ଏଣିକି ସ୍ପିଡ ପୋଷ୍ଟ ରେ ମିଳିବ ଜମି ପଟ୍ଟା: ଆଉ ଦୌଡ଼ିବାକୁ ପଡ଼ିବନି ତହସିଲ

ଲୋକ ମାନଙ୍କ ପାଇଁ ସରକାର ନେଇ ଆସିଛନ୍ତି ଆଉ ଏକ ସୁବିଧା। ଏହା ମାଧ୍ୟମ ରେ ଆଉ ଆପଣଙ୍କୁ ଜମି ପଟ୍ଟା ପାଇଁ ଦୌଡ଼ିବାକୁ ପଡ଼ିବ ନାହିଁ ତହସିଲ କୁ। ଆପଣକୁ ପୋଷ୍ଟ ମାଧ୍ୟମ ରେ ଯୋଗାଇ ଦିଆଯିବ ଜମି ପଟ୍ଟା।

ଏହା ସମ୍ପର୍କ ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ମନ୍ତ୍ରୀ ଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହୀତ କରିଛନ୍ତି।

ଏହାକୁ ନେଇ ଖୁବ୍ ଶୀଘ୍ର ଭାରତୀୟ ଡାକ ଓ ରାଜସ୍ୱ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେବ।

ଏଥି ପାଇଁ ହିତାଧିକାରୀ ଙ୍କ ଠାରୁ ୪୦ ଟଙ୍କା ନିଆଯିବ। ଯେଉଁଥିରୁ ୩୦ ଟଙ୍କା ସ୍ପିଡ ପୋଷ୍ଟ ପାଇଁ ଓ ୧୦ ଟଙ୍କା ଜଳ ପ୍ରତିରୋଧକ ଖାମ୍ ପାଇଁ ବ୍ୟବହୃତ ହେବ।

Leave a Reply

Your email address will not be published. Required fields are marked *