ଜଗନ୍ନାଥ ଙ୍କ ମସ୍ତକ ରେ କାହିଁକି ଲାଗେ ଟାହିଆ

ଭକ୍ତରେ ବନ୍ଧା କାଳିଆ :ଭକ୍ତର ପ୍ରାଥନା ରେ ପ୍ରସନ୍ନ ହେଇ ଟାହିଆ ସେବା ପାଇଁ ଦେଇଥିଲେ ଅନୁମତି
ଆଜି ପବିତ୍ର ରଥଯାତ୍ରା ରେ ଭାବବିନୋଦିଆ କାଳିଆ ରତ୍ନସିଂହାସନ ରୁ ବାହାରି ଆସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି Iରଥରେ ବସିଥିବା ବେଳେ ଜଗନ୍ନାଥ ଙ୍କ ମସ୍ତକ ରେ ଟାହିଆ ରେ ଜଗନ୍ନାଥ ଆହୁରି ସୁନ୍ଦର ଲାଗିଥାନ୍ତି I ରାଘବ ଦାସ ମଠ ତରଫରୁ ପ୍ରତିବର୍ଷ ଏହି ଟାହିଆ ସେବା ଯୋଗାଇ ଦିଆଯାଇଥାଏ I ତେବେ ଏହା ମଧ୍ୟରେ ଭକ୍ତ ଙ୍କ ପ୍ରତି ପ୍ରଭୁ ଙ୍କ ଅପାର କରୁଣା ବର୍ଣ୍ଣିତ ଅଛି I

କୁହାଯାଏ ବହୁବର୍ଷ ତଳେ ରଘୁ ଅରକ୍ଷିତ ବାଲିରେ ସ୍ୱୟଂ ଜଗନ୍ନାଥ ଙ୍କୁ ପୂଜା କରୁଥିଲେ ଏବଂ ଏହି ସମୟରେ ପ୍ରବଳ ଝଡ ତୋଫାନ ଆସିଥିଲେ ମଧ୍ୟ ତାହାକୁ ରଘୁ ଅରକ୍ଷିତ ଖାତିର କରିନଥିଲେ ,ଶେଷରେ ଭକ୍ତିରେ ବନ୍ଧା କାଳିଆ ଠାକୁର ନିଜର ଭକ୍ତ ରଘୁ ଅରକ୍ଷିତ ମୁଣ୍ଡ ଉପରେ ଛତ୍ର ଢାଙ୍କିଥିଲେ ।ଚେତନା ପାଇବା ପରେ ସ୍ୱୟଂ ପ୍ରଭୁଙ୍କୁ ଦେଖି ରଘୁ ଅରକ୍ଷିତ ଭାବବିହ୍ୱଳ ରେ ବିସ୍ମୟ ହେଇଯାଇଥିଲେ I ଏବଂ ପ୍ରଭୁ ଙ୍କୁ ପ୍ରାଥନା କରିଥିଲେ ରଥଯାତ୍ରା ସମୟରେ ପ୍ରଭୁଙ୍କ ମସ୍ତକ ରେ ଟାହିଆ ସେବା ଯୋଗାଇଦେବା ପାଇଁ I

ସେବେଠାରୁ ରଘୁ ଅରକ୍ଷିତ ମଠ (ରାଘବ ଦାସ ମଠ) ତରଫରୁ ପ୍ରଭୁଙ୍କ ଲାଗି ଟାହିଆ ଯୋଗାଇ ଦିଆଯାଇଥାଏ I ରଥଯାତ୍ରାରେ ୨୪ଟି ଟାହିଆ ଲାଗିଥାଏ I ବାଉଁଶ ପାତିଆ ଫୁଲ ,,ଶୋଲ, ଜରି ଏବଂ ରଙ୍ଗିନ କପଡ଼ା ରେ ଏହା ତିଆରି ହେଇଥାଏ I ରଥଯାତ୍ରା ଶେଷରେ ଏହି ଟାହିଆରୁ କିଛି ଅଂଶ ଘରେ ରଖିବା ଦ୍ୱାରା ସବୁ କାର୍ଯ୍ୟରେ ଶୁଭ ହେଇଥାଏ I

Leave a Reply

Your email address will not be published. Required fields are marked *