ଶହୀଦ ବାପାଙ୍କ ବହାଦୁର ଝିଅ :ପାଞ୍ଚମାସର ଝିଅ ଦେଲା ମୁଖାଗ୍ନି

ବାପା ଶବ୍ଧ ର ଅର୍ଥ କଣ ବୁଝିବା ଆଗରୁ ନିୟତି ଛଡାଇ ନେଇଥିଲା ତାଙ୍କଠାରୁ ବାପାକୁ I ବୟସ ପାଞ୍ଚମାସ ,ବାପାର ଶବ ଉପରେ ଚିତ ହେଇ ଶୋଇଯାଇଥିଲା ,ଯେତେ ଯିଏ ଡାକିଲେ ବି କାହା କଥା ଶୁଣୁନଥିଲା ସତେଯେପରି ବାପାର ପଦେ କଥା କୁ ଚାତକ ହେଇ ଚାହିଁରହିଥିଲା I ନିୟତି ର ଇଛା କିନ୍ତୁ ଥିଲା ଭିର୍ଣ୍ଣ ,ଆଉ ଉଠୁନଥିଲେ ବାପା ଜଣଙ୍କ ସେ ହେଉଛନ୍ତି କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମୁକୁତ୍‌ ବିହାରୀ ମୀନା I ମୁକୁତ୍‌ ଙ୍କୁ ଯେତେବେଳେ ତାଙ୍କ ଗ୍ରାମକୁ ନିଆଯାଇଥିଲା ଶେଷକୃତ୍ୟ ପାଇଁ ଅନ୍ୟମାନଙ୍କ ଆଖିରେ ଲୁହ ଶୁଖିଯାଇଥିଲା ,

ଅଜାଣତରେ କେହିଜଣେ ମୁକୁତ୍‌ ଙ୍କ ପାଞ୍ଚ ବର୍ଷର ଝିଅଙ୍କୁ ତାଙ୍କ କଫିନ ପାଖରେ ଛାଡିଦେଇଥିଲେ,କିନ୍ତୁ ସମସ୍ତଙ୍କୁ ଚକିତ କରି କୁନିଝିଅଟି ଜମାରୁ ବି କାନ୍ଦିନଥିଲା ,ଓଲଟା ବାପାଙ୍କ ମର ଶରୀର କୁ ବଲବଲ କରି ଅନାଇରହିଥିଲା I ସତେ ଯେପରି ସେ କହିବାକୁ ଚାଁହୁଥିଲା ଯେ ସେ ବୀର ସହିଦ ର ଝିଅ ତା ବାପା ଦେଶ ପାଇଁ ସହିଦ ହେଇଛନ୍ତି ସେଥିପାଇଁ ସେ ଗର୍ବିତ କାନ୍ଦିବ କଣପାଇଁ ?? କିନ୍ତୁଏପରି ହୃଦୟବିଦାରକ ଘଟଣା ଅନ୍ୟ ମାନଙ୍କ ଆଖିରୁ ଧାର ଧାର ଲୁହ ଛୁଟାଇଦେଇଥିଲା I

Leave a Reply

Your email address will not be published. Required fields are marked *