ସମ୍ବଲପୁର ରଥ ଯାତ୍ରା ର ନିଆରା ପରମ୍ପରା

ଆମ ଓଡ଼ିଶାର ଶ୍ରୀକ୍ଷେତ୍ରରେ ହେଉଥିବା ପବିତ୍ର ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ।କିନ୍ତୁ କଣ ଆପଣ ଜାଣିଛନ୍ତି ସମ୍ବଲପୁରରେ ହେଉଥିବା ରଥ ଯାତ୍ରା ଏବଂ ତାର ପରମ୍ପରା ମଧ୍ୟ ବେଶ୍ ପ୍ରସିଦ୍ଧ।ସମ୍ବଲପୁରରେ ଶୈବ, ଶାକ୍ତ ଏବଂ ବୈଷ୍ଣବ ଧର୍ମର ସମାନୋଊ ଦେଖିବାକୁ ମିଳେ।

ଏଠାକାର ପ୍ରତି ଗାଁ ରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ।ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ।

ସମ୍ବଲପୁରରେ ପ୍ରତିଷ୍ଠା ହେଲା ପରେ ୧୫୪୯ ରେ ଚୌହା ନ ଶାସକ ମାନେ ଏହାକୁ ରାଜଧାନୀ କରିଥିଲେ ।୧୮୪୯ ମସିହା ବେଳକୁ ରାଜାମାନେ ଏଠାରେ ମନ୍ଦିର ପ୍ରତିଷ୍ଠା କରାଇଥିଲେ।ତୃତୀୟ ରାଜା ବଳଭଦ୍ର ଦେବ ଙ୍କ ସମୟରେ ମହାନଦୀ ଖଡୀ ଝାଡୁଆପଡର ଏବଂ ବ୍ରହ୍ମପୁର ଦେଉଳ ପ୍ରତିଷ୍ଠା ହୋଇଥିଲା।

ଏହି ଦେଉଳରେ ଜଗନ୍ନାଥ,ବଳଭଦ୍ର,ଏବଂ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି।ଦେଉଳ ପ୍ରତିଷ୍ଠା ପରଠୁ ରଥଯାତ୍ରା ପରମ୍ପରା ଏଠାରେ ଅନୁଷ୍ଠିତ ହୋଇଆସୁଛି। ସମ୍ବଲପୁର ସହରରେ ଥିବା ୨୭ ଟି ଜଗନ୍ନାଥ ମନ୍ଦିରରୁ ୨୫ଟି ରେ ରଥଯାତ୍ରା ଅନୁଷ୍ଠିତ ହେଉଛି।ଏଠାରେ ପାଳନ କରାଯାଉଥିବା ରଥଯାତ୍ରାରେ ସାମାନ୍ୟ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ।ରଥଯାତ୍ରାର ୯ ଦିନ ମହାପ୍ରଭୁ ୯ ଟି ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି।ଏଠାରେ ରଥ ଛୁଆଁ ଏକ ଅଲଗା ଏବଂ ନିଆରା ପରମ୍ପରା।

ଜନମ ହେଲା ଛୁଆ ଠୁ ଭାତ ଖାଉଥିବା ଛୁଆ ପର୍ଯ୍ୟନ୍ତ ଦେଉଳ ପ୍ରବେଶ ବିଧି ଅଛି।ଏଠାରେ ଛୁଆ ମାନଙ୍କ ନୂଆ ପିନ୍ଧାଇ ରଥା ରୁଢ଼ ବିଗ୍ରହ ଙ୍କୁ ଦରଶନ କରାଯାଏ।ଏହା ଦ୍ବାରା ଛୁଆର ଭବିଷ୍ୟତ ଉଜ୍ଜ୍ୱଳ ହେବାର ବିଶ୍ୱାସ କରାଯାଏ।ସେଥିପାଇଁ ମା ବାପା ମାନେ ଛୁଆଙ୍କୁ ରଥ ଛୁଆଁ କରେଇଥାନ୍ତି।

Leave a Reply

Your email address will not be published. Required fields are marked *