ସାକ୍ଷୀଗୋପାଳ ରେ ଦ୍ୱିତୀୟ କୋଣାର୍କ ର ଶୁଭାରମ୍ଭ :600 କୋଟି,8ବର୍ଷ, 600 କାରିଗର ହେବେ ନିଯୁକ୍ତ

ବେଳେବେଳେ ତିଆରି ହେଇଥିବା ରେକର୍ଡ କୁ ଭାଙ୍ଗିବାକୁ ପୁଣି ଥରେ କିଛି ମହାନ ବ୍ୟକ୍ତି ଉଦ୍ୟମ କରିଥାନ୍ତି ,କେହି ସଫଳ ହୁଅନ୍ତି ତ କେହି ବିଫଳ ହୁଅନ୍ତି I ବିଶ୍ୱ ଐତିହ୍ୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କ ମନ୍ଦିର ଅନ୍ୟତମ I ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ଦେଶରେ 1200 ବଢ଼େଇ ବାରବର୍ଷ କାଳ ଖୋଦେଇ କରି ଠିଆ କରାଇଥିଲେ ଏକ ନଭଃଶୁମ୍ବି କଳା ,ଯାହାକୁ ଦେଖିଲା ପରେ ସାରା ବିଶ୍ୱ ସ୍ତବ୍ଧ ହେଇଯାଇଥିଲା I ସେହି କୋଣାର୍କ ମନ୍ଦିର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି I ପୁଣିଥରେ ଏହି କୋଣାର୍କ ମନ୍ଦିର ର ଏକ ନକଲ ବା ଦ୍ୱିତୀୟ କୋଣାର୍କ କରିବାକୁ ଅଣ୍ଟା ଭିଡିଛନ୍ତି ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରI

ଖାଲି ଅଣ୍ଟା ଭିଡ଼ିନାହାନ୍ତି ,ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଗତକାଲି ଏହାର ଶୁଭାରମ୍ଭ ମଧ୍ୟ କରିଛନ୍ତି I
ପୁରୀ-ଭୁବନେଶ୍ୱର ରାସ୍ତା ସାକ୍ଷିଗୋପାଳଠାରେ ଏହି ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ କରାଯିବା ପାଇଁ ୧୦୦ ଏକର ର ଜାଗା ଚିହ୍ନଟ ହେବା ପରେ ରଥଯାତ୍ରାରେ ଭୂମିପୂଜନ କରାଯାଇଛି I ଖୁବ ଶୀଘ୍ର ଏହାର ମନ୍ଦିର ତୋଳା କାମ ଆରମ୍ଭ କରାଯିବ I

ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୬୦୦ କାରିଗର ଙ୍କୁ ଏହି କାମରେ ଲଗାଯିବ I ଆଦିତ୍ୟ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଏହି ମନ୍ଦିର ର ସମ୍ପୂର୍ଣ୍ଣ କାମ ବୁଝା ସୁଝା କରାଯିବ I ତେବେ ନିକଟ ଅତୀତ ରେ ଶିଳ୍ପୀ ପଦ୍ମ ବିଭୁଷଣ ରଘୁନାଥ ମହାପାତ୍ରଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଉଲେଖନୀୟ ଅବଦାନ ପାଇଁ ରାଜ୍ୟସଭା କୁ ପଠାଇଛନ୍ତି I

ପୂର୍ବରୁ କିନ୍ତୁ 2014 ରେ ସ୍ୱାଧୀନ ଭାବେ ବିଜେଡି ତରଫରୁ ରାଜ୍ୟସଭା ପ୍ରାଥୀ ହେଇ ହାରିଥିଲେ I

Leave a Reply

Your email address will not be published. Required fields are marked *