତୋଷିବି ଜନ ମନ।ଭାଗବତ ର ଏହି କଥାଟି ସତରେ ପ୍ରଯୁଜ୍ୟ।କୁହାଯାଏ ସବୁବେଳେ ମିଠା କଥା କହିଲେ ଆପଣଙ୍କ ଆଦର ଆଉ ସମ୍ମାନ ବଢିବ।ହେଲେ ବେଳେ ବେଳେ ଆମେ କଟୁ କଥା କହି ପକାଉ।ବାସ୍ତବରେ କେବେ ହେଲେ କଟୁ କଥା ବା ଅମଙ୍ଗଳ କଥା କହିବା ଉଚିତ୍ ନୁହେଁ।କାରଣ କିଏ ଜାଣେ କେତେବେଳେ କେଉଁ କଥା ସତ ହୋଇଯିବ।ପୁରା ଦିନ ଭିତରେ ଏପରି ଏକ ସମୟ ଥାଏ ଯେତେବେଳେ ମୁହଁରୁ ବାହାରିଥିବା କଥା ସତ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ସେ ବିଷୟରେ।ଅନେକ ଥର ଆପଣ ଅନୁଭବ କରିଥିବେ କି ଆପଣ ମଜାରେ ବା ରାଗରେ କହିଥିବା କିଛି କଥା ବେଳେ ବେଳେ ସତ ହୋଇଯାଏ।ବିଶ୍ୱାସ ରହିଛି ୨୪ ଘଣ୍ଟା ମଧ୍ୟରେ ଏମିତି କିଛି ସମୟ ଅଛି ଯେଉଁଥିରେ ମା ବାଗ୍ଦେବି ସରସ୍ଵତୀ କଣ୍ଠରେ ବିରାଜମାନ କରନ୍ତି।ତେଣୁ ଏହି ସମୟରେ ଜାଣତରେ କହିଥିବା କଥା ସତ ହୋଇଥାଏ।

ତେଣୁ କେବେ ହେଲେ କାହା ବିଷୟରେ ଖରାପ୍ କଥା ଚିନ୍ତା କରନ୍ତୁ ନାହିଁ ବା ଖରାପ୍ କଥା କୁହନ୍ତୁ ନାହିଁ।ଶାସ୍ତ୍ର କହେ ଯେ ରାତି ୩:୧୦ରୁ ୩:୧୫ ମଧ୍ୟରେ ସମୟ ବହୁତ୍ ଭଲ ଥାଏ।ଏହି ୫ ମିନିଟ୍ ଭିତରେ କୁହାଯାଇଥିବା କଥା ନିଶ୍ଚିନ୍ତ ଭାବରେ ସତ ହୋଇଥାଏ। ମାସେ ଯାଏ ଏହି ସମୟରେ ନିଜର ମନ କଥା କୁହ ଦେଖିବେ ମା ସରସ୍ଵତୀ ନିଶ୍ଚିନ୍ତ ତୁମର ଇଛା ପୂରଣ କରିବେ।

Leave a Reply

Your email address will not be published. Required fields are marked *