ଦରିଆ ସେପାରି ବିଦେଶ ରୁ ଆସି ରଥଯାତ୍ରାରେ ଓଡିଶୀ ନାଚିଲେ ବିଦେଶିନୀ ,ଜଗନ୍ନାଥ ଙ୍କୁ ଦେଖି ଭେଁ ଭେଁ ହେଇ କାନ୍ଦିଲେ

କିଏ କହେ ସେ କାଳିଆ ଠାକୁର ତ କାହାପାଇଁ ଭାବ ବିନୋଦିଆ ,ଭକ୍ତ ଙ୍କ ଦର୍ଶନ ପାଇଁ ସେ ମନ୍ଦିର ଭିତରୁ ଛୁଟିଆସେ ବାହାରକୁ I ତାର ଏ ରୂପ ଦେଖିବାକୁ ଲକ୍ଷାଧିକ ଭକ୍ତ ଛୁଟି ଆସିଥାନ୍ତି I ଖାଲି ଭାରତ ନୁହେଁ ବିଦେଶ ରୁ ମଧ୍ୟ ଧାଇଁ ଆସିଥାନ୍ତି ଜଗାର ଏ ବେଶ ଦେଖିବାକୁ I ତେବେ ରଥଯାତ୍ରା ଦିନ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ I ରଥଯାତ୍ରା କର୍ଡନ ଭିତରେ ଦକ୍ଷିଣ ଆମେରିକା କଲମ୍ବିଆର ଜୁଲିଆନା ଏବଂ ପାର୍ବତୀ ଙ୍କ ଓଡିଶୀ ନୃତ୍ୟ ସମସ୍ତ ଭକ୍ତ ଙ୍କୁ ମୁଗ୍ଧ କରିଦେଇଥିଲା I ବିଦେଶିନୀ ଙ୍କର ଏମିତି ଭକ୍ତି ଦେଖି ତାଯୁବ ହେଇଯାଇଥିଲେ ଲକ୍ଷ ଲକ୍ଷ ଭକ୍ତ I

ଜୁଲିଆନା ବିଦେଶୀ ହେଇଥିଲେ ମଧ୍ୟ କାଳିଆ ଠାକୁର ପ୍ରେମରେ ପଡିଯାଇଥିଲେ ,ଟିକେ ଦର୍ଶନ ପାଇଁ ଓଡିଶା ଧାଇଁ ଆସିଥିଲେ Iଜଗା ର ଦର୍ଶନ ପରେ ଆଉ ଲୋଭ ଛାଡ଼ିନଥିଲା ବଦଳାଇଦେଇଥିଲେ ନିଜ ଠିକଣା ନାମ , ଆମେରିକା ଜୁଲିଆନା ରୁ ପାଲଟିଯାଇଥିଲେ ଅମ୍ବିକା I

ଠିକଣା ହେଇଗଲା ବୃନ୍ଦାବନ I ଏବେ ରଥଯାତ୍ରା ରେ କାଳିଆ ର ଦର୍ଶନ ପାଇବାକୁ ଅସ୍ଥିର ହେଇଯାଇଥିଲେ ଜୁଲିଆନା I ସାଙ୍ଗରେ ଅନ୍ୟ ଜଣେ ବିଦେଶିନୀ ପାର୍ବତୀ ଙ୍କୁ ନେଇ ରଥଯାତ୍ରାରେ ଓଡିଶୀ ନାଚ କରିଥିଲେ ଜଗା ପାଇଁ I

Leave a Reply

Your email address will not be published. Required fields are marked *