ଦିବ୍ୟାଙ୍ଗ ୧୨ ବର୍ଷୀୟା ନାବାଳିକାଙ୍କୁ ୨୨ ଜଣ ୭ମାସ ଧରି ଲଗାତାର ଧର୍ଷଣ କରୁଥିଲେ

ଦିନକୁ ଦିନ ଧର୍ଷଣ ,ନାରୀ ଅତ୍ୟାଚାର ବଢ଼ିବାରେ ଲାଗିଛି I ଏହାକୁ ରୋକିବାକୁ ଯେତେ କଠୋର ଆଇନ ହେଲେ ମଧ୍ୟ ଅପରାଧୀ ମାନେ ସଚେତନ ହେଉନାହାନ୍ତି I ବାରମ୍ବାର ଦୁଷ୍କର୍ମ ଘଟୁଛି I ଦିନ ଦିପହରେ ନାରୀ ସୁରକ୍ଷିତ ନୁହନ୍ତି I ଚେନ୍ନାଇ ଆୟାନବରମ ଅଞ୍ଚଳର ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଆସିଛି ଯାହା ସଭ୍ୟ ସମାଜର ଛାତି ଥରାଇଦେବା ଭଳି ଘଟଣା I ଜଣେ 12 ବର୍ଷର ନାବାଳିକା କୁ ୭ମାସ ଧରି ଲଗାତାର ଧର୍ଷଣ କରୁଥିଲେ 22ଜଣ ବ୍ୟକ୍ତି Iଏବଂ ଝିଅଟିକୁ ଭୟଭୀତ କରି ରଖିଥିଲେ ଯଦି କାହାକୁ କହିବ ତେବେ ଜୀବନରୁ ମାରିଦେବାର ଧମକ ଦେଉଥିଲେ I

ମିଳିଥିବା ସୂଚନା ଅନୁଯାଇ ଚେନ୍ନାଇ ଆୟାନବରମ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ଶାରୀରିକ ଅକ୍ଷମ ନାବାଳିକା କୁ ଘରେ କେହି ନଥିବା ବେଳେ ସେହି ଆପାର୍ଟମେଣ୍ଟର ଝାଡୁଦାର , ସିକ୍ୟୁରିଟ ଗାର୍ଡ ,ମାଳି

, ଲିପ୍ଟ ଅପରେଟର, ଇଲେକ୍ଟ୍ରିସିଆନ ,ପାଇପ୍‌ ମିସ୍ତ୍ରୀ ଏହିପରି 22 ଜଣ କବାଟ ବନ୍ଦ କରି ରୁଦ୍ଧ କୋଠରୀ ରେ ନାବାଳିକାକୁ ଅତି ବର୍ବରତା ଭାବେ ଧର୍ଷଣ କରିଆସୁଥିଲେ I

ଝିଅଟି କାନ୍ଦିଲେ ତାକୁ ନିଶା ଇଞ୍ଜେକସନ୍‌ ଦେଇଅଚେତ କରିଦେଉଥିଲେ ଏବଂ ବଳାତ୍କାର କରୁଥିଲେ I ତେବେ ନାବାଳିକା ଜଣଙ୍କ ଅତ୍ୟଧିକ କଷ୍ଟ ସହିନପାରି ନିଜ ମା କୁ ଠାର ଦ୍ୱାରା ସବୁ ଘଟଣା ଜଣାଇଦେଇଥିଲା I ଏନେଇ ନାବାଳିକା ର ମା ଥାନାରେ ଏତଲା ଦେବାପରେ ପୋଲିସ 18 ଜଣଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରିରଖିଚି I

Leave a Reply

Your email address will not be published. Required fields are marked *