ଆଜି କାଲି ର ପିଲା ମାନଙ୍କ ର ବୃଢ ପିତାମାତା ଙ୍କ ପ୍ରତି ଦୁର୍ବ୍ୟବହାର ଓ ହଇରାଣ ହରକତ କୁ ଦୃଷ୍ଟି ରେ ରଖି ନୂଆ ନିୟମ ଲାଗୁ କରିଛନ୍ତି ହାଇକୋର୍ଟ। ଏଣିକି ଯଦି ସେମାନେ ନିଜ ବୃଦ୍ଧ ପିତା ମାତା ଙ୍କୁ ହଇରାଣ କରନ୍ତି ତାହେଲେ ତାଙ୍କୁ ମିଳୁଥିବା ପିତା ମାତା ଙ୍କ ସମ୍ପତି ତାଙ୍କ ହାତରୁ ଖସିଯିବା।
ତେବେ ଏହା କେବଳ ପିତା ମାତା ଚାହିଁଲେ ହିଁ ହେଇପାରିବ।ବମ୍ବେ ହାଇକୋର୍ଟ ଏହାକୁ ନେଇ ସୋମବାର ଦିନ ପ୍ରଦାନ କରିଛନ୍ତି ଏହି ରାୟ।
୨୦୦୭ ରେ ହୋଇଥିବା ପିତାମାତା ଓ ବରିଷ୍ଠ ନାଗରିକ ମଙ୍ଗଳ ରେ ରହୁଥିବା ଆଇନ ରେ ଏହି ବ୍ୟବସ୍ଥା ଲାଗୁ କରାଯିବ।
ଅଂଧେରୀ ର ଜଣେ ବୃଦ୍ଧ ପିତା ତାଙ୍କ ନିଜ ପୁଅ କୁ ତାଙ୍କ ଫ୍ଲାଟ୍ ର ୫୦% ଅର୍ପଣ କରିଥିଲେ କିନ୍ତୁ ପର ମୁହୂର୍ତ୍ତ ରେ ପୁଅ ହଇରାଣ କରିବା ଦ୍ୱାରା ବାପା କୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହାକୁ ନେଇ କୋର୍ଟ କହିଥିଲେ ଯେ ପିତା ଚାହିଁଲେ ପୁଣି ତାଙ୍କ ଅଂଶ କୁ ଫେରେଇ ନେଇ ପାରିବେ।